
ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/କେନ୍ଦୁଝର :
ପାଟଣା:୧୪/୧୦,ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟର ସର୍ଵ ପୁରାତନ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ର ଛାତ୍ର ସାଂସଦ ନିର୍ବାଚନ ପାଇଁ ପ୍ରଚାର ର ଆଜି ଶେଷ ଦିନରେ ପରିବେଶ ସରଗରମ ରହିଛି।୧୫ ତାରିଖ ନିର୍ବାଚନ ଥିବା ବେଳେ ଆଜି ମହାବିଦ୍ୟାଳୟ ସଭା କକ୍ଷରେ ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଓ ନିର୍ବାଚନ ଅଧିକାରୀ ଅଧ୍ୟାପକ ହଳଧର ସାହୁ ଏବଂ ସହଯୋଗୀ ଅଧ୍ୟାପକ ଡ଼ଃ ହୃଦାନନ୍ଦ ବିଶ୍ୱାଳଙ୍କ ଓ ଗଜେନ୍ଦ୍ର ପତିଙ୍କ ଉପସ୍ଥିତି ରେ “ମୁଁ କାହିଁକି ପ୍ରାର୍ଥୀ ହେଲି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ନିର୍ବାଚନ ରେ ଲଢ଼ୁଥିବା ଆସାୟୀ ଛାତ୍ରଛାତ୍ରୀ ମାନେ ସେମାନେ କାହିଁକି ନିର୍ବାଚନ ଲଢ଼ୁଛନ୍ତି ସେମାନଙ୍କ ପକ୍ଷ ରଖିଥିଲେ।ମହାବିଦ୍ୟାଳୟ ରେ ମୁଖ୍ୟତଃ ଏବିଭିପି ଓ ବିସିଜେଡି ମଧ୍ୟରେ ପ୍ରମୁଖ ପଦବୀ ପାଇଁ କଡା ଟକ୍କର ହେଉଛି।ନିର୍ବାଚନ ମଇଦାନରେ ଥିବା ମୋଟ ୧୯ ଜଣଙ୍କ ମଧ୍ୟରୁ ୧୮ ଜଣ ଆଜି ଏହି କାର୍ଯ୍ୟକ୍ରମ ରେ ନିଜ ନିଜର ପକ୍ଷ ରଖିଥିଲେ।ସଭାପତି ପଦ ପାଇଁ ଲଢ଼ୁଥିବା ୪ ଜଣ ପ୍ରାର୍ଥୀ ସଲୋନୀ ତ୍ରିପାଠୀ, ଶୁଭମ କୁମାର ମହାନ୍ତ, ପୁଣ୍ୟବନ୍ତ ପ୍ରଧାନ, ଓ ପୂର୍ଣ୍ଣିମା ବେହେରା, ସାଧାରଣ ସମ୍ପାଦକ ପଦ ପାଇଁ ଆକାଶ ପାତ୍ର ଓ ଅଙ୍କିତା ବାରିକ,ସହ ସମ୍ପାଦକ ପଦ ପାଇଁ ବିରେନ୍ଦ୍ର ବେହେରା ଓ ବିମଳା ମହାନ୍ତ, ଡିଏସଏ ପାଇଁ ସତ୍ୟଜିତ ସତ୍ୟପ୍ରକାଶ ମହାନ୍ତି ଓ ସରୋଜ କୁମାର, କ୍ରୀଡା ସମ୍ପାଦକ ଭାବେ ଦିଗନ୍ତ ପ୍ରସାଦ ସେଠୀ ଓ ସମିର କୁମାର ନାଏକ,ଡ୍ରାମାଟିକ ସେକ୍ରେଟାରୀ ରେ ପ୍ରିୟଦର୍ଶୀ ମହାନ୍ତ, ରଞ୍ଜନ କୁମାର ମହାନ୍ତ, ଦିନେଶ ମହାନ୍ତ, ସହ ଡ୍ରାମାଟିକ ସମ୍ପାଦକରେ ଭାରତୀ ନାୟକ,ଅବିନାଶ ସେଠୀ ଓ ସହ ଡିଏସଏ ରେ ବୈଲୋଚନ ପ୍ରଧାନ ଓ ସନ୍ଦିପ କୁମାର ମହାନ୍ତ ଙ୍କ ମଧ୍ୟରେ ଲଢେଇ ହେଉଛି।ଏହାଛଡା ଜଣେ ଉପସଭାପତି ପ୍ରାର୍ଥୀ ନାମାଙ୍କନ ପତ୍ର ନାକଚ ହେବା କାରଣରୁ ଏକମାତ୍ର ପ୍ରାର୍ଥୀ ଥିବା ତ୍ରିନାଥ ମହାନ୍ତ ଓ ଆସିଷ୍ଟାଣ୍ଟ ଆଥଲେଟିକ ସମ୍ପାଦକ ପଦରେ ଏକମାତ୍ର ପ୍ରାର୍ଥୀ ଥିବା ବର୍ଷା ରାଣୀ ମହାନ୍ତଙ୍କ ବିଜୟ ନିଶ୍ଚିତ ଥିବାରୁ ଅନ୍ୟ ପଦବୀ ଗୁଡିକ ପାଇଁ ଏବିଭିପି ଓ ବିସିଜେଡି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ରେ କିଏ ବିଜୟୀ ହେଉଛି ସେନେଇ ଉସ୍ଚୁକତା ପ୍ରକାଶ ପାଇଛି।






