ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ମାଲକାନଗିରି ଗଞ୍ଜାମ ଖୋର୍ଦ୍ଧା

ମାଗଣା ଅସ୍ଥି ଶଲ୍ୟ ଚିକିତ୍ସା ଶିବିର

ମାଗଣା ଅସ୍ଥି ଶଲ୍ୟ ଚିକିତ୍ସା ଶିବିର – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୭/୧୦/୨୬ – ବଡସାହି ବ୍ଲକ ଅଧିନସ୍ଥ ମାନଗୋବିନ୍ଦପୁର ପଞ୍ଚାୟତ ବିଜିପୁର ଗ୍ରାମରେ ଅବସ୍ଥିତ ଶ୍ରୀ ମା ଶ୍ରୀ ଅରବିନ୍ଦ ଯୋଗ ସାଧନ କେନ୍ଦ୍ର ବର୍ଷର ବିଭିନ୍ନ ସମୟରେ ମାଗଣା ଚିକିତ୍ସା ଶିବିର ଓ ବିଭିନ୍ନ ଜନସେବା, ବୃକ୍ଷ ରୋପଣ ଆଦି ଆୟୋଜନ କରୁଥିବା ବେଳେ ଆସନ୍ତା ଅକ୍ଟୋବର ୨୦ତାରିଖ, ମଙ୍ଗଳବାର ଏକ ବିଶାଳ ଅସ୍ଥି ଶଲ୍ୟ ଚିକିତ୍ସା ଶିବିର ଆୟୋଜନ ନେଇ ସୂଚନା ଦେଇଛନ୍ତି । ଯେଉଁଥିରେ ଶିବିରକୁ ଆସିଥିବା ସମସ୍ତ ହାଡ଼ଗଣ୍ଠି ଜନିତ ସମସ୍ୟା, ଅଣ୍ଟା ବିନ୍ଧା ଆଣ୍ଠୁ ଗଣ୍ଠି ବାତ, ଆଣ୍ଠୁ ଯନ୍ତ୍ରଣା ଇତ୍ୟାଦି ପାଇଁ ଚିକିତ୍ସା ପରାମର୍ଶ ମାଗଣା ଦିଆଯିବ ବୋଲି ସୂଚନା ରହିଛି । ଏହି ଚିକିତ୍ସା ପାଇଁ ସୁଦୂର ସୁଇଡେନ ରୁ ଡାକ୍ତର ମାଇକେଲ ଜିଗଲେକ୍ଟ ରୁମାଟୋ ଲୋଜିଷ୍ଟ ଡାକ୍ତର ଏଲିନା ଫେଲିପୋ ସ୍ଵେସିଲାଇଜେସନ ଟ୍ରେନିଂ ଡକ୍ଟର ନର୍ସ ଆନି ହେଲବାର୍ଗ ନର୍ସ ଆସିଷ୍ଟାଣ୍ଟ ମେଲେନା ମୋଲାର ଏବଂ ଡାକ୍ତର ରବି ନାରାୟଣ ଦାସ ରୁମାଟୋ ଲୋଜିଷ୍ଟ ପ୍ରମୁଖ ଯୋଗ ଦେବାର ପ୍ରାୟୋଜିତ କାର୍ଯ୍ୟକ୍ରମ ରହିଛି । ଶ୍ରୀମା ଶ୍ରୀ ଅରବିନ୍ଦ ଯୋଗ ସେବା କେନ୍ଦ୍ରର ଡାକ୍ତର କିଶୋର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଅନ୍ୟମାନଙ୍କ ମଧ୍ୟରେ ସର୍ବେଶ୍ଵର ଜେନା ଏବଂ ନୀଳକଣ୍ଠ ନାୟକ ଏବଂ ଅନେକ ସ୍ବେଚ୍ଛାସେବୀ ପ୍ରମୁଖଙ୍କ ସହଯୋଗରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କ୍ରମେ ଅଞ୍ଚଳବାସୀଙ୍କୁ ବିଗତ କିଛି ବର୍ଷ ଧରି ମାଗଣାରେ ଯୋଗାଇ ଦିଆଯାଉଥିବା ମହତ ସେବାକୁ ବିଭିନ୍ନ ସ୍ତରରେ ପ୍ରଶଂସା କରାଯାଇଛି ।

ମାଗଣା ଅସ୍ଥି ଶଲ୍ୟ ଚିକିତ୍ସା ଶିବିର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୟୂରଭଞ୍ଜ ଗର୍ଭଣା ସଂକ୍ରାନ୍ତି