ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ନିର୍ବାଚନ-ପିଏସ କଲେଜ, ବଡ଼ସାହି ୬ ଅପ୍ରତିଦ୍ବନ୍ଦୀ ଓ ୫ ପ୍ରତିଦ୍ୱନ୍ଦୀଙ୍କ ବିଜୟ

ନିର୍ବାଚନ-ପିଏସ କଲେଜ, ବଡ଼ସାହି ୬ ଅପ୍ରତିଦ୍ବନ୍ଦୀ ଓ ୫ ପ୍ରତିଦ୍ୱନ୍ଦୀଙ୍କ ବିଜୟ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୫/୧୦/୨୬ – ଦୀର୍ଘ ୮ବର୍ଷ ପରେ କଲେଜ ନିର୍ବାଚନ-୨୦୨୬ ପାଇଁ ବିଭିନ୍ନ କଲେଜ ଓ ବିଭିନ୍ନ ରାଜନୈତିକ ଦଳଙ୍କୁ ନେଇ ବଜାର ସରଗରମ ରହିଥିବା ସମୟରେ ଗୁରୁବାର ଚୂଡାନ୍ତ ହୋଇଛି କଲେଜ ନିର୍ବାଚନ । ମୟୂରଭଂଜର କେତେକ କଲେଜରେ ଉତ୍ତେଜନା ଓ ବିଶୃଙ୍ଖଳା ଦେଖା ଦେଇଥିବା ବେଳେ ଅନ୍ୟ କଲେଜ ଗୁଡିକରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ନିର୍ବାଚନ ସରିଛି । ସେଇ କ୍ରମରେ ବଡସାହି କଲେଜ ଛାତ୍ରସଂସଦ ନିର୍ବାଚନ ନେଇ ଗତ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ ପରେ ଶନିବାର ନାମାଙ୍କନ ପତ୍ର ପ୍ରତ୍ୟାହାର କାର୍ଯ୍ୟ ଶେଷ ହୋଇଥିଲା । ଆଜି ନିର୍ବାଚନ ଫଳ ପ୍ରକାଶ ପରେ ବଡ଼ସାହି ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ୨୦୨୬ର ସଭାପତି ପଦବୀ ପ୍ରାର୍ଥୀ ସ୍ମୃତି ରଞ୍ଜନ ଲେଙ୍କା ଅପ୍ରତିଦ୍ୱନ୍ଦୀ ଭାବେ ନିର୍ଦ୍ୱନ୍ଦରେ ଜିତିଥିବା ବେଳେ ସହ ସମ୍ପାଦକ ପଦବୀରେ ଅଭିଜିତ୍ ସେନାପତି, ଆଥଲେଟିକ ସେକ୍ରେଟାରୀ ଭାବେ ଦିବ୍ୟପ୍ରକାଶ ଜେନା, ଆସିଷ୍ଟାଣ୍ଡ ଆଥଲେଟିକ ସେକ୍ରେଟାରୀ ଭାବେ ଦିବ୍ୟଲୋଚନ ବାଡି, ଡିଏସଏ ସେକ୍ରେଟାରୀ ଭାବେ ଭାଗବତ ବେହେରା ଓ ଆସିଷ୍ଟାଣ୍ଡ ଡିଏସଏ ସେକ୍ରେଟାରୀ ଭାବେ ସରୋଜ ପରିଡା ସମୂହଙ୍କ ପ୍ରତିଦ୍ଵନ୍ଦୀ କେହି ନଥିବାରୁ ନିର୍ଦ୍ୱନ୍ଦରେ ନିର୍ବାଚନ ଜିତିଥିବା ପ୍ରକାଶ ପାଇଛି । ସେହି କ୍ରମାନ୍ଵୟରେ ପ୍ରତିଦ୍ୱନ୍ଦୀ ଆସନରୁ ଉପସଭାପତି ଆସନରେ ସୋନୁ ମହାନ୍ତ, ସାଧାରଣ ସମ୍ପାଦକ ଆସନରେ ଶୁଭଶଙ୍ଖ ମହାନ୍ତ, ଡ୍ରାମାଟିକ ସେକ୍ରେଟାରୀ ଭାବେ କ୍ରିଷ୍ଣପ୍ରିୟା ସାହୁ, ବଏଜ କମନରୁମ ସେକ୍ରେଟାରୀ ଭାବେ ଭବାନୀ ଶଙ୍କର ମାନା, ଗାର୍ଲସ କମନରୁମ ସେକ୍ରେଟାରୀ ଭାବେ ତୁଳସୀ ଖିଲାର ନିର୍ବାଚିତ ହୋଇଥିବା ଜଣାପଡିଛି । ଏଥିନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜୟୀ ନବ ନିର୍ବାଚିତଙ୍କୁ ନେଇ ଧୁମଧାମରେ ବିଜୟ ଉତ୍ସବ ପାଳିତ ହୋଇଛି ।

ନିର୍ବାଚନ-ପିଏସ କଲେଜ, ବଡ଼ସାହି ୬ ଅପ୍ରତିଦ୍ବନ୍ଦୀ ଓ ୫ ପ୍ରତିଦ୍ୱନ୍ଦୀଙ୍କ ବିଜୟ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାଦାମ ପାହାଡ଼ ଲୌହଖଣି ଅଞ୍ଚଳରେ କାମୟାଵୀ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ବିଶାଳ ଚକ୍ଷୁ ଚିକିତ୍ସା ଶିବିର ଓ ଚଷମା ଵଣ୍ଟନ