ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଏମଭି-୬୮ ସ୍କୁଲରେ ମକ୍ ପାର୍ଲାମେଣ୍ଟ ଅନୁଷ୍ଠିତ

ଏମଭି-୬୮ ସ୍କୁଲରେ ମକ୍ ପାର୍ଲାମେଣ୍ଟ ଅନୁଷ୍ଠିତ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ/ମାଲକାନଗିରି:୧୪/୧୦/୨୬

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଏମଭି-୬୮ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ମକ୍ ପାର୍ଲାମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତନ୍ତ୍ରର ମୂଲ୍ୟବୋଧ ଓ ସଂସଦୀୟ ପ୍ରଣାଳୀ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ସମସ୍ତ ସଦନର ଛାତ୍ରଛାତ୍ରୀ ସଂସଦର ବାସ୍ତବ ରୂପାୟନ କରିଥିଲେ ।ଛାତ୍ରଛାତ୍ରୀମାନେ ଶାସକ ଦଳ, ବିରୋଧୀ ଦଳ, ବାଚସ୍ପତି ଓ ସାଂସଦ ଭୂମିକା ଗ୍ରହଣ କରିଥିଲେ । ଶାସକ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ଭୂମିକାରେ ଥିବା ଛାତ୍ରଛାତ୍ରୀ ଦେଶର ବିକାଶ ଓ ନୂଆ ଯୋଜନା ବିଷୟରେ ଆଲୋଚନା କରିଥିବା ବେଳେ ବିରୋଧୀ ଦଳ ଜନସାଧାରଣଙ୍କ ସମସ୍ୟା ନେଇ ସ୍ୱର ଉତ୍ତୋଳନ କରିଥିଲେ ।କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ପ୍ରଶ୍ନକାଳ । ବିରୋଧୀ ଦଳ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ପ୍ରସଙ୍ଗରେ ପ୍ରଶ୍ନ ପଚାରି ସରକାରଙ୍କୁ ଘେରିଥିଲେ, ଶାସକ ଦଳ ତାର ଉତ୍ତର ରଖିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଥେରେସା ଫୁଳମଣି ହାସଦା ଛାତ୍ରଛାତ୍ରୀଙ୍କ ଅଭିନୟକୁ ପ୍ରଶଂସା କରି କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ପରୋକ୍ଷରେ ଗଣତନ୍ତ୍ରର ମୂଲ୍ୟବୋଧ ଶିଖାଇବ । ସମସ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଏମଭି-୬୮ ସ୍କୁଲରେ ମକ୍ ପାର୍ଲାମେଣ୍ଟ ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପୋଷଣ ସଚେତନତା ହିଁ ସୁସ୍ଥ ଭବିଷ୍ୟତର ମୂଳଦୁଆ:ମାଲକାନଗିରିରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳିତ