କେନ୍ଦ୍ରାଞ୍ଚଳ ରେଞ୍ଜର ଆଇନ-ଶୃଙ୍ଖଳା ଓ ଅପରାଧ ସ୍ଥିତି ସମୀକ୍ଷା:ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆଗୁଆ ସୁରକ୍ଷା ପ୍ରସ୍ତୁତି ଉପରେ ଡିଜିପିଙ୍କ ଗୁରୁତ୍ୱାରୋପ
ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: କଟକ, ୦୮.୦୯.୨୦୨୬: ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ଆଇନ-ଶୃଙ୍ଖଳା ସ୍ଥିତି ସହ ହତ୍ୟା, ଚୋରି, ଡକାୟତି ଓ ଲୁଣ୍ଠନ ଭଳି ଗୁରୁତର ଅପରାଧର ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ, ଅବକାରୀ…