ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ନିଆଳି ଥାନା ଅଞ୍ଚଳରେ ଡ୍ରଗ୍ସ କଣ୍ଟ୍ରୋଲ ଟିମର ଚଢ଼ଉ :ବେଆଇନ ଭାବେ ଗଚ୍ଛିତ ଔଷଧ ଜବତ, ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ

ନିଆଳି ଥାନା ଅଞ୍ଚଳରେ ଡ୍ରଗ୍ସ କଣ୍ଟ୍ରୋଲ ଟିମର ଚଢ଼ଉ :ବେଆଇନ ଭାବେ ଗଚ୍ଛିତ ଔଷଧ ଜବତ, ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ – ସମୀକ୍ଷା ଖବର

ସୀତାକାନ୍ତ ଶତପଥୀ /ସ୍ୱତନ୍ତ୍ର ପ୍ରତିନିଧି /କଟକ / ସମୀକ୍ଷା ନ୍ୟୁଜ :

କଟକ, ତା ୧୩.୧୦.୨୦୨୬ ରିଖ – କଟକ ଜିଲ୍ଲାର ନିଆଳି ଥାନା ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ମିଳିତ ଚଢ଼ଉ କରାଯାଇ ବେଆଇନ ଭାବେ ଗଚ୍ଛିତ ବିପୁଳ ପରିମାଣର ଔଷଧ ଜବତ କରାଯାଇଛି। କଟକ ଡ୍ରଗ୍ସ କଣ୍ଟ୍ରୋଲ ଟିମ୍ ଓ ନିଆଳି ଥାନା ପୋଲିସର ମିଳିତ ଉଦ୍ୟମରେ ଅଭିଯୁକ୍ତଙ୍କ ଘରେ ଏହି ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଶ୍ରୀ ତୁଷାର ରଞ୍ଜନ ପାଣିଗ୍ରାହୀ, ଡ୍ରଗ୍ସ ଇନ୍ସପେକ୍ଟର ଶ୍ରୀ ବିନାୟକ ଦଳବେହେରା ଓ ଶ୍ରୀ ଅମିତ ମାଇତିଙ୍କ ସମେତ ନିଆଳି ଥାନାର ପୋଲିସ କର୍ମଚାରୀମାନେ ସାମିଲ ହୋଇଥିଲେ। ଜବତ ହୋଇଥିବା ଔଷଧଗୁଡ଼ିକର ଉତ୍ସ, ସଂରକ୍ଷଣ ଓ ଆଇନଗତ ବୈଧତା ସମ୍ପର୍କରେ ଆବଶ୍ୟକ ଯାଞ୍ଚ ଓ ତଦନ୍ତ କରାଯିବ। ଏହି ଘଟଣାରେ ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆଇନର ନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ଦାଖଲ ସହ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।

ନିଆଳି ଥାନା ଅଞ୍ଚଳରେ ଡ୍ରଗ୍ସ କଣ୍ଟ୍ରୋଲ ଟିମର ଚଢ଼ଉ :ବେଆଇନ ଭାବେ ଗଚ୍ଛିତ ଔଷଧ ଜବତ, ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମଦନପୁର ୟୁକେ ମହାବୀର ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା