ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଲଘୁଚାପ ବର୍ଷାରେ ମାଲକାନଗିରି ବେହାଲ: ୪ ପୋଲ ଉପରେ ୩ ଫୁଟ୍ ପାଣି, NH-326ରେ ଯାତାୟାତ ଠପ୍; ଜନଜୀବନ ବିପର୍ଯ୍ୟସ୍ତ

ଲଘୁଚାପ ବର୍ଷାରେ ମାଲକାନଗିରି ବେହାଲ: ୪ ପୋଲ ଉପରେ ୩ ଫୁଟ୍ ପାଣି, NH-326ରେ ଯାତାୟାତ ଠପ୍; ଜନଜୀବନ ବିପର୍ଯ୍ୟସ୍ତ – ସମୀକ୍ଷା ଖବର

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ

ମାଲକାନଗିରି: ଲଘୁଚାପଜନିତ ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ଅନେକ ରାସ୍ତା ଓ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଛି। ପଟେରୁ, କାଙ୍ଗୁରକୋଣ୍ଡା, କନ୍ୟାଶ୍ରମ ଓ ଏମ୍‌ଭି-୯୬ ନିକଟସ୍ଥ ୪ଟି ପୋଲ ଉପରେ ୨ରୁ ୩ ଫୁଟ୍ ପାଣି ଚାଲୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ NH-326ରେ ମଧ୍ୟ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି।

ଲଘୁଚାପ ବର୍ଷାରେ ମାଲକାନଗିରି ବେହାଲ: ୪ ପୋଲ ଉପରେ ୩ ଫୁଟ୍ ପାଣି, NH-326ରେ ଯାତାୟାତ ଠପ୍; ଜନଜୀବନ ବିପର୍ଯ୍ୟସ୍ତ – ସମୀକ୍ଷା

ଏହାର ପ୍ରଭାବରେ ଦୈନନ୍ଦିନ ଯାତାୟାତ ସହ ଆବଶ୍ୟକ ସାମଗ୍ରୀ ପରିବହନ ଓ ଅନ୍ୟାନ୍ୟ ଜରୁରୀ ସେବା ପ୍ରଭାବିତ ହୋଇଛି। ନଦୀ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ଥିବାରୁ ସମ୍ବେଦନଶୀଳ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ସମ୍ବେଦନଶୀଳ ଅଞ୍ଚଳ ପାଇଁ ସତର୍କତା

ଲଘୁଚାପ ବର୍ଷାରେ ମାଲକାନଗିରି ବେହାଲ: ୪ ପୋଲ ଉପରେ ୩ ଫୁଟ୍ ପାଣି, NH-326ରେ ଯାତାୟାତ ଠପ୍; ଜନଜୀବନ ବିପର୍ଯ୍ୟସ୍ତ – ସମୀକ୍ଷା

ପ୍ରଶାସନ ପକ୍ଷରୁ ନଦୀ, ନାଳ ଓ ପାଣି ପ୍ରବାହିତ ହେଉଥିବା ପୋଲ ନିକଟକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ପାଣି ଚାଲୁଥିବା ରାସ୍ତା କିମ୍ବା ପୋଲ ଅତିକ୍ରମ ନକରିବା, ଶିଶୁ ଓ ବୟସ୍କଙ୍କୁ ଏଭଳି ସ୍ଥାନଠାରୁ ଦୂରେ ରଖିବା ଏବଂ ଜଳସ୍ତର ବୃଦ୍ଧି ସମ୍ପର୍କିତ ସୂଚନା ପ୍ରତି ସଚେତନ ରହିବାକୁ କୁହାଯାଇଛି। ପରିସ୍ଥିତିକୁ ନଜରରେ ରଖି ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ଓ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି।

ଲଘୁଚାପ ବର୍ଷାରେ ମାଲକାନଗିରି ବେହାଲ: ୪ ପୋଲ ଉପରେ ୩ ଫୁଟ୍ ପାଣି, NH-326ରେ ଯାତାୟାତ ଠପ୍; ଜନଜୀବନ ବିପର୍ଯ୍ୟସ୍ତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଦିଗପହଣ୍ଡିରେ ଲଗାଣ ବର୍ଷା: ବାହୁଦା ନଦୀକୂଳିଆ ଗ୍ରାମବାସୀଙ୍କୁ ସତର୍କ ସୂଚନା , ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍