ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ଝାରସୁଗୁଡ଼ା ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ”ଘରୁ ବର୍ଜ୍ୟ ପୃଥକୀକରଣ ଉପରେ ଗୁରୁତ୍ୱ”

ଝାରସୁଗୁଡ଼ା ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ”ଘରୁ ବର୍ଜ୍ୟ ପୃଥକୀକରଣ ଉପରେ ଗୁରୁତ୍ୱ” – ସମୀକ୍ଷା ଖବର

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା:

ଝାରସୁଗୁଡ଼ା, ୨୩/୯ : ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ ଅବସରରେ ସାରା ଦେଶରେ ସ୍ୱଚ୍ଛତା, ପରିମଳ ଓ ବର୍ଜ୍ୟ ପରିଚାଳନାକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି l ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନର ଅଂଶସ୍ୱରୂପ ଝାରସୁଗୁଡ଼ା ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ୱାର୍ଡ ଓ ଶିକ୍ଷାନୁଷ୍ଠାନରେ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ସହରକୁ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ରଖିବା ପାଇଁ କେବଳ ପୌରସଂସ୍ଥାର ଉଦ୍ୟମ ଯଥେଷ୍ଟ ନୁହେଁ, ଘରୋଇ ସ୍ତରରୁ ବର୍ଜ୍ୟ ପରିଚାଳନାରେ ନାଗରିକଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ସଚେତନତା କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଛି l ବିଶେଷକରି ଘରୁ ବର୍ଜ୍ୟକୁ ପୃଥକ କରିବା ଏବଂ ପୃଥକ ଭାବେ ପୌର କର୍ମଚାରୀଙ୍କୁ ହସ୍ତାନ୍ତର କରିବା ପାଇଁ ଲୋକଙ୍କୁ ଆହ୍ୱାନ କରାଯାଇଛି l ଅଭିଯାନରେ ପ୍ରତ୍ୟେକ ପରିବାରକୁ ଚାରି ପ୍ରକାରର ବର୍ଜ୍ୟ ପୃଥକୀକରଣ କରିବା ସମ୍ପର୍କରେ ସଚେତନ କରାଯାଉଛି l ରୋଷେଇ ଘରରୁ ବାହାରୁଥିବା ଅବଶିଷ୍ଟ ଖାଦ୍ୟ, ପନିପରିବା ଓ ଫଳର ଚୋପା ଆଦିକୁ ଭିଜା ବର୍ଜ୍ୟ ଭାବେ ଅଲଗା ରଖିବାକୁ କୁହାଯାଇଛି l ଏହି ବର୍ଜ୍ୟକୁ କମ୍ପୋଷ୍ଟ ପ୍ରସ୍ତୁତି କିମ୍ବା ଅନ୍ୟାନ୍ୟ ଜୈବ ପ୍ରକ୍ରିୟାକରଣରେ ବ୍ୟବହାର କରାଯାଇପାରିବ l

ଝାରସୁଗୁଡ଼ା ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ”ଘରୁ ବର୍ଜ୍ୟ ପୃଥକୀକରଣ ଉପରେ ଗୁରୁତ୍ୱ” – ସମୀକ୍ଷା

ସେହିପରି କାଗଜ, କାର୍ଡବୋର୍ଡ, ପ୍ଲାଷ୍ଟିକ୍, ଧାତୁ ଓ କାଚ ଭଳି ଶୁଖିଲା ବର୍ଜ୍ୟକୁ ଭିଜା ବର୍ଜ୍ୟ ସହ ମିଶାଇ ନ ଦେଇ ପୃଥକ ଭାବେ ରଖିବାକୁ ପରାମର୍ଶ ଦିଆଯାଇଛି l ଏପରି ବର୍ଜ୍ୟକୁ ପୁନଃଚକ୍ରଣ ଓ ପୁନରୁଦ୍ଧାର ପ୍ରକ୍ରିୟାରେ ବ୍ୟବହାର କରାଯାଇ ପରିବେଶ ଉପରେ ଚାପ କମାଇବା ସହ ସମ୍ପଦର ପୁନଃବ୍ୟବହାର ସମ୍ଭବ ବୋଲି କୁହାଯାଇଛି l ଘରୋଇ ବିପଜ୍ଜନକ ବର୍ଜ୍ୟ ପ୍ରତି ମଧ୍ୟ ସତର୍କ ରହିବାକୁ ସଚେତନ କରାଯାଇଛି l ବ୍ୟାଟେରି, ବଲ୍ବ, ଅବଧି ସରିଯାଇଥିବା ଔଷଧ, ରାସାୟନିକ ପାତ୍ର ଆଦିକୁ ସାଧାରଣ ବର୍ଜ୍ୟ ସହ ମିଶାଇ ନ ଦେଇ ପୃଥକ ଭାବେ ସଂଗ୍ରହ କରି ସୁରକ୍ଷିତ ନିଷ୍କାସନ ପାଇଁ ଦେବାକୁ ଲୋକଙ୍କୁ କୁହାଯାଇଛି l ଏଭଳି ବର୍ଜ୍ୟ ଅବ୍ୟବସ୍ଥିତ ଭାବେ ଫିଙ୍ଗିଲେ ମାଟି, ପାଣି ଓ ପରିବେଶ ପ୍ରଦୂଷିତ ହେବା ସହ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ସଚେତନ କରାଯାଇଛି l
ଅନ୍ୟପକ୍ଷରେ ବ୍ୟବହୃତ ଡାଏପର, ସାନିଟାରୀ ପ୍ୟାଡ୍, ବ୍ୟାଣ୍ଡେଜ୍ ଆଦି ସାନିଟାରୀ ବର୍ଜ୍ୟକୁ ମଧ୍ୟ ସାଧାରଣ ବର୍ଜ୍ୟ ସହ ମିଶାଇ ନ ଦେବାକୁ ଆହ୍ୱାନ ଦିଆଯାଇଛି l ଏହି ବର୍ଜ୍ୟକୁ ଭଲ ଭାବେ ଗୁଡ଼ାଇ ପୃଥକ ଭାବେ ରଖି ପୌରସଂସ୍ଥାର ସଂଗ୍ରହକାରୀ କର୍ମଚାରୀଙ୍କୁ ହସ୍ତାନ୍ତର କରିବା ପାଇଁ ସଚେତନ କରାଯାଉଛି l

ଝାରସୁଗୁଡ଼ା ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ”ଘରୁ ବର୍ଜ୍ୟ ପୃଥକୀକରଣ ଉପରେ ଗୁରୁତ୍ୱ” – ସମୀକ୍ଷା

ପୌର ପରିଷଦ ପକ୍ଷରୁ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ବର୍ଜ୍ୟକୁ ଉତ୍ସସ୍ଥଳରୁ ପୃଥକ କରିବା, ଘରୋଇ ସ୍ତରରେ ସ୍ୱଚ୍ଛତା ବଜାୟ ରଖିବା, ଅନାବଶ୍ୟକ ଭାବେ ଏଣେତେଣେ ବର୍ଜ୍ୟ ନ ଫିଙ୍ଗିବା ଏବଂ ପୌର କର୍ମଚାରୀଙ୍କୁ ପୃଥକ ବର୍ଜ୍ୟ ହସ୍ତାନ୍ତର କରିବା ଉପରେ ଜୋର ଦିଆଯାଇଛି l ବିଭିନ୍ନ ୱାର୍ଡରେ ଲୋକଙ୍କୁ ସ୍ୱଚ୍ଛତାର ଗୁରୁତ୍ୱ ବୁଝାଇବା ସହ ନିଜ ଘର, ରାସ୍ତା, ପଡ଼ୋଶ ଓ ସହରକୁ ପରିଷ୍କାର ରଖିବାରେ ସକ୍ରିୟ ଭାଗୀଦାର ହେବାକୁ ଆହ୍ୱାନ କରାଯାଇଛି l ପୌର ପରିଷଦର ସ୍ୟାନିଟେଶନ ବିଶେଷଜ୍ଞ ଆଲୋକ ଜଗତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଅଭିଯାନରେ ବିଭିନ୍ନ ୱାର୍ଡର ସ୍ୱଚ୍ଛସାଥୀ, ସୁପରଭାଇଜରଙ୍କ ସମେତ ପୌରସଂସ୍ଥାର ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇ ଲୋକଙ୍କୁ ସଚେତନ କରିଥିଲେ l ଘରୁ ବର୍ଜ୍ୟ ପୃଥକୀକରଣ ଅଭ୍ୟାସକୁ ଦୈନନ୍ଦିନ ଜୀବନର ଅଂଶ କରିବା ସହ ‘ସ୍ୱଚ୍ଛ ସହର, ସୁସ୍ଥ ଜୀବନ’ ଗଠନରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ପୌର ପରିଷଦ ପକ୍ଷରୁ ବାର୍ତ୍ତା ଦିଆଯାଇଛି l

ଝାରସୁଗୁଡ଼ା ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ”ଘରୁ ବର୍ଜ୍ୟ ପୃଥକୀକରଣ ଉପରେ ଗୁରୁତ୍ୱ” – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି