ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନିୟୁଜ:
ପରଜଙ୍ଗ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର କଡା ଟକର୍ ମଧ୍ୟରେ ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ଶୁଭ ସମ୍ବିତ ସାହୁ ଛାତ୍ର ସଂସଦ ସଭାପତି ଭାବେ ବିଜୟୀ ହୋଇଛନ୍ତି। ୫୯୮ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୫୧୩ ଜଣ ଛାତ୍ର ଛାତ୍ରୀ ଭୋଟ ଦାନ କରିଥିବା ନେଇ ସୂଚନା ହସ୍ତଗତ ହୋଇଛି। ସୂଚନା ଅନୁଯାୟୀ ବିସିଜେଡି ସମର୍ଥିତ ସଭାପତି ପ୍ରାର୍ଥୀ ସ୍ୱର୍ଣ୍ଣପ୍ରଭା ଗଡ଼ନାୟକ ଙ୍କ ଠାରୁ ୧୬ ଖଣ୍ଡ ଭୋଟ ରେ ଅଧିକ ପାଇ ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ଶୁଭ ସମ୍ବିତ ସାହୁ ପରଜଙ୍ଗ ମହାବିଦ୍ୟାଳୟ ରେ ସଭାପତି ଭାବେ ବାଜିମାତ୍ କରିଛନ୍ତି। ଶାନ୍ତି ଶୃଙ୍ଖଳା ପରିସ୍ଥିତି ମଧ୍ୟରେ ପରଜଙ୍ଗ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି। ସେହିପରି ଛାତ୍ର ସଂସଦ ସାଧାରଣ ସମ୍ପାଦକ ଉପେନ୍ଦ୍ର ନାୟକ ୧୧୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସାଂସ୍କୃତିକ ଆସୋସିଏସନ୍ ର ସାଂସ୍କୃତିକ ସମ୍ପାଦକ ସତ୍ୟଜିତ ଭୁତିଆ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଲିପା ସାହୁଙ୍କ ଠାରୁ ୮୩ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି।ମହାବିଦ୍ୟାଳୟ ର ଅଧ୍ୟକ୍ଷା ଙ୍କ ତତ୍ତ୍ଵାବଧାନରେ ରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କାର୍ଯ୍ୟରତ କର୍ମଚାରୀ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳାର ସହିତ ପରିସ୍ଥିତି କୁ ସାମ୍ନାରେ ରଖି ପରଜଙ୍ଗ ଥାନା ଅଧିକାରୀ ସୁବ୍ରତ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଏସ ଆଇ ଜୋସେଫ ପଟ୍ଟନାୟକ, ସାନ୍ଦା ଫାଣ୍ଡି ଅଧିକାରୀ ଅନନ୍ତ ମାଝି, ସରାଙ୍ଗ ଫାଣ୍ଡି ଅଧିକାରୀ ପ୍ରତାପ କୁମାର ସାହୁ, ଦଦରାଘାଟି ଫାଣ୍ଡି ଅଧିକାରୀ ବିକାଶ କୁମାର ସାହୁ, ଏ ଏସ ଆଇ ଯୁଗଳ ପ୍ରଧାନ ଓ ପୋଲିସ ଟିମ୍ ମୁତୟନ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ମନୋରଂଜନ ସାହୁ ଓ ଏ ବିଡିଓ ରଣଯିତ୍ ଜେନା ଉପସ୍ଥିତ ରହି ଔପଚାରିକ ଭାବେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ।






