
ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର,14/10/2024(ନି. ପ୍ର ): ଦୀର୍ଘ ଆଠ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ସମଗ୍ର ଓଡ଼ିଶାରେ ହେଉଥିବାରୁ ତାର ପ୍ରଭାବ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିକୁଦା ମହାବିଦ୍ୟାଳୟରେ ଆଜି ଦିବା 11.30ଘଟିକାରେ ତାହା ଦେଖିବାକୁ ମିଳିଥିଲା |ଛାତ୍ର ଓ ଛାତ୍ରୀ ମାନେ ଅତି ଉତ୍ସାହର ସହ ରାସ୍ତାରେ ଏବିଭିପି, ବିଜେଡି ଛାତ୍ର ସଂଗଠନ, ସ୍ୱାଧୀମ ପ୍ରାଥୀ ଓ ଛାତ୍ର କଂଗ୍ରେସ ବାରି ବାରି ହୋଇ ଶୋଭା ଯାତ୍ରା ମାଧ୍ୟମରେ ମହାବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିଥିଲେ | ଏଠାରେ ପ୍ରକାଶ ଥାଉ କି ପନ୍ଦର ଅକ୍ଟୋବର ରେ ନିର୍ବାଚନ ଥିବାରୁ ଆଜି ଚଉଦ ତାରିଖ ରେ ମହାବିଦ୍ୟାଳୟରେ ସମସ୍ତ ଛାତ୍ର, ଛାତ୍ରୀ, ଅଧକ୍ଷ, ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ, ପତ୍ରକାର ଓ ସୁରକ୍ଷା କର୍ମୀଙ୍କ ସମୁଖରେ ସେ କାହିଁକି ଛିଡା ହୋଇଛି ଏବଂ ସେ ଜିତିଲେ କଣ କଣ କାମ କରିବେ ତାହା ତାଙ୍କ ବକ୍ତବ୍ୟରେ ଉପସ୍ଥାପନ କରିବେ |ଛାତ୍ର ନିର୍ବାଚନ ଗଣତାନ୍ତ୍ରରେ ଏକ ଦେଶ ସେବା ପାଇଁ ସେବକ ବେନିବାର ଏନ୍ତୁଡ଼ି ଶାଳ ଅଟେ | ବହୁ ପୂର୍ବ ଛାତ୍ର ନେତା ମାନେ ତାଙ୍କ ସାନ ଭାଇ ଭଉଣୀଙ୍କୁ ଏହି ଗଣତାନ୍ତ୍ରିକ ଏନ୍ତୁଡ଼ିଶାଳରୁ ବଢ଼ାଇ ଖଡ଼ି ଧରାଇ ଛାତ୍ର ରାଜନୀତି ଶିଖାନ୍ତି | ଏଠାରେ ଏବିଭିପି ପାଇଁ ବାଲିକୁଦା ମହାବିଦ୍ୟାଳୟର ପୂର୍ବ ଛାତ୍ର ନେତା ତଥା ବାଲିକୁଦା ଅଞ୍ଚଳର ଏକ ବିକାଶ ସ୍ୱପ୍ନ ଦେଖୁଥିବା ନିସ୍ଵାର୍ଥ ସେବକ ସତ୍ୟ ସାରଥୀ ମହାନ୍ତି, ସବୁରି ଦୁଃଖ ସୁଖର ସାଥି ଦିଲ୍ଲୀରୁ ଧାଇଁ ଆଶି ପିଲାମାନଙ୍କ ହାତରେ ଖଡ଼ି ଧରାଇ ଛାତ୍ର ସେବାନୀତି ଶିଖାଉଥିବାର ଦେଖିବାକୁ ମିଳିଛି |ଏବିଭିପି ସହ ଛାତ୍ର ରାଜନୀତି ଶିକ୍ଷାଦାନ ପାଇଁ ଦେଖିବାକୁ ମିଳିଥିଲେ ଲିନା ମହାନ୍ତି ଯେ ଦିନ ରାତି ଦେହ ଖରାପକୁ ଭୃକ୍ଷେପ ନ କରି ପିଲାମାନଙ୍କୁ ଗୋଡ଼େ ଗୋଡ଼େ ଶିଖାଇଚାଲିଛନ୍ତି ଛାତ୍ର ରାଜନୀତିର ଅ ରୁ ଲ ପର୍ଯ୍ୟନ୍ତ|ସମସ୍ତଙ୍କ ଅପା ବେନିବାର ଯଥାର୍ଥତା ଦେଖେଇଛନ୍ତି ବୋଲି ପିଲାଙ୍କ ମୁହଁରୁ ଖବର ଆସୁଛି |ତାଙ୍କ ସହ ଅଛନ୍ତି ଦିଲୀପ ରାଉଳ ଓ କ୍ଷେତ୍ରମୋହନ ସାହୁ |ପୂର୍ବ ଛାତ୍ର ନେତା ବିଭୁତି ଭୂଷଣ ଚୌଧୁରୀ, କୃପାସିନ୍ଧୁ ମହାନ୍ତି, ଅଶ୍ୱିନୀ ରାଉତ ଇତ୍ୟାଦି |
ସେପଟେ ବିଜେଡି ନେତା ପୂର୍ବତନ ମନ୍ତୀ ବାବୁଲି ଦାସଙ୍କ ଯୋଗ୍ୟ ପୁତ୍ର ବିଜେଡି ଛାତ୍ରଙ୍କ ଦାଇତ୍ୱ ନେବାର ଦେଖିବାକୁ ମିଳିଥିଵା ବେଳେ ତାଙ୍କ ସହ ବ୍ଲକ ଅଧକ୍ଷ ପ୍ରକାଶ ପ୍ରଧାନ,ଅଞ୍ଚଳର ବିଶିଷ୍ଠ ଓ ପରିପକ୍ୱ ବକ୍ତା ତଥା ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସାଦ ଜେନା, ପୂର୍ବ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଅନେକ ଅଞ୍ଚଳର ବିଜେଡି ନେତା ଉପସ୍ଥିତ ଥିଲେ | ଏବିଭିପିରୁ ଆସନ୍ତୁଷ୍ଠ କିଛି ଛାତ୍ର ଓ ଛାତ୍ରୀଙ୍କୁ ସ୍ୱାଧୀନ ପାର୍ଥି ରୂପେ ଛିଡ଼ାକରି ରାଜନୀତି ଶିକ୍ଷାଦେଇ ଛନ୍ତି ,ବୋରିକିନା ମଣ୍ଡଳ ବିଜେପି ଯୁବା ମୋର୍ଚ୍ଚା ସଭାପତି ମନୋଜ ଦାସ ଓ ଅନେକ ବିଜେପି ବରିଷ୍ଠ ନେତା, ଜିଲ୍ଲାସ୍ଥରୀୟ ନେତା,ଓ ସଂଜୀବ ବିଶ୍ୱାଳ ସ୍ୱାଧୀନ ନେତା ତାଙ୍କ ସହ ରହି ଥିବାର ଦେଖୀ ବାକୁ ମିଳିଥିଲା | ଛାତ୍ର କଂଗ୍ରେସ ମଙ୍ଗ ଧରିବାର ଦେଖିବାକୁ ମିଳିଥିଲେ ପୂର୍ବତନ ବିଧାୟକ ତଥା ଅଞ୍ଚଳର ସମସ୍ତଙ୍କ ପ୍ରିୟ ସ୍ୱର୍ଗତ ବାସୁଦେବ ମହାପାତ୍ରଙ୍କ ସୁପୁତ୍ର ପୂର୍ବ ବିଧାୟକ ଡ଼ ଲଲାଟେନ୍ଦୁ ମହାପାତ୍ର ଓ ଅନେକ ପୁରୁଣା କଂଗେସ କର୍ମୀ ଇତ୍ୟାଦି | ଛାତ୍ର ଓ ଛାତ୍ରୀ ମାନେ କହିବାର ମିଳୁଛି ଯେ ମୁଖ୍ୟ ଲଢେଇ ଏବିଭିପି ଓ ବିଜେଡି |ଯାହାହେଉ ଆଠ ବର୍ଷ ପରେ ଛାତ୍ର ନିର୍ବାଚନ ବଡ଼ ରୋଚକ ହୋଇଯାଇଛି |ସମୟ ବତେଇବ କିଏ କେତେ ଭୋଟ ପାଇଲେ, କିଏ ଜିତିଲା କିଏ ହାରିଲା |ଛାତ୍ର ମାନେ ହିଂସା, ଅପଶବ୍ଦ ଏବଂ ନିଶା ଠାରୁ ଯଦି ଦୂରରେ ରୁହନ୍ତେ ତାହେଲେ ଏହି ନିର୍ବାଚନର ସୁଫଳ ମିଳନ୍ତା |ଏହା ସମାଜ ସେବି ଓ ବରିଷ୍ଠ ନାଗରିକ ମଞ୍ଚ ଜିଲା ସଂଯୋଜକ ଭଗବାନ ମହାନ୍ତି, ରବୀନ୍ଦ୍ର ପ୍ରଧାନ, ବ୍ରହ୍ମାନନ୍ଦ ବେହେରା, ଚଣ୍ଡେଶ୍ଵର ବେହେରା, ବିନୟ ରାଉତ, ସଞ୍ଜୟ ପଣ୍ଡା, ହେମନ୍ତ ଭଟ୍ଟ, ରମେଶ ପରିଡା ମତ ପ୍ରକାଶ କରିଛନ୍ତି |






