ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଦେବଦର୍ହା ଶୈବପୀଠରେ ଟେମରୀ ହାଇସ୍କୁଲ ୧୯୯୫ ବ୍ୟାଚ୍‌ର ବନ୍ଧୁ ମିଳନ

ଦେବଦର୍ହା ଶୈବପୀଠରେ ଟେମରୀ ହାଇସ୍କୁଲ ୧୯୯୫ ବ୍ୟାଚ୍‌ର ବନ୍ଧୁ ମିଳନ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ପାଇକମାଳ, ୧୪।୧୦ ପାଇକମାଳ ବ୍ଲକର ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଦେବଦର୍ହାର ପବିତ୍ର ପରିବେଶରେ ଟେମରୀ ହାଇସ୍କୁଲର ୧୯୯୫ ମସିହା ମାଟ୍ରିକ୍‌ ବ୍ୟାଚ୍‌ର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷ ପରେ ପୁରାତନ ସହପାଠୀମାନେ ଏକାଠି ହୋଇ ବିଦ୍ୟାଳୟ ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇବା ସହ ପରସ୍ପର ମଧ୍ୟରେ ସୁଖଦୁଃଖ ବାଣ୍ଟିଥିଲେ। ଗତିକୃଷ୍ଣ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଗୁରୁଶିଷ୍ୟ ପରମ୍ପରା, ଜୀବନ ଗଠନରେ ଶିକ୍ଷକଙ୍କ ଅବଦାନ ଏବଂ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା। ଶିକ୍ଷାଦାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଜୀବନକୁ ଦିଗ୍‌ଦର୍ଶନ ଦେଇଥିବା ପୂର୍ବତନ ଶିକ୍ଷକ ଦୈତାରୀ ସ୍ୱାଇଁ ଓ ସତ୍ୟନାରାୟଣ ତ୍ରିପାଠୀଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଗୁରୁଙ୍କ ପ୍ରତି ଶିଷ୍ୟମାନଙ୍କ ଶ୍ରଦ୍ଧା ଓ କୃତଜ୍ଞତା ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା।ଉତ୍ସବରେ ବାସନ୍ତୀ ଭୋଇ, ଜୟନ୍ତୀ ସାହୁ, କଳ୍ପନା ସେଠ, ତୁଳସୀ ସାହୁ, ମୌସୁମୀ ରାଏ, ଭଗବତୀ ବରିହା, ସମାରୁ ସାହୁ, ସୁମନୁ ବରିହା, କୈଳାସ ବରିହା, ମଦନ ବରିହା, ବୃନ୍ଦାବନ ବାଉଁଶ, ଉମାକାନ୍ତି ଭୋଇ, ହୃଦାନନ୍ଦ ରଣା, ଯଶୋବନ୍ତ ବନଛୁରୁ, ଭକ୍ତବନ୍ଧୁ ପାଣ୍ଡେ, ଶଶିଭୂଷଣ ମଲ୍ଲିକ, ଯୁବରାଜ ବାରିକ, ରାଜକିଶୋର ପ୍ରଧାନ, ହରେକୃଷ୍ଣ ପ୍ରଧାନ, ଚନ୍ଦ୍ରହାସ୍ୟ ପଟେଲ, ଚିନ୍ତାମଣି ଭୋଇ, ପ୍ରଫୁଲ୍ଲ ବେହେରା ଓ ଅଶୋକ ବେହେରାଙ୍କ ସମେତ ବହୁ ପୁରାତନ ସହପାଠୀ ଯୋଗଦେଇଥିଲେ। ଶେଷରେ ସନ୍ତୋଷ ସିଂ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।

ଦେବଦର୍ହା ଶୈବପୀଠରେ ଟେମରୀ ହାଇସ୍କୁଲ ୧୯୯୫ ବ୍ୟାଚ୍‌ର ବନ୍ଧୁ ମିଳନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜିଲ୍ଲାସ୍ତରୀୟ କବାଡ଼ିରେ ଚମ୍ପିୟାନସିପରେ ଚଳଚଞ୍ଚଳ ଝାରବନ୍ଧ:୧୪ ବର୍ଷରୁ କମ୍ ବର୍ଗରେ ବାଳକ ଓ ବାଳିକାଙ୍କ ପ୍ରତିଭା ପ୍ରଦର୍ଶନ