ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ମୁଁ ଛାତ୍ର ସଂସଦ ନିର୍ବାଚନରେ କାହିଁକି ଛିଡ଼ା ହୋଇଛି :ପିଏସ ଡିଗ୍ରୀ କଲେଜରେ ପ୍ରାର୍ଥୀମାନେ ରଖିଲେ ନିଜ ମତ

ମୁଁ ଛାତ୍ର ସଂସଦ ନିର୍ବାଚନରେ କାହିଁକି ଛିଡ଼ା ହୋଇଛି :ପିଏସ ଡିଗ୍ରୀ କଲେଜରେ ପ୍ରାର୍ଥୀମାନେ ରଖିଲେ ନିଜ ମତ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:

ମୁରିବାହାଲ, ତା ୧୪/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପିଏସ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନ-୨୦୨୬ ଆଉ ଦିନକ ପରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବୁଧବାର କଲେଜ ପରିସରରେ ‘ମୁଁ ଛାତ୍ର ସଂସଦ ନିର୍ବାଚନରେ କାହିଁକି ଛିଡ଼ା ହୋଇଛି’ ଶୀର୍ଷକ ଏକ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କଲେଜ ଅଧ୍ୟକ୍ଷ ତଥା ଛାତ୍ର ସଂସଦ ନିର୍ବାଚନ ଅଧିକାରୀ ସରୋଜ କୁମାର ନାୟକ ଯୋଗଦେଇ ସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନରେ ଛିଡ଼ା ହେବାର କାରଣ ଓ କଲେଜ ବିକାଶ ପାଇଁ ସେମାନଙ୍କ ଲକ୍ଷ୍ୟ ସମ୍ପର୍କରେ କହିବାକୁ ଆହ୍ୱାନ କରିଥିଲେ। ସେ କଲେଜର ସମସ୍ୟା ଉପରେ ଗୁରୁତ୍ୱ ଦେଇ ଛାତ୍ର ସଂସଦ ନିର୍ବାଚନ ହେବାକୁ ସ୍ୱାଗତ କରିବା ସହ ଏହାର ସମାଧାନ ପାଇଁ ସରକାର, ପ୍ରଶାସନ ଓ କଲେଜ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ।

ମୁଁ ଛାତ୍ର ସଂସଦ ନିର୍ବାଚନରେ କାହିଁକି ଛିଡ଼ା ହୋଇଛି :ପିଏସ ଡିଗ୍ରୀ କଲେଜରେ ପ୍ରାର୍ଥୀମାନେ ରଖିଲେ ନିଜ ମତ – ସମୀକ୍ଷା

ଆଜିର ସଭାରେ ୧୦ ଜଣ ପ୍ରାର୍ଥୀ ନିଜ ନିଜ ମତ ରଖିଥିଲେ। ପ୍ରାର୍ଥୀ କଲେଜ ୟୁନିୟନ ସଭାପତି, ପୀତବାସ ରଣା, ରିତେଶ ଷାଣ୍ଡ, ଡାଲିମ୍ବ ବାଗ, ଯୋଗେଶ୍ୱର ସାହୁ,ସମ୍ପାଦକ,ଗଗନ ମହାକୁର,ଉପ-ସଭାପତି,ଓମ ପ୍ରକାଶ ମହାକୁର,ଆଥଲେଟିକ୍ ସେକ୍ରେଟାରୀ,ଆଦିତ୍ୟ ପ୍ରସାଦ ବାଗ,କଲଚରାଲ ସେକ୍ରେଟାରୀ, ସନ୍ତୋଷ ଶର୍ମା,ଡ୍ରାମାଟିକ୍ ସେକ୍ରେଟାରୀ ଅଙ୍କିତ ଦଣ୍ଡସେନା ଓ ଧର୍ମରାଜ ବାଗ ଏହି ଅବସରରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ମୁତୟନ ରହିଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଅଙ୍ଗନୱାଡ଼ି କର୍ମୀ ଓ ସୁପରଭାଇଜରଙ୍କ ପ୍ରକଳ୍ପ ସ୍ତରୀୟ ତାଲିମ