ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି /ସମୀକ୍ଷା ନ୍ୟୁଜ:
୧୯/୯/୨୦୨୬- ଅହରହ ଅବିଶ୍ରାନ୍ତ ସେବା ଯୋଗାଉଥିବା ୧୦୮ ରୋଗୀସେବା ଯାନର ସେବାପ୍ରତି ଚରମ ଅବହେଳା ଏବେ ଘଟଣା ବହୁଳ ହେଉଥିବା ବ୍ୟତୀତ ରୋଗୀ ମୁଣ୍ଡବିନ୍ଧାର କାରଣ ହେଉଛି । ସତେ ଯେମିତି ତାକୁ ହେଉଥିବା ରୋଗ ପାଇଁ ଯାଞ୍ଚ ଯନ୍ତ୍ର ବା ତା ଡାକ୍ତର ଅଭାବ ସହ ଚିକିତ୍ସା ବ୍ୟବସ୍ଥା ନାହିଁ ବା ସେ ଆରୋଗ୍ୟ ଯୋଜନା ଭଳି କୌଣସି ଯୋଜନା ଅନ୍ତର୍ଗତ ନୁହଁ ବୋଲି ବିଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି । ତେବେ ଏଭଳି ଭିନ୍ନ ସମସ୍ୟା ନେଇ ଏମାନଙ୍କ ଦିନକୁ ଦିନ ଭିନ୍ନକ୍ଷମ ବା ପଙ୍ଗୁତ୍ୱ ବୃଦ୍ଧି ପାଉଥିବା ନେଇ ଅଣଦେଖା ବା ଅବହେଳା ପ୍ରତି କାହାକୁ ଦାୟୀ କରାଯିବ ବୋଲି ବହୁ ସମାଜସେବୀ ଓ ବରିଷ୍ଠ ନାଗରିକ ସମୂହ ପ୍ରଶ୍ନ କରିଛନ୍ତି ।

ଏହି ରୋଗୀସେବା ଗାଡି ବା ଆମ୍ବୁଲାନ୍ସ ଗୁଡିକୁ ପରାମର୍ଶ କ୍ରମେ ସମୟାନୁସାରେ ତଥା ନିୟମିତ ବ୍ୟବଧାନରେ ଉପଯୁକ୍ତ ଚେକଅପ ଓ ଯାନ୍ତ୍ରିକ ତୃଟିର ସାମଧାନ କରାଯାଉନଥିବାରୁ ଏମାନେ ଅଧିକାଂଶ ସମୟରେ ଗନ୍ତବ୍ୟସ୍ଥଳ ପହଞ୍ଚିବାକୁ ଅସମର୍ଥ ହେଉଥିବା ଦେଖାଯାଏ । ଉତ୍ତମ ସେବା ପ୍ରଦାନରେ ଗରିବଦୁଃଖୀ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ସମୟରେ ଅଧାରାସ୍ତାରେ ନିଜେ ରୋଗୀ ସାଜୁଥିବା ଦୃଷ୍ଟାନ୍ତ ଅନେକ ସମୟରେ ଦେଖିବାକୁ ମିଳିଥାଏ । କେତେବେଳେ ରାସ୍ତା ମଝିରେ ଅଚଳ, କେତେବେଳେ ଟାୟାର ଖରାପ ଭଳି ଅନ୍ୟାନ୍ୟ ସାଧାରଣ ସମସ୍ୟାରେ ଦୀର୍ଘ ସମୟ ଧରି ନପହଂଚି ପାରୁଥିବା ଏହି ଆମ୍ବୁଲାନ୍ସ ଭରସାରେ ରୋଗୀ ଅସୁବିଧାରେ ପଡି ମୃତ୍ୟୁ ମୁଖରେ ପଡିବା ଏବେ ସମସ୍ୟା ବହୁଳ ହେବାରେ ଲାଗିଛି ବୋଲି ମଧ୍ୟ ଖବର ଦୈନନ୍ଦିନ ଦେଖିବାକୁ ମିଳିଥାଏ । ଗାଡିର ଯାନ୍ତ୍ରିକ ସମସ୍ୟା ନେଇ ନିୟୋଜିତ କର୍ମଚାରୀଙ୍କ ଅଭିଯୋଗକୁ ଉପରିସ୍ଥ ସ୍ତରରେ ସଠିକ ସମୟରେ ସମାଧାନ କରାଯାଉନଥିବା ଯୋଗୁଁ ଅଧିକାଂଶ ଗାଡିକୁ ସମୟ ପୂର୍ବରୁ ଅବସର ଦେବା ବା ସେବାନିବୃତ୍ତ କରାଯିବା ଏବଂ ପରିତ୍ୟକ୍ତ ଆଵସ୍ଥାରେ ପଡିବା ଉଭୟ ସାଧାରଣ ଜନତା ଓ ସରକାରଙ୍କୁ କ୍ଷତି ନୁହେଁ କି ବୋଲି ପ୍ରଶ୍ନ ଉଠେ ।

ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକରେ ପ୍ରାୟତଃ ୩୦ଟି ଆମ୍ବୁଲାନ୍ସ ସେବା ରହିଥିବା ଜଣାପଡେ । ମାତ୍ର ଆମ୍ବୁଲାନ୍ସ ଗୁଡ଼ିକର ଯାନ୍ତ୍ରିକ ତୃଟି ପ୍ରତି ଦେଖାରଖା ସଂସ୍ଥାର ଅବହେଳା ଏବଂ ପ୍ରତି ଆମ୍ବୁଲାନ୍ସ ପ୍ରତି ମିଳୁଥିବା ରକ୍ଷଣାବେକ୍ଷଣ ଖର୍ଚ୍ଚର ସଠିକ ବିନିଯୋଗରେ ବ୍ୟାପକ ଅନିୟମିତତା ତଥା ମାରଣନୀତି ଯୋଗୁଁ ରୋଗୀ, ତାଙ୍କ ଆତ୍ମୀୟ ଓ ଆମ୍ବୁଲାନ୍ସ କର୍ମଚାରୀ ବହୁଳ ସମସ୍ୟା ଦେଇ ଗତିକରୁଥିବା ଅଭିଯୋଗ ହୁଏ । ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମଧ୍ୟ ଏସବୁ ସମସ୍ୟା ପାଇଁ ରୋଗୀ ସମ୍ପର୍କୀୟଙ୍କ ଆକ୍ରୋଶର ଶିକାର ହେବା ବ୍ୟତୀତ ହଟହଟା ହେବାକୁ ପଡେ । ଏଭଳିକି ସେବା ସମୟରେ ନିଜ ଖାଇବା ପିଇବା ପ୍ରତି ଧ୍ୟାନ ଦେଇପାରୁନଥିବା କର୍ମଚାରୀଙ୍କ ଗାଡି ପାଇଁ ପର୍ଯ୍ୟାପ୍ତ ଡିଜେଲର ଅଭାବ ଭଳି ଅଭିଯୋଗ ମଧ୍ୟ ଲୋକାଲୋଚନକୁ ଆସିଥାଏ । ରାଜ୍ୟ ତମାମ ରହିଥିବା ପ୍ରାୟ ୬ହଜାରରୁ ଅଧିକ ଆମ୍ବୁଲାନ୍ସ କର୍ମଚାରୀ ଆମ୍ବୁଲାନ୍ସ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ନାମରେ ସମସ୍ୟା ସମ୍ପର୍କିତ ବିଭିନ୍ନ ସମୟରେ କରୁଥିବା ଅଭିଯୋଗ ପ୍ରତି ଅବହେଳା ହେଉଥିବା ଏସବୁ କାରଣରୁ ସ୍ପଷ୍ଟ ଜଣାପଡେ । ଅନେକ ସମୟରେ ବିଶ୍ୱାସ ହରାଉଥିବା ଏହି ଆମ୍ବୁଲାନ୍ସ ଓ କର୍ମଚାରୀଙ୍କ ପ୍ରତି ଅବହେଳା ନକରି ତାଙ୍କ ମାଧ୍ୟମରେ ହେଉଥିବା ରୋଗୀସେବା ସହ ନଖେଳି ନିର୍ଦ୍ଦିଷ୍ଟ ନଜର ଦେବାକୁ ବୁଦ୍ଧିଜୀବୀ ସମୂହ ଦାବି ରଖିଥିବା ସମୟରେ ଜନସାଧାରଣଙ୍କ ନିକଟରୁ ସଂଗ୍ରହ ହେଉଥିବା ଟ୍ୟାକ୍ସ ଏବଂ ଅନ୍ୟାନ୍ୟ ଅର୍ଥରାଶିକୁ ଜନସାଧାରଣଙ୍କ ବିଭିନ୍ନ ସେବା କ୍ଷେତ୍ରରେ ସଠିକ ବିନିଯୋଗ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।



Total Users : 6858