ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ରାଇକିଆ – ବାଲିଗୁଡ଼ା ରାସ୍ତାର ଲକେବାଡ଼ିଠାରେ ଯାତାୟାତା ବାଧାପ୍ରାପ୍ତ

ରାଇକିଆ – ବାଲିଗୁଡ଼ା ରାସ୍ତାର ଲକେବାଡ଼ିଠାରେ ଯାତାୟାତା ବାଧାପ୍ରାପ୍ତ – ସମୀକ୍ଷା ଖବର


ମହେଶ୍ୱର ଦିଗାଳ /ଡିଭିଜନାଲ ସାମ୍ବାଦିକ ସମୀକ୍ଷା ନିୟୁଜ

କନ୍ଧମାଳ/ରାଇକିଆ : ତା-୨୪/୦୯/୨୬
ରାଜ୍ୟରେ ବାତ୍ୟା ହେବାର ଆଶଙ୍କା ପ୍ରକାଶ କରି ସାରା ରାଜ୍ୟରେ ପ୍ରଶାସନର ତରଫରୁ ସତର୍କତା ଜାରି କରାଯାଇଛି । ରାଜ୍ୟରେ ଲଗାଣ ବର୍ଷା ସ୍ଥାନେ ସ୍ଥାନେ ଲାଗିରହିଛି । କେତେକ ଅଞ୍ଚଳରେ ଜଳବନ୍ଦୀ, ଗଛଡାଳ ପଡ଼ି ମୁଖ୍ୟ ରାସ୍ତା ଅବୋରଧ ହୋଇ ପଡ଼ିଛି । ଏ ଭଳି ପରିସ୍ଥିତିକୁ ନଜର ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । କନ୍ଧମାଳ ଜିଲ୍ଲାର ସମ୍ଭାବ୍ୟ ଲଗାଣ ବର୍ଷାକୁ ଲକ୍ଷ୍ୟ କରି କଳିଙ୍ଗ ଘାଟିକୁ ମଧ୍ୟ ଯାତାୟତ କରିବାକୁ ମନା କରାଯାଇଛି । ବିଗତ ଦିନରେ କଳିଙ୍ଗା ଘାଟିରେ ପାହାଡ଼ ଭୂସ୍ଖଳନ ହୋଇଥିଲା । ଯାହା ଦିନେ ଦୀର୍ଘ ଦିନ ଯାନବାହାନ ଯିବା ଆସିବାରେ ବାଧାପ୍ରାପ୍ତ ହୋଇଥିଲା । ତାହା ନୂତନୀକରଣ କରାଯାଇ ପୁନଃ ଯାନ ବାହାନ ଯାତାୟତ କରୁଥିଲେ ।

ରାଇକିଆ – ବାଲିଗୁଡ଼ା ରାସ୍ତାର ଲକେବାଡ଼ିଠାରେ ଯାତାୟାତା ବାଧାପ୍ରାପ୍ତ – ସମୀକ୍ଷା

ଏହି ଲଗାଣ ବର୍ଷା ଯୋଗୁଁ ରାଇକିଆ – ବାଲିଗୁଡ଼ା ମୁଖ୍ୟ ରାସ୍ତାର ଲକେବାଡ଼ିଠାରେ ଏକ ପୁରାତନ ବିରାଟ କାୟା ବୃକ୍ଷ ରାସ୍ତା ଉପରେ ବର୍ଷା ଓ ପବନ ପ୍ରଭାବରେ ଗଛଟି ଉପୁଡ଼ି ରାସ୍ଥା ଉପରେ ପଡ଼ିଥିବାରୁ ଉଭୟ ଦୁଇ ପାର୍ଶ୍ୱରୁ ଆସୁଥିବା ଯାନବାହନ ଚଳାଚଳରେ ସମ୍ୟା ସୃଷ୍ଟି ହୋଇଛି । ଗଛଟି ରାସ୍ତାର ଏକ ବଡ ଅଂଶ ଅବରୋଧ କରିଥିବାରୁ ଯାତ୍ରା ଓ ଚଳକମାନେ ଅଟକି ରହିବା ସହିତ ରାସ୍ତା ଖୋଳିବାକୁ ଅପେକ୍ଷାରେ ଯାତ୍ରୀ ପାହାଡ଼ିଆ ଅଞ୍ଚଳରେ ଅନେକ ପୁରାତନ ବୃକ୍ଷ୍ୟ ଗୁଡ଼ିକ ରାସ୍ତା କୋଡ଼ରେ ରହିଅଛି । ତେଣୁ ପାଦଚ଼ଳା, ସାଇକେଲ ଚ଼ଳା, ବଡ଼ ବଡ଼ ଯାନବାହାନ ଚାଳକମାନେ ଏହି ସମୟରେ ସତର୍କ ରହିବା ଆବଶ୍ୟକ ।

ରାଇକିଆ – ବାଲିଗୁଡ଼ା ରାସ୍ତାର ଲକେବାଡ଼ିଠାରେ ଯାତାୟାତା ବାଧାପ୍ରାପ୍ତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରେଳବାଇ ଜମି ଦୁର୍ବୃତ୍ତଙ୍କ ସେଫ୍ କରିଡର: କ୍ଷତି ସହୁଛନ୍ତି ବ୍ୟବସାୟୀ; ରେଳ ବିଭାଗ ସାଜିଛି ନିଦାବିଷ୍ଣୁ