ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଦୁଇ ମାସ ମଧ୍ୟରେ ସାମ୍ବାଦିକ ଅଧିସ୍ୱୀକୃତି କମିଟି ଗଠନ କାରିବାକୁ ରାଜ୍ୟ ସରକାରଙ୍କୁ ପ୍ରେସ କାଉନସିଲଙ୍କ ନିର୍ଦ୍ଦେଶ

ଦୁଇ ମାସ ମଧ୍ୟରେ ସାମ୍ବାଦିକ ଅଧିସ୍ୱୀକୃତି କମିଟି ଗଠନ କାରିବାକୁ ରାଜ୍ୟ ସରକାରଙ୍କୁ ପ୍ରେସ କାଉନସିଲଙ୍କ ନିର୍ଦ୍ଦେଶ – ସମୀକ୍ଷା ଖବର

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଖୋର୍ଦ୍ଧା:

ନୂଆଦିଲ୍ଲୀ,୧୪/୧୦/୨୬ ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ପ୍ରଦାନ ପାଇଁ ଉଦ୍ଦିଷ୍ଟ କମିଟି ଦୀର୍ଘ ୧୯ ବର୍ଷ ଧରି ଓଡ଼ିଶାରେ ନଥିବା ବେଳେ ଏହାକୁ ଦୁଇ ମାସ ମଧ୍ୟରେ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆ lମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରେସ କାଉନସିଲ ବୈଠକରେ ଏହି ପ୍ରସଙ୍ଗ ଉଠାଇ ପି ସି ଆଇ ସଦସ୍ୟ ପ୍ରସନ୍ନ ମହାନ୍ତି ରାଜ୍ୟରେ ଶତାଧିକ ଆବେଦନ ପଡି ରହିଥିବା ବେଳେ ଦୀର୍ଘ ୨୦୦୬ ମସିହାରୁ ଅଧିସ୍ୱୀକୃତି କମିଟି ଗଠିତ ନହେବା ଓ ରାଜ୍ୟସରକାର ପି ସି ଆଇ ଙ୍କ ନିର୍ଦ୍ଦେଶକୁ ନମାନିବା ଉଦବେଗର ବିଷୟ ବୋଲି ଉଲ୍ଲେଖ କରିବା ସହ ଏଥି ପାଇଁ ଏକ ନିର୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କାରିବାକୁ ଦାବି କରିଥିଲେ lପରେ ପ୍ରେସ କାଉନସିଲ ଚେୟାରମ୍ୟାନ ଜଷ୍ଟିସ ଶ୍ରୀମତୀ ରଞ୍ଜନା ପ୍ରକାଶ ଦେଶାଇ ପରିସ୍ଥିତିର ଗମ୍ଭୀରତାକୁ ବିଚାରକୁ ନେଇ ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେବା ସହ ଅନ୍ୟ ରାଜ୍ୟ ମାନଙ୍କରେ ଅଧିସ୍ୱୀକୃତି କମିଟିର ସ୍ଥିତି ଜାଣିବା ପାଇଁ ଚିଠି ଲେଖିବାକୁ କହିଥିଲେ l ସେହିପରି କୋଭିଡ କାଳରୁ ବନ୍ଦ ରହିଥିବା ସାମ୍ବାଦିକଙ୍କ ରିହାତି ରେଳ ଯାତ୍ରା ସୁବିଧାର ପୁନଃ ପ୍ରଚଳନ,ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଏବଂ ଆନ୍ଦୋଳନ ସମୟରେ ପୋଲିସ ସାମ୍ବାଦିକଙ୍କ ଉପରେ ନେଉଥିବା ଦମନମୂଳକ କାର୍ଯ୍ୟାନୁଷ୍ଠାନ ବାବଦରେ କାଉନସିଲ ର ଦୃଷ୍ଟି ଆକର୍ଷଣ କରିଥିଲେ lଏଥିପାଇଁ କାଉନସିଲ କମିଟି ଗଠନ କରିବା ସହ ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କାରିବାକୁ ସ୍ଥିର ହେଲା l

ଦୁଇ ମାସ ମଧ୍ୟରେ ସାମ୍ବାଦିକ ଅଧିସ୍ୱୀକୃତି କମିଟି ଗଠନ କାରିବାକୁ ରାଜ୍ୟ ସରକାରଙ୍କୁ ପ୍ରେସ କାଉନସିଲଙ୍କ ନିର୍ଦ୍ଦେଶ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କୋମନା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସମୀକ୍ଷା କଲେ ଜିଲ୍ଲାପାଳ