ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଏବିଭିପିର ଶକ୍ତି ପ୍ରଦର୍ଶନ

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଏବିଭିପିର ଶକ୍ତି ପ୍ରଦର୍ଶନ – ସମୀକ୍ଷା ଖବର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ /କେନ୍ଦୁଝର:

ପାଟଣା,୧୩/୧୦ପାଟଣା କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ହୋଇଉଠିଛି। କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟ ସ୍ୱାମପାଟଣା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ସହ ଜୋରଦାର ଶକ୍ତି ପ୍ରଦର୍ଶନ ଓ ନିର୍ବାଚନୀ ପ୍ରଚାର ଅନୁଷ୍ଠିତ ହୋଇଯାଇଛି।ଶୋଭାଯାତ୍ରା କଲେଜ ପରିସରରୁ ବାହାରି ସ୍ଥାନୀୟ ପ୍ରସିଦ୍ଧ ବାବା ଆନନ୍ଦେଶ୍ୱର ମନ୍ଦିର ଅଭିମୁଖେ ଯାଇଥିଲା। ସେଠାରେ ଦର୍ଶନ ଓ ଆଶୀର୍ବାଦ ଭିକ୍ଷା ପରେ ସମଗ୍ର ପାଟଣା ବଜାର ପରିକ୍ରମା କରି ପୁନର୍ବାର କଲେଜ କ୍ୟାମ୍ପସରେ ପହଞ୍ଚିଥିଲା। ହାତରେ ସଂଗଠନର ପତାକା ଓ ବ୍ୟାନର ଧରି ଶତାଧିକ ଛାତ୍ରଛାତ୍ରୀଙ୍କ ନାରାବାଜିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠି ଥିଲା। ଚଳିତ ନିର୍ବାଚନରେ ପ୍ରମୁଖ ମୁଦ୍ଦା ମଧ୍ୟରେ କଲେଜର ଶୈକ୍ଷିକ ବାତାବରଣ ସୁଦୃଢ଼ କରିବା, ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ମୌଳିକ ସମସ୍ୟାର ସମାଧାନ, ପାଠାଗାରର ଆଧୁନିକୀ କରଣ ତଥା ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣକୁ ମୁଖ୍ୟ ପ୍ରସଙ୍ଗ କରି ବିଦ୍ୟାର୍ଥୀ ପରିଷଦ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଶୋଭାଯାତ୍ରା ଓ ପ୍ରଚାର କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପାଟଣା ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ଏହି ନିର୍ବାଚନୀ ମାହଲ ମଧ୍ୟରେ କଲେଜ ପରିସର ବାହାରେ ଏକ ନିଆରା ପରିବେଶ ଦେଖୀବାକୁ ମିଳିଛି।ବିଭିନ୍ନ ଛାତ୍ର ନେତା ପକ୍ଷରୁ ନିର୍ବାଚନ ପ୍ରଚାର ବେଳେ ଛାତ୍ରଛାତ୍ରୀ ମାନଙ୍କୁ ଗୁପଚୁପ,ଆଇସକ୍ରିମ, ଓ ବିରିୟାନି ଦେଇ ନିଜ ଆଡକୁ ଆକୃଷ୍ଟ କରୁଥିବା ଓ ଭୋଟ ଦେବା ପାଇଁ ନିବେଦନ କରୁଥିବା ଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି।

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଏବିଭିପିର ଶକ୍ତି ପ୍ରଦର୍ଶନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କେଡିଏ ସେକ୍ଟର-୧୦ରେ ଗେଲ୍‌ ଇଣ୍ଡିଆ ପାଇପ୍‌ଲାଇନ୍‌ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ