ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବଡ଼ ମାଓବାଦୀ ଡମ୍ପ ଠାବ: ପିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, କ୍ଲେମୋର ମାଇନ୍ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ

ବଡ଼ ମାଓବାଦୀ ଡମ୍ପ ଠାବ: ପିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, କ୍ଲେମୋର ମାଇନ୍ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୬/୦୮/୨୬
ମାଓବାଦୀ ବିରୋଧୀ ଅଭିଯାନରେ ମାଲକାନଗିରି ପୋଲିସକୁ ମିଳିଛି ଏକବଡ଼ ସଫଳତା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୁଚନା ଆଧାରରେ ମାଥିଲି ଥାନା ଅଧୀନ ଚେରକୋଟଲା, କିର୍ମିଟି, କୋଟୱାପଦର ଓ କଡ଼ାଭଟା ଜଙ୍ଗଲ ଅଞ୍ଚଳରେ ଡିଭିଏଫ୍ ଟିମ୍ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ଏକ ବଡ ମାଓ ଡମ୍ପ ଠାବ କରିଛି ପୋଲିସ୍ ।

ବଡ଼ ମାଓବାଦୀ ଡମ୍ପ ଠାବ: ପିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, କ୍ଲେମୋର ମାଇନ୍ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ – ସମୀକ୍ଷା


ଏହି ଅଞ୍ଚଳଟି ଛତିଶଗଡ଼ର ବସ୍ତର ଜିଲ୍ଲାର ଦରଭା ଥାନା ଏବଂ ସୁକମା ଜିଲ୍ଲାର ପୁଷପାଲ ଥାନା ଅଞ୍ଚଳ ସୀମାକୁ ଲାଗି ରହିଛି । ଠାବ ହୋଇଥିବା ଡମ୍ପରୁ ୩ ଟି ବନ୍ଧୁକ ସହ IED ବିସ୍ଫୋରକ, କ୍ଲେମୋର ମାଇନ୍ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମାଓବାଦୀ ସାମଗ୍ରୀ ଜବତ ହୋଇଛି । ଏହି ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ସାଧାରଣ ଲୋକ ଏବଂ ସୁରକ୍ଷାବଳଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀମାନେ ବ୍ୟବହାର କରିବାକୁ ରଖିଥିବା ସନ୍ଦେହ କରାଯାଉଛି ।
ଜବତ ସାମଗ୍ରୀଗୁଡ଼ିକ ମାଓବାଦୀ କ୍ୟାଡରଙ୍କର ହୋଇଥିବା ବେଳେ ଚଳିତ ବର୍ଷ ଜୁନ୍ ମାସରେ ମଧ୍ୟ ମାଲକାନଗିରି ଜିଲ୍ଲାରୁ ୩ଟି ବଡ଼ ମାଓବାଦୀ ଡମ୍ପ ଠାବ କରାଯାଇଥିଲା । ମାଓବାଦୀମାନେ ଜଙ୍ଗଲରେ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଠାବ କରିବା ପାଇଁ SOG ଓ DVF ପକ୍ଷରୁ ନିୟମିତ କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ମାଓବାଦୀ ଗତିବିଧିର ପୁନରାବୃତ୍ତି ରୋକିବା ଏବଂ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଉଦ୍ଧାର ପାଇଁ ସୁରକ୍ଷାବାହିନୀର ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଏସପି ବିନୋଦ ପାଟିଲ କହିଛନ୍ତି।

ବଡ଼ ମାଓବାଦୀ ଡମ୍ପ ଠାବ: ପିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, କ୍ଲେମୋର ମାଇନ୍ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଘାଟବାସୁଳୀ ଗ୍ରାମରେ ବର୍ଷାଜନିତ ପରିସ୍ଥିତିର ସ୍ଥିତି ସମୀକ୍ଷା କଲେ ନବରଙ୍ଗପୁର ଜିଲ୍ଲାପାଳ: ଗ୍ରାମବାସୀଙ୍କ ସମସ୍ୟା ଶୁଣି ତ୍ୱରିତ ପଦକ୍ଷେପ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ