ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ:
ନୂଆପଡ଼ା ,୧୩ |୧୦ ଜିଲ୍ଲା ସିନାପାଲି ପୋଲିସ ପକ୍ଷରୁ ୧୨ ତାରିଖ ଦିନ ଦୁଇଟି ପୃଥକ୍ ଘଟଣାରେ ଗୋଡ଼ାଲ ଛକ ନିକଟରୁ ମୋଟ ୧୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ସିନାପାଲି ଥାନା ପୁଲିସର ଦୁଇଟି ପୃଥକ୍ ପାଟ୍ରୋଲିଂ ଦଳ ଗୋଡ଼ାଲ ଛକ ନିକଟରେ ଦାଦନ ଶ୍ରମିକ ଚାଲାଣ ସମ୍ପର୍କରେ ବିଶ୍ବସନୀୟ ସୂଚନା ପାଇଥିଲେ । ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍କୁ ଅପେକ୍ଷା କରିଥିବା ୧୭ଜଣ ଶ୍ରମିକଙ୍କୁ ଚିହ୍ନଟ କରି ପଚରାଉଚରା କରିଥିଲେ | ସେମାନେ ଶ୍ରମିକ ଭାବେ କାମ କରିବା ପାଇଁ ହାଇଦ୍ରାବାଦ, ତେଲେଙ୍ଗାନା ଯିବାକୁ ଅପେକ୍ଷା କରିଥିବା ଜଣାପଡ଼ିଥିଲା। ସିନାପାଲି ଥାନାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାବେଳେ ଉଦ୍ଧାର ହୋଇଥିବା ୮ ଜଣ ଶ୍ରମିକଙ୍କ ମଧ୍ୟରୁ ତ୍ରିନାଥ ମାଝୀ ପତ୍ନୀ କୁନ୍ତଳା ମାଝୀ, ଝିଅ ପୂଜା ମାଝୀ, ପୁଅ ରାହୁଲ ମାଝୀ ଏବଂ ଦିନବନ୍ଧୁ ମାଝୀ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପତିଆଳପଡ଼ା ଗ୍ରାମର ବାସିନ୍ଦା ॥ ଅନ୍ୟ ଶ୍ରମିକ ଡାକ୍ଟର ମାଝୀ, ଶ୍ରୀତମ ଵାଗ ଓ ତାଙ୍କ ପତ୍ନୀ ଅହଲ୍ୟା ବାଗ ଓରଫ ଦଣ୍ଡସେନା । ଏହି ଘଟଣାରେ ଜଣେ ଶ୍ରମିକ ସର୍ଦ୍ଦାର ଶ୍ରମିକମାନଙ୍କୁ ଅଧିକ ଆର୍ଥିକ ଲାଭର ପ୍ରଲୋଭନ ଦେଖାଇ ହାଇଦ୍ରାବାଦକୁ କାମ ପାଇଁ ନେଉଥିବା ଅଭିଯୋଗ ହୋଇଛି। ଦ୍ବିତୀୟ ଘଟଣାକୁ ନେଇ ସିନାପାଲି ଥାନାରେ ମାମଲା ରୁଜୁ ହୋଇଛି I ଉଦ୍ଧାର ହୋଇଥିବା ୯ ଜଣ ଶ୍ରମିକଙ୍କ ମଧ୍ୟରୁ ଵାଳକୃଷ୍ଣ ନାଗ, ତାଙ୍କ ମାଆ କେତକୀ ନାଗ, ଭଉଣୀ ସସ୍ମିତା ନାଗ ଓ ଭାଇ ହେମନ୍ତ ନାଗ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାଭାଡ଼ି ଗ୍ରାମର ବାସିନ୍ଦା । ଅନ୍ୟ ଶ୍ରମିକ ଧନସିଂ ମାଝୀ, ତାଙ୍କ ପତ୍ନୀ ଉର୍ମିଳା ମାଝୀ, ପୁଅ ଅଜୟ ମାଝା ବସୁଦେବ ମାଝୀ ଓ ଅଜୟଙ୍କ ପତ୍ନୀ ସତ୍ୟଭାମା ମାଝୀ। ଏହି ଘଟଣାରେ ଜଣେ ସର୍ଦ୍ଦାର ଉକ୍ତ ଶ୍ରମିକମାନଙ୍କୁ ଅଧିକ ଆର୍ଥିକ ଲୋଭର ପ୍ରଲୋଭନ ଦେଖାଇ ହାଇଦ୍ରାବାଦକୁ କାମ ପାଇଁ ନେଉଥିବା ଅଭିଯୋଗ ହୋଇଛି।






