ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:
ବନ୍ଦର ନଗରୀ ପାରାଦୀପ ରେ ଦେବ ଶିଳ୍ପୀ ପ୍ରଭୂ ବିଶ୍ଵକର୍ମା ଙ୍କ ପୂଜା ବିଭିନ୍ନ ସଙ୍ଗଠନ ତରଫରୁ ଧୁମ୍ ଧାମରେ ପାଳନ କରାଯାଉ ଥିବା ବେଳେ ଦୁଇ ଦିନ ହେବ ପୂଜା ଚାଲିଥିବା ରୁ ଆଜି ଭକ୍ତ ଜନ ସାଧାରଣ ଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି l ଏଥିସହ ବିଭିନ୍ନ ପୂଜା କମିଟି ତୋରଣ ଗୁଡ଼ିକ ବିଭିନ୍ନ ଲାଇଟିରେ ଝଲସୁ ଥିବା ବେଳେ ଏହି ସୋନ୍ଦର୍ଯ୍ୟ କୁ ଦେଖିବା ଓ ଭିତର ସାଜ ସଜା କୁ ନେଇ ଭକ୍ତ ମାନଙ୍କ ଭିଡ କହିଲେ ନ ସରେ l

ଏଥି ସହ ପ୍ରତ୍ୟେକ ପୂଜା ମଣ୍ଡପ ସମ୍ମୁଖରେ ବିଭିନ୍ନ ସସ୍ନୁକୃତିକ କାର୍ଯ୍ୟ କ୍ରମ ଯଥା ଭଜନ ସମାରୋହ, ମେଲୋଡି ,ରେ ଦର୍ଶକ ଙ୍କ ମନ ମୋହୁଥିବା ଦେଖା ଯାଉଛି l ଏହି ପୂଜା ସାତ୍ ଦିନିଧରି ଚାଲିବାକୁ ଥିବା ବେଳେ ଏହାକୁ ଲକ୍ଷ୍ୟ କରି ବହୁ ଦୋକାନ ବଜାର ନିଜର ପସରା ମେଲାଇ ଦେଖେଣା ହାରି ମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ବିକ୍ରୀ କରୁଥିବା ଦେଖିବାକୁ ମିଳିଛି l



Total Users : 6852