ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ସଚେତନତାମୂଳକ ପଥପ୍ରାନ୍ତ ନାଟକପରିବେଷଣ – ସମୀକ୍ଷା ଖବର

ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ସଚେତନତାମୂଳକ ପଥପ୍ରାନ୍ତ ନାଟକପରିବେଷଣ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ଭବାନୀପାଟଣା, ୧୬.୧୦.୨୦୨୬: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶା ସେବନର କୁପରିଣାମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ଭବାନୀପାଟଣା ପକ୍ଷରୁ ଏକ ସଚେତନତାମୂଳକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲାମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ପାତ୍ରଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ନାଟକର ନିର୍ଦ୍ଦେଶନା ଶ୍ରୀମତୀ ଐଶ୍ୱର୍ଯ୍ୟା ପ୍ରିୟଦର୍ଶିନୀ ପତି ଦେଇଥିଲେ ।ନାଟକ ମାଧ୍ୟମରେ ନିଶା ସେବନର ଭୟାବହ ପରିଣାମ, ଏହାର ସାମାଜିକ କୁପ୍ରଭାବ ଏବଂ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବାର ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ନାଟକ ଶେଷରେ ସମସ୍ତେ ଶପଥ ଗ୍ରହଣ କରି ଥିଲେଏହି ଅବସରରେ  ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହଁର  ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣପ୍ରତିଷ୍ଠାନ,ଭବାନୀପାଟଣା ର ଅଧ୍ୟାପକ ବୃନ୍ଦ ରାକଶ ବେହେରା,  ଘନଶ୍ୟାମ ସାହୁ, ଦୀପକ ବେହେରା, ମାଣିକେଶ୍ୱରୀ ମହାପାତ୍ର  ଉପସ୍ଥିତ ଥିଲେ ଏହି ପଥପ୍ରାନ୍ତ ନାଟକରେ କଲେଜ ର ଛାତ୍ର ଛାତ୍ରୀ -ଅଜିତ କୁମାର ହେର୍ଣ୍ଣା, ମୁକେଶ ନାଏକ, ଅମିୟ ରଞ୍ଜନ ନାଏକ, କହ୍ନା ସୁନାନୀ, ଦେବ କୁମାର ରଣା, ସୁମନ କୁମାର ସାହୁ, ମନୋଜ ଭୂଏ, ଟୁନା ସବର, ତ୍ରୟୋଶ ନାଏକ, ଅଜୟ କୁମାର ସାଗରିଆ, ନିହାର ରଞ୍ଜନ ଦାଶ, ଗରୁଡ଼ ବେହେରା, ବାସୁଦେବ ବାଗ, କରଣ ସାହୁ, ବର୍ଷାରାଣୀ ପଧାନ ଓ ହରିପ୍ରିୟା ଦଣ୍ଡସେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।ସେମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଶାମୁକ୍ତ ସମାଜ ଗଠନ, ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା ଏବଂ ଏକ ସୁସ୍ଥ ଓ ସଚେତନ ସମାଜ ଗଠନ ଦିଗରେ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Read More
ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ -୨୦୨୬ – ସମୀକ୍ଷା ଖବର

ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ -୨୦୨୬

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡ଼, ୧୫ ଅକ୍ଟୋବର ୨୦୨୬: ରାୟଗଡ଼ ଜିଲ୍ଲାର କଲେକ୍ଟରେଟ୍ ପରିସରସ୍ଥିତ ନୂତନ କନଫରେନ୍ସ ହଲ୍‌ଠାରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ପୋଷଣ ସମ୍ପର୍କରେ ଜନସଚେତନତା ବୃଦ୍ଧି, କୁପୋଷଣ ନିରାକରଣ ଏବଂ ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ରାୟଗଡ଼ ଜିଲ୍ଲାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ…

Read More
କଳାହାଣ୍ଡିରେ ଘରୋଇ ହିଂସା ପ୍ରତିରୋଧ ଓ ପୀଡ଼ିତାଙ୍କ ସୁରକ୍ଷା ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ  କର୍ମଶାଳା – ସମୀକ୍ଷା ଖବର

କଳାହାଣ୍ଡିରେ ଘରୋଇ ହିଂସା ପ୍ରତିରୋଧ ଓ ପୀଡ଼ିତାଙ୍କ ସୁରକ୍ଷା ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ  କର୍ମଶାଳା

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ଭବାନୀପାଟଣା, ୧୬/୧୦: ଘରୋଇ ହିଂସାର ପ୍ରତିରୋଧ, ପୀଡ଼ିତାଙ୍କ ଅଧିକାରର ସୁରକ୍ଷା ଏବଂ ଆବଶ୍ୟକ ସହାୟତା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଶୁକ୍ରବାର ଭବାନୀପାଟଣାସ୍ଥିତ ଜିଲ୍ଲା ଯୋଜନା ଓ ସମୀକ୍ଷା ବିଭାଗର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଅଧିନିୟମ, ୨୦୦୫ର ବିଭିନ୍ନ ବ୍ୟବସ୍ଥା, ପୀଡ଼ିତାଙ୍କ ଆଇନଗତ ଅଧିକାର, ପରାମର୍ଶ ପ୍ରଦାନ ଏବଂ ସହାୟତା ସେବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ଘରୋଇ ହିଂସା ଘଟଣାକୁ ଚିହ୍ନଟ କରିବା, ପୀଡ଼ିତାଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା, ଆବଶ୍ୟକ ସ୍ଥଳେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସମନ୍ୱିତ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏଥିସହ ଘରୋଇ ହିଂସା ନିରାକରଣ ପାଇଁ ସାମାଜିକ ସଚେତନତା ବୃଦ୍ଧି ଓ ଭବିଷ୍ୟତ କାର୍ଯ୍ୟଯୋଜନା ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା କରାଯାଇଥିଲା।କର୍ମଶାଳାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିହାରେନ୍ଦ୍ର ପଣ୍ଡା, ଯୋଜନା ବିଭାଗର ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ସମାଜ କଲ୍ୟାଣ ଅଧିକାରିଣୀ ନିୟତିବାଳା ସୋରେନ, କାର୍ଯ୍ୟକ୍ରମ ଅଧିକାରିଣୀ ନମିତା ପୋଲ, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି ଓ ସଦସ୍ୟମାନେ ଯୋଗଦେଇଥିଲେ। ଏଥିସହ ଜିଲ୍ଲା ମହିଳା ହବ୍‌ର ସଂଯୋଜକ ଯୋଗେଶ୍ୱର ବୁଦ୍ଧିଆ, ପୋଲିସ ଅଧିକାରୀ, ୱାନ୍ ଷ୍ଟପ୍ ସେଣ୍ଟର, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଶକ୍ତି ସଦନ ଏବଂ ଏଫ୍‌ସିସିର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।ଜିଲ୍ଲା ମହିଳା ହବ୍‌ର ସଂଯୋଜକ ଯୋଗେଶ୍ୱର ବୁଦ୍ଧିଆ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଶିକ୍ଷକ ଶୁଭ୍ରାଂଶୁ ଶେଖର ନନ୍ଦ ତାଲିମ ପ୍ରଦାନ କରିଥିଲେ।ଶେଷରେ ଏଡ୍ ଏଟ୍ ଆକ୍ସନର ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଷି ଧନ୍ୟବାଦ ଅର୍ପଣ କରିଥିଲେ।ଘରୋଇ ହିଂସାର ଶିକାର ମହିଳାମାନଙ୍କୁ ସମୟୋପଯୋଗୀ ସହାୟତା, ସୁରକ୍ଷା ଓ ନ୍ୟାୟ ପ୍ରଦାନ ସହ କଳାହାଣ୍ଡି ଜିଲ୍ଲାରେ ଏକ ସୁରକ୍ଷିତ, ହିଂସାମୁକ୍ତ ଓ ମହିଳାଙ୍କ ପ୍ରତି ସମ୍ମାନଜନକ ପରିବେଶ ଗଠନ ପାଇଁ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଅତ୍ୟନ୍ତ ଜରୁରୀ ବୋଲି କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା।

Read More
ମୁରିବାହାଲ: ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ଭବ୍ୟ ସ୍ୱାଗତ ସମାରୋହ – ସମୀକ୍ଷା ଖବର

ମୁରିବାହାଲ: ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ଭବ୍ୟ ସ୍ୱାଗତ ସମାରୋହ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୬/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ +୨ ପ୍ରଥମ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆକର୍ଷଣୀୟ ସ୍ୱାଗତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ତଥା ବିଦ୍ୟାଳୟର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ମହାନନ୍ଦ ଛାତ୍ରଛାତ୍ରୀଙ୍କୁ…

Read More
ଚିକିଟି ମହାବିଦ୍ୟାଳୟ ଏବଂ ନୂଆପଡା ଶ୍ରୀ ବାଲାଜୀ ମହାବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର ବାଜିମାତ – ସମୀକ୍ଷା ଖବର

ଚିକିଟି ମହାବିଦ୍ୟାଳୟ ଏବଂ ନୂଆପଡା ଶ୍ରୀ ବାଲାଜୀ ମହାବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର ବାଜିମାତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି: ଚିକିଟି — ଏହି ବ୍ଲକ ଅନ୍ତର୍ଗତ ଚିକିଟି ମହାବିଦ୍ୟାଳୟ ଏବଂ ନୂଆପଡା ଶ୍ରୀ ବାଲାଜୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳ ବାଜିମାତ କରିଛି l ଚିକିଟି ମହାବିଦ୍ୟାଳୟ ରେ ସଭାପତି ପଦବୀ ଅପ୍ରତିଦ୍ଵନ୍ଦୀ ହୋଇଯାଇଥିବା ବେଳେ ପ୍ରଣୟ ପ୍ରଧାନ ସଭାପତି ପଦବୀ ହାତେଇଥିଲେ l ଆଉ ସବୁ ପଦବୀ ବିଜୁ ଛାତ୍ର ଜନତା ଦଳ ବାଜିମାତ କରିଛି l…

Read More
ଦେବଗଡ଼ ଜିଲ୍ଲା ପଞ୍ଚାୟତ ଡିଗ୍ରୀ କଲେଜ ର ଛାତ୍ର ନିର୍ବାଚନ ର ଫଳାଫଳ – ସମୀକ୍ଷା ଖବର

ଦେବଗଡ଼ ଜିଲ୍ଲା ପଞ୍ଚାୟତ ଡିଗ୍ରୀ କଲେଜ ର ଛାତ୍ର ନିର୍ବାଚନ ର ଫଳାଫଳ

ସୁଦାମ ଚନ୍ଦ୍ର ବେହେରା/ଦେବଗଡ଼ ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ବିଜ୍ଞପ୍ତି ସଂଖ୍ୟା ୫୩୨୩୭ ତାରିଖ ୦୫/୧୦/୨୦୨୬ ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଡିଶାର ପ୍ରତେକ କଲେଜ ରେ ଛାତ୍ର ଛାତ୍ରୀ ଙ୍କୁ ନେଇ ନିର୍ବାଚନ ହୋଇଥିବାବେଳେ, ସେହିପରି ବାରକୋଟ ବ୍ଲକର ପଂଚାୟତ ଡିଗ୍ରୀ କଲେଜ ରେ ମଧ୍ୟ କଲେଜର ଛାତ୍ର ସଂଘର ବିଭିନ୍ନ କାର୍ଯ୍ୟାଳୟ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତଦନୁସାରେ, ନିମ୍ନଲିଖିତ ପ୍ରାର୍ଥୀମାନଙ୍କୁ ସମ୍ପୃକ୍ତ ପଦବୀରେ ନିର୍ବାଚିତ ଘୋଷଣା କରାଯାଇଛି।ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଗୁଡିକ ହେଉଛି। ସଭାପତି ଭାବେ…

Read More
କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ନିର୍ବାଚନ ବାତିଲ, ୧୬୩ ଧାରା ଜାରି – ସମୀକ୍ଷା ଖବର

କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ନିର୍ବାଚନ ବାତିଲ, ୧୬୩ ଧାରା ଜାରି

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋରଧା: ଖୋରଧା ୧୬/୧୦/୨୬ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ଏଥିସହ ମହାବିଦ୍ୟାଳୟ ପରିସର ଓ ଏହାର ୨୦୦ ମିଟର ପରିସର ରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏସ୍ଏସ୍ଏସ୍)ର ଧାରା ୧୬୩ ଅନୁଯାୟୀ ନିଷେଧାଜ୍ଞା ଜାରି ହୋଇଛି। ଏହି କଟକଣା ଆସନ୍ତା ୨୧ତାରିଖ ରାତି ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଉପଜିଲାପାଳ ତଥା ଉପଖଣ୍ଡ…

Read More
ଖୋର୍ଦ୍ଧାରେ ୪୨ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ – ସମୀକ୍ଷା ଖବର

ଖୋର୍ଦ୍ଧାରେ ୪୨ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋରଧା: ଖୋରଧା ୧୬/୧୦/୨୬ ଖୋରଧା ଟାଉନ୍ ନିକଟସୁ ତରତୁଆ ଆଇଟିବିପି କ୍ୟାମ୍ପ ନିକଟରେ ଚଢ଼ାଉ କରି ୪୨ କେଜି ଗଞ୍ଜେଇ ଜବତ କରିଛି ଖୋର୍ଦ୍ଧା ମଡେଲ୍ ଥାନା ପୁଲିସ l ଖୋର୍ଦ୍ଧା ଏସ୍‌ପିଙ୍କ ନିର୍ଦ୍ଦେଶ ଓ ବରିଷ୍ଠ ଅଧୂକାରୀଙ୍କ ତତ୍ତ୍ବାବଧାନରେ ପୁଲିସ ଟିମ୍ ଏହି ଚଢ଼ାଉ କରିଥିଲା। ଘଟଣାରେ ଫୁଲବାଣୀ, କନ୍ଧମାଳ ଓ ଜଗତସିଂହପୁର ଜିଲ୍ଲାର ୩ ଜଣଙ୍କୁ ଅଟକ ରଖୁବା ସହ ଗିରଫ କରାଯାଇଛି। ପୁଲିସ ୪୨ କେଜି ଗଞ୍ଜେଇ…

Read More
ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ: ସଭାପତି ଭାବେ ପୁଣ୍ୟବନ୍ତ ପ୍ରଧାନ,ସାଧାରଣ ସମ୍ପାଦକ ଆକାଶ ପାତ୍ର – ସମୀକ୍ଷା ଖବର

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ: ସଭାପତି ଭାବେ ପୁଣ୍ୟବନ୍ତ ପ୍ରଧାନ,ସାଧାରଣ ସମ୍ପାଦକ ଆକାଶ ପାତ୍ର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା:୧୫/୧୦,ପାଟଣା ମୁଖ୍ୟାଳୟ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି।ପ୍ରାୟ ସମସ୍ତ ପ୍ରମୁଖ ପଦବୀକୁ ଏବିଭିପି ଦଖଲ କରିଛି।ଛାତ୍ର ସଂସଦ ନିର୍ବାଚନ ଆଜି ସମାପ୍ତ ହେବାପରେ ଗଣତି ପରେ ଫଳାଫଳ ପ୍ରକାଶ ପାଇଛି।ସଭାପତି ଭାବେ ପୁଣ୍ୟବନ୍ତ ପ୍ରଧାନ,ସାଧାରଣ ସମ୍ପାଦକ ଭାବେ ଆକାଶ ପାତ୍ର,ସହସମ୍ପାଦକ ଭାବେ ବିରେନ୍ଦ୍ର ବେହେରା, କ୍ରୀଡ଼ା ସମ୍ପାଦକ ଭାବେ ଦିଗନ୍ତ ପ୍ରସାଦ ସେଠୀ, ଡ୍ରାମାଟିକ ସମ୍ପାଦକ ଭାବେ ଅବିନାଶ ସେଠୀ, ଡିଏସଏ…

Read More
ମା ଦୁର୍ଗତି ନାଶିନି ଦୂର୍ଗାଙ୍କ ପୂଜା ଚାଲି ଥିବା ବେଳେ ଇଫକୋ ପରିସରରେ ଦାଣ୍ଡିଆ ନୃତ୍ୟ – ସମୀକ୍ଷା ଖବର

ମା ଦୁର୍ଗତି ନାଶିନି ଦୂର୍ଗାଙ୍କ ପୂଜା ଚାଲି ଥିବା ବେଳେ ଇଫକୋ ପରିସରରେ ଦାଣ୍ଡିଆ ନୃତ୍ୟ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ସାରା ଦେଶରେ ମା ଦୁର୍ଗତି ନାସିନି ମା ଙ୍କର ପାର୍ବଣ ଋତୁ ଚାଲି ଥିବା ବେଳେ ଇଫକୋ ପରିସରରେ ମା ଦଶଭୁଜା ଦୁର୍ଗତି ନାସିନୀ ଦୂର୍ଗାଙ୍କ ନବ ରାତ୍ର ପୂଜା ଅବସରରେ ଯଥା ବିଧି ପୂଜା ଅର୍ଚ୍ଚନା କରାଯାଇ ଥିବା ବେଳେ ପାରାଦୀପ ଇଫକୋ ୟୁନିଟ୍ ହେଡ ଙ୍କ ନିର୍ଦେଶ କ୍ରମେ ଇଫକୋ ସଭା ଗୃହରେ ପାରାଦୀପ ଇଫକୋ ୟୁନିଟ ସମସ୍ତ ଅଫିସର କର୍ମଚାରୀ ଓ ଇଫକୋ ବହୁ…

Read More