ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

୬୪ତମ ବାଟାଲିୟନ CRPF ପକ୍ଷରୁ ସ୍ୱଚ୍ଛତା ଅଭିଯାନ

୬୪ତମ ବାଟାଲିୟନ CRPF ପକ୍ଷରୁ ସ୍ୱଚ୍ଛତା ଅଭିଯାନ – ସମୀକ୍ଷା ଖବର

ଭରତ ବିଶି / କଳାହାଣ୍ଡି / ସମୀକ୍ଷା ନ୍ୟୁଜ:

ଭବାନୀପାଟଣା: ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଚଳିତବର୍ଷର ଅଭିଯାନର ବିଷୟବସ୍ତୁ ରହିଛି— ‘ସ୍ୱଚ୍ଛତାରେ ଅଂଶଗ୍ରହଣ, ସ୍ୱଚ୍ଛ ଭାରତ, ବିକଶିତ ଭାରତ।’ଏହି କ୍ରମରେ ୬୪ତମ ବାଟାଲିୟନ CRPFର ଅଧିକାରୀ ଓ ଜବାନମାନଙ୍କ ପକ୍ଷରୁ ଭବାନୀପାଟଣାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୭ ସେପ୍ଟେମ୍ବରରୁ ୨୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ସ୍ୱଚ୍ଛତା ଓ କଠିନ ବର୍ଜ୍ୟବସ୍ତୁ ସୁପରିଚାଳନା ଅଭିଯାନ ଆୟୋଜନ କରାଯାଇଛି।

୬୪ତମ ବାଟାଲିୟନ CRPF ପକ୍ଷରୁ ସ୍ୱଚ୍ଛତା ଅଭିଯାନ – ସମୀକ୍ଷା

ଅଭିଯାନରେ ସ୍ୱଚ୍ଛତା ଟାର୍ଗେଟ ୟୁନିଟ୍ (CTU) ଚିହ୍ନଟ, ସାର୍ବଜନୀନ ସ୍ଥାନକୁ ସ୍ୱଚ୍ଛ ଓ ସୁନ୍ଦର କରିବା, ବିଦ୍ୟାଳୟସ୍ତରରେ ସ୍ୱଚ୍ଛତା ସଚେତନତା, ଯୁବପିଢ଼ିଙ୍କ ଅଂଶଗ୍ରହଣ ଏବଂ ସଫାଇ ମିତ୍ରଙ୍କ ସୁରକ୍ଷା ଓ ସମ୍ମାନ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଛି। ସ୍ୱଚ୍ଛତାକୁ କେବଳ ଏକ ସରକାରୀ ଅଭିଯାନ ଭାବେ ନୁହେଁ, ବରଂ ଜନସାଧାରଣଙ୍କ ସାମୂହିକ ଦାୟିତ୍ୱ ଭାବେ ଗ୍ରହଣ କରିବା ସହ ସ୍ୱଚ୍ଛତା ମାଧ୍ୟମରେ ସ୍ୱାସ୍ଥ୍ୟ, ସମୃଦ୍ଧି ଓ ସୁସ୍ଥ ପରିବେଶ ଗଠନ ଉପରେ ଅଭିଯାନରେ ସଚେତନତା ସୃଷ୍ଟି କରାଯାଇଛି।‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଚାଲିବ।

୬୪ତମ ବାଟାଲିୟନ CRPF ପକ୍ଷରୁ ସ୍ୱଚ୍ଛତା ଅଭିଯାନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଟିକ୍ରାପଡା ଡାକଘରରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ, ଦିନକୁଦିନ ଦୁର୍ନୀତିର ଚେର ବଢ଼ି ଚାଲିଛି