ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଜମନକିରା ବ୍ଲକ୍ ଓୟୁଜେର ନୂତନ କମିଟି: ରାଜେନ୍ଦ୍ର ସଭାପତି, ସୁବାଷ ସମ୍ପାଦକ, ରାମନାରାୟଣ କୋଷାଧ୍ୟକ୍ଷ

ଜମନକିରା ବ୍ଲକ୍ ଓୟୁଜେର ନୂତନ କମିଟି: ରାଜେନ୍ଦ୍ର ସଭାପତି, ସୁବାଷ ସମ୍ପାଦକ, ରାମନାରାୟଣ କୋଷାଧ୍ୟକ୍ଷ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ

ଜମନକିରା, ୨୦/୦୯ : ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ଅଧୀନ ଜମନକିରା ବ୍ଲକ୍ ସାମ୍ବାଦିକ ୟୁନିଟ୍‌ର ଦ୍ୱିବାର୍ଷିକ ବୈଠକ ଓ ନିର୍ବାଚନ ରବିବାର ସମ୍ପନ୍ନ ହୋଇଛି। ନିର୍ବାଚନରେ ସର୍ବସମ୍ମତିକ୍ରମେ ରାଜେନ୍ଦ୍ର ନାୟକ ସଭାପତି, ସୁବାଷ ନାଥଶର୍ମା ସାଧାରଣ ସମ୍ପାଦକ ଓ ରାମନାରାୟଣ ସାହୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିଦାୟୀ ସଭାପତି କ୍ଷିତିରଞ୍ଜନ ପଧାନଙ୍କ ଅଧ୍ୟକ୍ଷତାରେ ଦ୍ୱିବାର୍ଷିକ ବୈଠକର ପ୍ରଥମ ଅଧିବେଶନ ହୋଇଥିଲା। ବୈଠକରେ ସାଧାରଣ ସମ୍ପାଦକ ସନ୍ତୋଷ ପଟେଲ୍ ଗତ ଦୁଇବର୍ଷର କାର୍ଯ୍ୟକଳାପ ସମ୍ପର୍କିତ ବିବରଣୀ ଉପସ୍ଥାପନ କରିଥିବା ବେଳେ କୋଷାଧ୍ୟକ୍ଷ ଅଶ୍ୱିନୀ ମହାକୁଲ ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ। ବୈଠକରେ ଓୟୁଜେ ରାଜ୍ୟ କୋଷାଧ୍ୟକ୍ଷ ଅମୁଲ୍ୟ ରଞ୍ଜନ ସ୍ୱାଇଁ ଯୋଗଦେଇ ଜମନକିରା ୟୁନିଟ୍‌ର ସାଂଗଠନିକ କାର୍ଯ୍ୟକଳାପ ଓ ଭୂମିକା ଉପରେ ଆଲୋକପାତ କରିଥିଲେ। ଜାତୀୟ କାର୍ଯ୍ୟକାରିଣୀ ପରିଷଦ ସଦସ୍ୟ ସଚ୍ଚିକାନ୍ତ ସାହୁ ସାମ୍ବାଦିକମାନଙ୍କ ଏକତା ଓ ସାଂଗଠନିକ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ୟୁନିଟ୍‌ର ବିଭିନ୍ନ କାର୍ଯ୍ୟକ୍ରମ, ସାଂଗଠନିକ ସ୍ଥିତି, ସାମ୍ବାଦିକମାନଙ୍କ ସମସ୍ୟା ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା।

ସଭ୍ୟମାନଙ୍କ ପ୍ରସ୍ତାବ ଆହ୍ୱାନ ସହ ସଦସ୍ୟତା ନବୀକରଣ କରାଯାଇଥିଲା। ନିର୍ବାଚନ ପୂର୍ବରୁ ପୁରୁଣା କମିଟିକୁ ଭଙ୍ଗ କରାଯାଇଥିଲା।ଅପରାହ୍ନରେ ଜିଲ୍ଲା ୟୁନିଅନ୍ ପକ୍ଷରୁ ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ ଦିନେଶ ମାହାଣାଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଆରମ୍ଭ ହୋଇଥିଲା। ପର୍ଯ୍ୟବେକ୍ଷକଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ପରେ ନୂତନ କର୍ମକର୍ତ୍ତା ଚୟନ ନେଇ ସଭ୍ୟମାନଙ୍କ ମତାମତ ନିଆଯାଇଥିଲା। ସଭ୍ୟମାନଙ୍କ ସର୍ବସମ୍ମତିରେ ରାଜେନ୍ଦ୍ର ନାୟକଙ୍କୁ ସଭାପତି, ସୁବାଷ ନାଥଶର୍ମାଙ୍କୁ ସାଧାରଣ ସମ୍ପାଦକ ଓ ରାମନାରାୟଣ ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀ ମାହାଣା ନବନିର୍ବାଚିତ କର୍ମକର୍ତ୍ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ନବନିର୍ବାଚିତ କର୍ମକର୍ତ୍ତାମାନେ ଓୟୁଜେ ସମ୍ବିଧାନ ପ୍ରତି ଆନୁଗତ୍ୟ, ସଂଗଠନର ନିୟମ ଓ ଶୃଙ୍ଖଳା ପାଳନ ସହ ସଂଗଠନର ଆଦର୍ଶ ଅନୁଯାୟୀ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ। ଏହି ଅବସରରେ ବିଦାୟୀ ସଭାପତି କ୍ଷିତିରଞ୍ଜନ ପଧାନ, ସାଧାରଣ ସମ୍ପାଦକ ସନ୍ତୋଷ ପଟେଲ୍ ଓ କୋଷାଧ୍ୟକ୍ଷ ଅଶ୍ୱିନୀ ମହାକୁଲ ନିଜ ନିଜର ଅଭିଭାଷଣ ରଖିଥିଲେ। ସଞ୍ଚୟ କୁମାର ପଟେଲ୍ ଧନ୍ୟବାଦ ଅର୍ପଣ କରିଥିଲେ।

ଜମନକିରା ବ୍ଲକ୍ ଓୟୁଜେର ନୂତନ କମିଟି: ରାଜେନ୍ଦ୍ର ସଭାପତି, ସୁବାଷ ସମ୍ପାଦକ, ରାମନାରାୟଣ କୋଷାଧ୍ୟକ୍ଷ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜିଲ୍ଲା ପ୍ରେସ କ୍ଲବର ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟଘାଟ”ସାମ୍ବାଦିକ-ପ୍ରଶାସନ ସୁସମ୍ପର୍କ ଲୋକସ୍ୱାର୍ଥ ସାଧନର ମାଧ୍ୟମ- ଜିଲ୍ଲାପାଳ”