ଜିତେନ୍ଦ୍ର ଗୌଡ଼/ଦିଗପହଣ୍ଡି ସାମ୍ବାଦିକ/ ସମୀକ୍ଷା ନ୍ୟୁଜ :
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କାର୍ଯ୍ୟକ୍ରମରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ହେଉଥିବା ନେଇ ପ୍ରତିବାଦ ର ସ୍ୱର ଉଠାଇ ଛନ୍ତି ସରପଞ୍ଚ ସଙ୍ଘର ସଭାପତି ମନରଞ୍ଜନ ଗୌଡ଼ ।
।ଦିଗପହଣ୍ଡି ଅଞ୍ଚଳରେ କୌଣସି ସରକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କିମ୍ବା ଉଦ୍ଘାଟନ ହେଉଛି, ସେହି ଅଞ୍ଚଳର ନିର୍ବାଚିତ ଜନପ୍ରତିନିଧି ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଓ ସମ୍ପୃକ୍ତ ୱାର୍ଡ ସଦସ୍ୟଙ୍କୁ ଆମନ୍ତ୍ରଣ ଏବଂ ଯଥାଯଥ ସ୍ଥାନ ଦିଆଯିବା କଥା କିନ୍ତୁ ଦିଗପହଣ୍ଡି ବ୍ଲକ ରେ ତାହା ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ ଯଦି ପ୍ରତ୍ୟେକ ବିକାଶ କାର୍ଯ୍ୟରେ କେବଳ ଜଣେ କିମ୍ବା ଦୁଇଜଣ ନିର୍ବାଚିତ ପ୍ରତିନିଧିଙ୍କ ନାମ ଓ ଭୂମିକାକୁ ପ୍ରମୁଖତା ଦିଆଯାଇ ଅନ୍ୟ ଜନପ୍ରତିନିଧିଙ୍କୁ ଅଣଦେଖା ହେଉଥିବା ଆଲୋଚନା ହୋଇଛି।ଆମେ କୌଣସି ଜନପ୍ରତିନିଧିଙ୍କ ବିରୋଧୀ ନୁହଁ। ଆମର ଦାବି ହେଉଛି—ସମସ୍ତଙ୍କୁ ସମ୍ମାନର ସହିତ ମର୍ଯ୍ୟାଦା ଦିଆଯାଉ l

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଏହି ପ୍ରକାର ଅବହେଳା ଯଦି ଜାରି ରହେ, ତେବେ ଏହା ବିରୋଧରେ ଆମେ ଶାନ୍ତିପୂର୍ଣ୍ଣ ଭାବେ ଆମର ସ୍ୱର ଉତ୍ତୋଳନ କରିବୁ।
ସମୟ ଥାଉ ଥାଉ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ସଚେତନ ହୁଅନ୍ତୁ। ନଚେତ ତୃଣମୂଳସ୍ତରରେ ଜନପ୍ରତିନିଧିଙ୍କ ଅସନ୍ତୋଷ ଆହୁରି ବଢ଼ିବ।ଏବଂ ଏହାର ଜବାବ ଆଗାମୀ ପଂଚାୟତ ନିର୍ବାଚନ ରେ ଉଚିତ ଜବାବ ଦିଆଯିବ ବୋଲି ସରପଞ୍ଚ ସଙ୍ଘ ସଭାପତି ମନୋରଞ୍ଜନ ଗୌଡ଼ କହିଛନ୍ତି l






