ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ରାୟଗଡ଼ା ପୌର ଉପାଧ୍ୟକ୍ଷା ପଦ ପାଇଁ ୨୯ରେ ଉପନିର୍ବାଚନ ,ରାଜନୈତିକ ସମୀକରଣ ମଧ୍ୟରେ କାହା ହାତକୁ ଯିବ ଉପାଧ୍ୟକ୍ଷା ପଦ

ରାୟଗଡ଼ା ପୌର ଉପାଧ୍ୟକ୍ଷା ପଦ ପାଇଁ ୨୯ରେ ଉପନିର୍ବାଚନ ,ରାଜନୈତିକ ସମୀକରଣ ମଧ୍ୟରେ କାହା ହାତକୁ ଯିବ ଉପାଧ୍ୟକ୍ଷା ପଦ – ସମୀକ୍ଷା ଖବର

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ:

ରାୟଗଡ଼ା, ୨୨/୯: ରାୟଗଡ଼ା ପୌର ପରିଷଦରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଉପାଧ୍ୟକ୍ଷା ପଦ ପାଇଁ ଆସନ୍ତା ୨୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ପରେ ପୌରାଞ୍ଚଳରେ ରାଜନୈତିକ ତତ୍ପରତା ବଢ଼ିଛି। ଉପାଧ୍ୟକ୍ଷା ପଦକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ କାଉନସିଲରଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି।
ପୌର ପରିଷଦ ନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ସୂଚନା ଅନୁଯାୟୀ, ୨୯ ତାରିଖ ଦିନ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯିବ। ସକାଳ ୧୧ଟାରୁ ଦିନ ୧୨ଟା ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ ହେବ। ଅପରାହ୍ନ ୧ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି। ଦୁଇଜଣ ପ୍ରାର୍ଥୀ ରହିଲେ ଅପରାହ୍ନ ୧ଟା ୩୦ରୁ ୩ଟା ୩୦ ମଧ୍ୟରେ ମତଦାନ ହେବ। ମତଦାନ ଶେଷ ପରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ।

ରାୟଗଡ଼ା ପୌର ଉପାଧ୍ୟକ୍ଷା ପଦ ପାଇଁ ୨୯ରେ ଉପନିର୍ବାଚନ ,ରାଜନୈତିକ ସମୀକରଣ ମଧ୍ୟରେ କାହା ହାତକୁ ଯିବ ଉପାଧ୍ୟକ୍ଷା ପଦ – ସମୀକ୍ଷା


ସୂଚନା ଅନୁଯାୟୀ, ପୂର୍ବରୁ ବିଜେଡିର ୨୧ଜଣ, ବିଜେପିର ୨ଜଣ ଓ କଂଗ୍ରେସର ଜଣେ କାଉନସିଲର ନିର୍ବାଚିତ ହୋଇଥିଲେ। ଏହାଦ୍ୱାରା ବିଜେଡି ପୌର ପରିଷଦ ଗଠନ କରିଥିଲା। ତେବେ ୨୦୨୫ ସେପ୍ଟେମ୍ବର ୯ ତାରିଖରେ ଏନ୍‌. ଭାସ୍କର ରାଓ ବିଜେଡି ଛାଡ଼ି ବିଜୁ ସ୍ୱାଭିମାନ ମଞ୍ଚ ଗଠନ କରିବା ପରେ ପୌର ପରିଷଦରେ ରାଜନୈତିକ ସମୀକରଣରେ ପରିବର୍ତ୍ତନ ଆସିଥିଲା।
ଗତବର୍ଷ ସେପ୍ଟେମ୍ବର ୧୨ ତାରିଖରେ ୧୯ଜଣ କାଉନସିଲର ବିଜେଡିରୁ ନିର୍ବାଚିତ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ପରବର୍ତ୍ତୀ ସମୟରେ ଅନାସ୍ଥା ଭୋଟକୁ ନେଇ ଆଇନଗତ ବିବାଦ ଦେଖାଦେଇଥିଲା। ମତଦାନ ପରେ ଗଣତି ପୂର୍ବରୁ ମାମଲା କୋର୍ଟକୁ ଯାଇଥିବାରୁ ଫଳାଫଳ ଘୋଷଣା ଉପରେ ରୋକ ଲାଗିଥିଲା।
କୋର୍ଟଙ୍କ ନିର୍ଦ୍ଦେଶ ପରେ ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖରେ ଫଳାଫଳ ଘୋଷଣା ହୋଇଥିଲା। ଫଳାଫଳରେ ଶୁଭ୍ରା ପଣ୍ଡା ଉପାଧ୍ୟକ୍ଷା ପଦ ହରାଇଥିଲେ। ସେହିଦିନଠାରୁ ପୌର ଉପାଧ୍ୟକ୍ଷା ପଦ ଖାଲି ରହିଛି।
ଏବେ ୨୯ ତାରିଖରେ ହେବାକୁ ଥିବା ଉପନିର୍ବାଚନକୁ ନେଇ ପୌରାଞ୍ଚଳରେ ରାଜନୈତିକ ଚର୍ଚ୍ଚା ବଢ଼ିଛି। ନୂଆ ଉପାଧ୍ୟକ୍ଷା ଭାବେ କିଏ ନିର୍ବାଚିତ ହେବେ, ତାହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି।

ରାୟଗଡ଼ା ପୌର ଉପାଧ୍ୟକ୍ଷା ପଦ ପାଇଁ ୨୯ରେ ଉପନିର୍ବାଚନ ,ରାଜନୈତିକ ସମୀକରଣ ମଧ୍ୟରେ କାହା ହାତକୁ ଯିବ ଉପାଧ୍ୟକ୍ଷା ପଦ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଜନପ୍ରତିନିଧିଙ୍କୁ ଅଣଦେଖା