ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:
ବର୍ଷାରେ ବେହାଲ ଜଗତସିଂହପୁର ବସ ଷ୍ଟାଣ୍ଡ | ଟିକିଏ ବର୍ଷା ହୋଇଗଲେ ଜଗତସିଂହପୁର ବସଷ୍ଟାଣ୍ଡ ଟିର ଅବସ୍ଥା କାଦୁଅରେ ସନ୍ତ ସନ୍ତିଆ ହୋଇଯାଉଛି | ବିଭିନ୍ନ ଅଂଚଳରୁ ଆସିଥିବା ଯାତ୍ରୀ ମାନେ କାଦୁଅରେ ହନ୍ତ ସନ୍ତ ହେବାର ଅଭିଯୋଗ କରିଛି |
ପ୍ରକାଶ ଥାଉକି , ବସଷ୍ଟାଣ୍ଡଟି ଜଗତସିଂହପୁରର ସାନ ବଜାର ମୁଖ୍ୟ ରାସ୍ତାକୁ ଲାଗି ଅବସ୍ଥିତ |ଜାଗା ବହୁ ସଂକୋଚିତ ଅଟେ | ସହର ପଦଚଲାଲୋକ , ସାଇକଲଚଢ଼ାଳି, ଅନ୍ୟ ଯାନବାହାନରେ ଯାଉଥିବା ଲୋକମାନେ, ଅନ୍ୟ ସ୍ଥାନରୁ ଯିବାଆସିବା କରୁଥିବା ଯାତ୍ରୀମାନେ ଇତ୍ୟାଦି ସମସ୍ତେ ଏହି ମୁଖ୍ୟ ରାସ୍ତା ଉପରେ ନିର୍ଭର କରନ୍ତି |ବସ ଛିଡା ହେବା ସ୍ଥାନଟୀ ଭଙ୍ଗା ରୁଜା ଓ ବହୁ ଖାଲ ଢିପ ଅଟେ |ତାର ତିନି ପାର୍ଶ୍ଵ ଦୋକାନ ବଜାର ଥିଲାବେଳେ ଏକ ପାର୍ଶ୍ଵ ମୁଖ୍ୟ ରାସ୍ତା | ପାଣି ନିଷ୍କାସନ ପାଇଁ କୌଣସି ସୁବିଧା ନାହିଁ | ବର୍ଷା ଟିକିଏ ହେଲେ କାଦୁଅ ପଚର ପଚର ହୂଏ |ଯାତ୍ରୀ ଗୋଡ ଲୁଗାପଟା କାଦୁଅ ହେବାର ଅଭିଯୋଗ ଆଣିଛନ୍ତି |ଏହି ଅବସ୍ଥା ପୂର୍ବ କୋଡିଏ ବର୍ଷରୁ ହୋଇ ଆସୁଛି |

ସ୍ୱଦେଶୀ ଜାଗରଣ ବରିଷ୍ଠ ନାଗରିକ ମଞ୍ଚ ସଂଯୋଜକ ଭଗବାନ ମହାନ୍ତି କହିବା ଅନୁଯାଇ, ଏକ ନୂଆ ବସ ଷ୍ଟାଣ୍ଡ ଯୋଗଧାରୀରେ ବନି ସାରିଛି | ଏହା ଏନଏଚ55 ଓ ଜଗତସିଂହପୁର-ବାଲିକୁଦା ରାସ୍ତାର ପାର୍ଶ୍ୱରେ ଅବସ୍ଥିତ | ନୂଆ ଯୋଜନା ସହ ଜମି ମଜବୁତ କଂକ୍ରିଟ, ଘର, ଯାତ୍ରୀ ବିଶ୍ରାମା ଗାର,ଶୌଚାଳୟ, ପାଣି ନିଷ୍କାସନ ବ୍ୟବସ୍ତା, ଟ୍ରାଫିକ କଂଟ୍ରୋଲ ସବୁର ବ୍ୟବସ୍ତା ଅଛି | ଖାଲି ପ୍ରଶାସନର ଇଛାଶକ୍ତିର ଅଭାବ ଦେଖାଦେଉଛି | ବସ ଷ୍ଟାଣ୍ଡତି ଯଦି ସେଇଠାରୁ ଚାଲୁ ହୋଇଯାନ୍ତା ଏହି ସବୁ ସମସ୍ୟା ଦୂର ହୋଇଯାନ୍ତା | ବର୍ଷା କାଦୁଅ ପାଇଁ ଚିନ୍ତା ହୁଅନ୍ତା ନାହିଁ କି ରାସ୍ତା ଯାମ ହୁଅନ୍ତା ନାହିଁ, ସରକାରଙ୍କର ଖର୍ଚ୍ଚ ହୋଇଥିବା ତାଙ୍କର ଉଚ୍ଚିତ ବ୍ୟବହାର ହୁଅନ୍ତା | ସେ ପୁଣି କହିଛନ୍ତି, ବରିଷ୍ଠ ନାଗରିକ ମଞ୍ଚ ଶୀଘ୍ର ଜିଲାପାଳଙ୍କୁ ଭେଟ କରି ଏହାର ପ୍ରତିକାର ପାଇଁ ଜଣାଇବେ |
ପୂର୍ବତନ ପୌରାଧ୍ୟକ୍ଷ ମଧୁସୂଦନ ସାହୁ, ବର୍ତ୍ତମାନର ବରିଷ୍ଠ ନାଗରିକ ସଂଘର ସଭାପତି, କହିଛନ୍ତି ଏହି ଯୋଜନା ତାଙ୍କ ସମୟରୁ ପ୍ରସ୍ତୁତ ଥିଲା | ନୂଆ ବସ ଷ୍ଟାଣ୍ଡ ବନି ସାରିଛି| ତାକୁ ବ୍ୟବହାରକୁ ପ୍ରଶାସନ ଆଣିଲେ, ଜଣକଲ୍ୟାଣ ହୁଅନ୍ତା | ସେ ମଧ୍ୟ ବରିଷ୍ଠ ନାଗରିକ ମଞ୍ଚ ସହ ଯାଇ ଜିଲା ପାଳଙ୍କୁ ଭେଟ କରିବେ ଓ ଏହାର ଅବଗତ କରାଇବେ |






