ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ପୁନର୍ବାସ ସହାୟତା ଯୋଜନାରେ ୭ ଜଣଙ୍କୁ ନିଯୁକ୍ତି ପ୍ରଦାନ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ପୁନର୍ବାସ ସହାୟତା ଯୋଜନାରେ ୭ ଜଣଙ୍କୁ ନିଯୁକ୍ତି ପ୍ରଦାନ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,
୧୫/୧୦/୨୬
ଜିଲ୍ଲା ଶିକ୍ଷା ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଗତିଶୀଳ କରିବା ଉଦ୍ଦେଶ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରଙ୍କ ଜନକଲ୍ୟାଣକାରୀ ଅଭିମୁଖ୍ୟ ଅନୁଯାୟୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁନର୍ବାସ ସହାୟତା ଯୋଜନା ଅଧୀନରେ ୭ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ଆନୁଷ୍ଠାନିକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି ସାରସ୍ୱତ ତଥା ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇଙ୍କ ଉପସ୍ଥିତିରେ ସମସ୍ତ ନବନିଯୁକ୍ତ କର୍ମଚାରୀଙ୍କୁ ବିଭାଗ ପକ୍ଷରୁ ସାଦର ସ୍ୱାଗତ କରାଯିବା ସହ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାଣିଗ୍ରାହୀ ଶିକ୍ଷା ବିଭାଗୀୟ ପରିବାରରେ ସାମିଲ ହୋଇଥିବା ସମସ୍ତ ନବନିଯୁକ୍ତ କର୍ମଚାରୀଙ୍କୁ ସ୍ୱାଗତ କରିଥିଲେ ।

ପୁନର୍ବାସ ସହାୟତା ଯୋଜନାରେ ୭ ଜଣଙ୍କୁ ନିଯୁକ୍ତି ପ୍ରଦାନ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା – ସମୀକ୍ଷା

ପୁନର୍ବାସ ସହାୟତା ଯୋଜନା କେବଳ ଏକ ବୃତ୍ତିଗତ ନିଯୁକ୍ତି ନୁହେଁ, ବରଂ ଏହା ସେବା, ନିଷ୍ଠା ଓ ସାମାଜିକ ଦାୟିତ୍ୱବୋଧର ସହ ଜନସେବାରେ ବ୍ରତୀ ହେବାର ଏକ ଅନନ୍ୟ ସୁଯୋଗ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ନୂତନ ନିଯୁକ୍ତ କର୍ମଚାରୀଙ୍କୁ ସ୍ୱଚ୍ଛତା, ସମୟାନୁବର୍ତ୍ତୀତା ଏବଂ କର୍ତ୍ତବ୍ୟପରାୟଣତାକୁ ପାଥେୟ କରି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ସର୍ବାଙ୍ଗୀନ ପ୍ରଗତିରେ ନିଜର ସର୍ବୋତ୍କୃଷ୍ଟ ଯୋଗଦାନ ପ୍ରଦାନ କରିବା ନିମନ୍ତେ ଦିଗଦର୍ଶନ ପ୍ରଦାନ କରାଯାଇଛି ।
ଏହି ନୂତନ ନିଯୁକ୍ତି ଦ୍ୱାରା କାର୍ଯ୍ୟାଳୟର ପ୍ରଶାସନିକ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଅଧିକ ସ୍ପଷ୍ଟତା ଓ ଦକ୍ଷତା ପ୍ରକାଶ ପାଇବା ସହ ବିଭାଗୀୟ ଯୋଜନାଗୁଡ଼ିକ ତ୍ୱରାନ୍ୱିତ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଭୋଇ ଏବଂ ଉପସ୍ଥିତ ଅନ୍ୟାନ୍ୟ ଅଧିକାରୀବୃନ୍ଦ ଆଶା ବ୍ୟକ୍ତ କରିଛନ୍ତି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରିରେ ବେଟି ବଚାଓ ବେଟି ପଢ଼ାଓ ସମନ୍ୱୟ ସମିତି ବୈଠକ ଓ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ