ଅକ୍ଷୟ କୁମାର ସାହୁ/ସମୀକ୍ଷା ପ୍ରତିନିଧି / ଚିକିଟୀ: ଚିକିଟୀ – ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକର ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ୨୦୨୩-୨୪ ଓ ୨୦୨୪-୨୫ ର ଫଳାଫଳ ପ୍ରକାଶ ପାଇଛି l ଏଥିରେ ନୂଆପଡା ଗ୍ରାମ ସ୍ଥିତ ସାନ୍ଦୀପନି ବିଦ୍ୟା ନିକେତନ ର ଛାତ୍ର ୨୦୨୩-୨୪ ରେ ଶାନ୍ତୁନୁ କୁମାର ପାଣିଗ୍ରାହୀ ଦ୍ଵିତୀୟ ସ୍ଥାନ ରଖିଥିବା ବେଳେ ୨୦୨୪-୨୫ ରେ ଛାତ୍ର ରୁଦ୍ର ପ୍ରସାଦ ସାହୁ ପ୍ରଥମ ସ୍ଥାନ ରଖିଥିବା ବିଇଓ ଙ୍କ କାର୍ଯ୍ୟାଳୟରୁ ଜଣାପଡିଛି l ଉକ୍ତ ଅନୁଷ୍ଠାନର ପରିଚାଳକ ପ୍ରକାଶ ଚନ୍ଦ୍ର ସାହୁ ଉଭୟ ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା ପାଇଁ ତାଙ୍କ ବାପା ମା ଏବଂ ଅନୁଷ୍ଠାନର ଗୁରୁଜୀ ଗୁରୁମା ଏବଂ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l ସୂଚନାଯୋଗ୍ୟ ଉକ୍ତ ବ୍ଲକରେ ସମୁଦାୟ ୯୩ ଟି ପ୍ରାଥମିକ ଉଚ୍ଚ ପ୍ରାଥମିକ ରହିଥିବା ବେଳେ ୨୦୨୩-୨୪ ଓ ୨୦୨୪-୨୫ ରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଦେଇଥିଲେ l ସେଥିମଧ୍ୟରୁ ୨୦୨୩-୨୪ ରେ ୨୮ ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିବା ବେଳେ ୨୦୨୪-୨୫ ରେ ୨୧ ଟି ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି l
ଚିକିଟୀ: ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ରେ ରୁଦ୍ର ପ୍ରଥମ, ଶାନ୍ତୁନୁ ଦ୍ଵିତୀୟ

ସମୀକ୍ଷା ନ୍ୟୁଜଲେଟର
ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ
ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE
ପରବର୍ତ୍ତୀ ଖବର
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ: ଗୋଟିଏ ଦିନରେ ୨ ଶିଶୁଙ୍କ ମୃତ୍ୟୁ: ଭୁଲ ଚିକିତ୍ସା ଯୋଗୁଁ ଜୀବନ ଯାଇଥିବା ଅଭିଯୋଗ



