Headlines

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବଣାଇ ଉପଖଣ୍ଡ ଗସ୍ତ ଓ ଏସ୍ ଆଇ ଆର୍ କାର୍ଯ୍ୟର ତଦାରଖ

ଲିପିକା ଦାସ / ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ / ରାଉରକେଲା :

ସୁନ୍ଦରଗଡ଼, ୦୩/୦୯/୨୬: ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ବଣାଇ ଉପଖଣ୍ଡ ଗସ୍ତ କରି ଜିଲ୍ଲା ରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍ କାର୍ଯ୍ୟର ତଦାରଖ କରିଛନ୍ତି। ଏହି ଅବସରରେ ଆୟୁକ୍ତ ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀ ମାନଙ୍କ ସହ ଏସ୍ ଆଇ ଆର୍ ସମ୍ପର୍କିତ ଆପତ୍ତି ଅଭିଯୋଗ ଶୁଣାଣି ଉପରେ ଆଲୋଚନା କରିଥିଲେ ଏବଂ ମାର୍ଗଦର୍ଶନ ଅନୁପାଳନ ପୂର୍ବକ ଆପତ୍ତି ଅଭିଯୋଗ ଗୁଡ଼ିକର ସମୟ ସୀମା ମଧ୍ୟରେ ଶୁଣାଣି କରାଯିବା ଉପରେ ଗୁରୁତ୍ଵାରୋପ କରିଥିଲେ। ସେହିଭଳି ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ନିର୍ଭୁଲ, ସ୍ୱଚ୍ଛ ଓ ନିରପେକ୍ଷ କରିବା ନିମନ୍ତେ କାର୍ଯ୍ୟ କରିବା ଉପରେ ଆଲୋଚନା କରିଥିଲେ। ଏହା ସହିତ ଯେଭଳି କୌଣସି ଯୋଗ୍ୟ ଭୋଟର ତାଲିକାରୁ ବାଦ୍ ନପଡ଼ନ୍ତି ସେଥି ପ୍ରତି ଅଧିକ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ।


ପରେ ପରେ ଆୟୁକ୍ତ ଶ୍ରୀ ମହାପାତ୍ର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ କୁଳିପୋଷ ଗ୍ରାମ ପରିଦର୍ଶନ କରି ଏସ ଆଇ ଆର୍ କାର୍ଯ୍ୟର ଅଗ୍ରଗତି ତଦାରଖ କରିଥିଲେ। ତାଙ୍କର ଏହି ଗସ୍ତ ସମୟରେ ବଣାଇ ଉପଜିଲ୍ଲାପାଳ ଶ୍ରୀ ଅଶୋକ ଦାସ, ପି ଏ, ଆଇ ଟି ଡି ଏ,ବଣାଇ ଶ୍ରୀ ସ୍ଵଦିପ ଟପ୍ପୋ, ତଥା ଅନ୍ୟାନ୍ୟ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ମାନେ ( ଏ ଇ ଆର ଓ) ଉପସ୍ଥିତ ଥିଲେ।.

Leave a Reply

Your email address will not be published. Required fields are marked *