ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କଲେଜ ନିର୍ବାଚନ ପୂର୍ବରୁ ଦୁଇଟି ବସ୍‌ ଅଟକାଇଲା ପୋଲିସ, ଫେଲ ମାରିଲା ଜଗା ଦର୍ଶନ, ଚିତ୍ରଡ଼ାକୁ ଫେରିଲେ ଛାତ୍ରଛାତ୍ରୀ

କଲେଜ ନିର୍ବାଚନ ପୂର୍ବରୁ ଦୁଇଟି ବସ୍‌ ଅଟକାଇଲା ପୋଲିସ, ଫେଲ ମାରିଲା ଜଗା ଦର୍ଶନ, ଚିତ୍ରଡ଼ାକୁ ଫେରିଲେ ଛାତ୍ରଛାତ୍ରୀ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୪/୧୦/୨୬ – ଦୀର୍ଘ ୮ବର୍ଷ ବ୍ୟବଧାନରେ କଲେଜ ନିର୍ବାଚନ ନେଇ ଛାତ୍ରଛାତ୍ରୀ ଉତ୍ସାହିତ ଥିବା ସମୟରେ କେତେକ କଲେଜରେ ବିଶୃଙ୍ଖଳା ଓ ଉତ୍ତେଜନା ଘେନି ଛାତ୍ରଛାତ୍ରୀ ମହଲରେ ଅଶାନ୍ତି ଦେଖାଯାଉଛି । ତେବେ କଲେଜ ନିର୍ବାଚନକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ଶତାଧିକ ଛାତ୍ରଛାତ୍ରୀ ଦୁଇଟି ବସ୍‌ରେ ପୁରୀ ଅଭିମୁଖେ ଯାଉଥିବା ସମୟରେ ପୋଲିସ ସନ୍ଦେହରେ ବସ୍‌ ଦୁଇଟିକୁ ଅଟକାଇ ପଚରାଉଚରା କରିବା ପରେ ପ୍ରକୃତ ଘଟଣା ଜଣାପଡ଼ିଛି । ଘଟଣାଟି ମୟୂରଭଞ୍ଜ ଜିଲ୍ଲାର ଚିତ୍ରଡ଼ା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଘଟିଛି । ସୂଚନା ଅନୁଯାୟୀ, ଚିତ୍ରଡ଼ା ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ କେତେକ ଅଭିଭାବକଙ୍କ ସହ ଦୁଇଟି ବସ୍‌ରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବୁଲାବୁଲି କରିବାକୁ ବାହାରିଥିଲେ । ତେବେ କଲେଜ ନିର୍ବାଚନର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଏଭଳି ଯାତ୍ରାକୁ ନେଇ ପୋଲିସ ସନ୍ଦେହ ପ୍ରକାଶ କରିଥିଲା । ଫଳରେ ବେତନଟୀ ପୋଲିସ ଉକ୍ତ ଦୁଇଟି ବସ୍‌କୁ ଅଟକାଇ ଥାନାକୁ ନେବା ସହ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ପଚରାଉଚରା କରିଥିଲା । ପଚରାଉଚରା ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନିଜ ଇଚ୍ଛାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ବୁଲାବୁଲି ପାଇଁ ଯାଉଥିବା ପ୍ରକାଶ କରିଥିଲେ । ପରେ ପୋଲିସ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବୁଝାସୁଝା କରି ଦୁଇଟି ବସ୍‌ ଯୋଗେ ଚିତ୍ରଡ଼ାକୁ ଫେରାଇ ଆଣିଥିଲା । ଏହାପରେ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଡକାଯାଇ ସେମାନଙ୍କୁ ଘରକୁ ଫେରାଇବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।

କଲେଜ ନିର୍ବାଚନ ପୂର୍ବରୁ ଦୁଇଟି ବସ୍‌ ଅଟକାଇଲା ପୋଲିସ, ଫେଲ ମାରିଲା ଜଗା ଦର୍ଶନ, ଚିତ୍ରଡ଼ାକୁ ଫେରିଲେ ଛାତ୍ରଛାତ୍ରୀ – ସମୀକ୍ଷା

କଲେଜ ନିର୍ବାଚନରେ କୌଣସି ରାଜନୈତିକ ଦଳର ପ୍ରତ୍ୟକ୍ଷ ସମର୍ଥନ ନଥିବା କୁହାଯାଉଥିଲେ ମଧ୍ୟ ପରୋକ୍ଷ ସମର୍ଥନକୁ ନେଇ ଚର୍ଚ୍ଚା ରହିଛି । ଏଭଳି ସ୍ଥିତିରେ ନିର୍ବାଚନର ଠିକ୍‌ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଏହି ଯାତ୍ରାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି । ଏହା କେବଳ ଧାର୍ମିକ ଯାତ୍ରା ଥିଲା ନା ଏହା ପଛରେ ନିର୍ବାଚନ ସମ୍ପର୍କିତ ଅନ୍ୟ କୌଣସି କାରଣ ରହିଛି, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ । ପୋଲିସ ଖବର ଦେବାପରେ ଆମେ ଘଟଣାସ୍ଥଳରେ ପହଞ୍ଚି କଲେଜ ତରଫରୁ ପିଲାମାନେ କେହି ଯାଇନାହାନ୍ତି ବୋଲି କଲେଜ ଅଧ୍ୟକ୍ଷ ବିଶ୍ଵଜିତ ମହାନ୍ତ ପ୍ରକାଶ କରିଥିଲେ । ସେହିପରି ମୋରଡା ଥାନା ଅଧିକାରୀ କହିଛନ୍ତି ଯେ ଦୁଇଟି ବସରେ ଗୋଟିଏ କଲେଜରୁ ୭୫ ପିଲା ଯିବାକୁ ନେଇ ଆମର ସନ୍ଦେହ ହୋଇଥିଲା । ଦୁଇଟି ବସ କୌଣସି ଅନୁମତି ନନେଇ ଯିବାରୁ ବସ୍ କୁ ଅଟକ କରାଯାଇଥିଲା । ପରେ ଅଭିଭାବକଙ୍କ ଜରିଆରେ ପିଲାଙ୍କୁ ନିଜନିଜ ଘରକୁ ଛଡା ଯାଇଥିବା ଜଣାପଡିଛି । ତେବେ ନିର୍ବାଚନରେ ପ୍ରଭାବ ପକେଇବାକୁ ଏହା କୌଣସି ରାଜନୈତିକ ଦଳର ଚାଲ ହୋଇଥାଇପାରେ ବୋଲି ଅଞ୍ଚଳରେ ଜୋର ଚର୍ଚ୍ଚା ହେଉଛି । ଅନ୍ୟ ଘଟଣାରେ ଉଦଳା କଲେଜରେ ବିକ୍ଷୋଭ ପ୍ରଦର୍ଶନ ଓ ବାଇଗଣବାଡ଼ିଆସ୍ଥ ବାବା ବଳିଆ କଲେଜରେ ମଧ୍ୟ ବିଶୃଙ୍ଖଳା ହୋଇଥିବା ଜଣାପଡିଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସଶକ୍ତ ଯୁବଶକ୍ତି ସମୃଦ୍ଧ ଭାରତ ଗଠନ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ