ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ତିର୍ତୋଲ ମୁଖ୍ୟ ରାସ୍ତାରେ ଷଣ୍ଢଙ୍କ ଉପଦ୍ରଵ

ତିର୍ତୋଲ ମୁଖ୍ୟ ରାସ୍ତାରେ ଷଣ୍ଢଙ୍କ ଉପଦ୍ରଵ – ସମୀକ୍ଷା ଖବର

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:

କଟକ -ପାରାଦ୍ୱୀପ ମୁଖ୍ୟ ରାସ୍ତାର ତିର୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ନିକଟରେ ଷଣ୍ଢଙ୍କ ଉପଦ୍ରଵ ଦେଖିବାକୁ ବାର ବାର ମିଳୁଛି |ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭୟଭୀତ ହୋଇ ଅସୁରକ୍ଷିତ ଭାବରେ ରାସ୍ତା ଅତିକ୍ରମ ହେଉଥିବାର ଅଭିଯୋଗ ଆଣିଛନ୍ତି |ମୁଖ୍ୟ ରାସ୍ତାରେ ଦ୍ରୁତ ଗତୀରେ ଯାଉଥିବା ବସ, ଟ୍ରକ, କାର, ମଟର ସାଇକଲ, ସାଇକଲ ଓ ପଦଚଲା ବ୍ୟକ୍ତି ମାନେ ଅତି ଅସୁରକ୍ଷିତ ହୋଇ ପଡିଛନ୍ତି | ଏଠାରେ କେଇବାର ଦୁର୍ଘଟଣା ଘଟିବାର ଦୃଷ୍ଟାନ୍ତ ଅଛିବୋଲି ସ୍ଥାନୀୟ ଠେଲା ବ୍ୟବସାୟୀ କହୁଛନ୍ତି | ଏଠାରେ ଉଲେଖ ଯୋଗ୍ୟ ଘଟଣା ଏହିକି ଯେ,ପାରାଦ୍ୱୀପ -କଟକ ରାସ୍ତା ଏକ ଦ୍ରୁତ ଏବଂ ଗାଡିବହୁଳ ରାସ୍ତା ଅଟେ |ତା ସାଙ୍ଗକୁ ମହାବିଦ୍ୟାଳୟ ଛୁଟି ସମୟରେ ଛତ୍ରଛାତ୍ରୀଙ୍କ ଭିଡ଼ ନିଆଁ ପାଖରେ ଝୋଟ ରହିଲା ଭଳି |ମହାବିଦ୍ୟାଳୟ ଫାଟକ ମୁଖ୍ୟ ରାସ୍ତାକୁ ସିଧା ଲାଗିଛି |ଗାଡି ମଟର ସାଙ୍ଗକୁ ମଝି ରାସ୍ତାରେ ଷଣ୍ଢ ଛିଡାହେବା ମାନେ ଦ୍ରୁତଗାମୀ ଗାଡି କେବେବି ରାସ୍ତା ତଳକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ଧକାଡେଇପାରେ |ନ ହେଲେ ଉଠାବେପାରୀ ଉପରେ ମାଡ଼ ହୋଇପାରେ | ଛାତ୍ରନେତା ସତ୍ୟ ପ୍ରକାଶ ମହାନ୍ତି ଅଭିଯୋଗ କରିଛନ୍ତି |

ତିର୍ତୋଲ ମୁଖ୍ୟ ରାସ୍ତାରେ ଷଣ୍ଢଙ୍କ ଉପଦ୍ରଵ – ସମୀକ୍ଷା

ପୂର୍ବରୁ କେତେଥର ଗାଡିଧକା, ଷଣ୍ଢ ଧକା, ହୋଇ ପ୍ରାଣ ହରାଇଥିବାର ଏକ ବ୍ୟାପାରିର ଦୃଷ୍ଟାନ୍ତ ଥିବାବେଳେ, ଅନେକ ଛାତ୍ର ଛାତ୍ରୀ ଦୁର୍ଘଟଣାରେ ଆହତ ହୋଇଛନ୍ତି |ଏଣୁ ପ୍ରଶାସନ, ଟ୍ରାଫିକ ପୋଲିସ ରଖିବା ସଙ୍ଗେ ସଙ୍ଗେ ଷଣ୍ଢ ରଖିବା ବ୍ୟବସ୍ତା କରିବା ଆବଶ୍ୟକ ବୋଲି ସମାଜସେବୀ ତାପସ ମହାନ୍ତି କହିଛନ୍ତି |ସ୍ୱଦେଶୀ ଜାଗରଣ ମଞ୍ଚର ବରିଷ୍ଠ ନାଗରିକ ସଂଯୋଜକ ଭଗବାନ ମହାନ୍ତି କହିଛନ୍ତି ସେ ଜିଲା ଭେଟେରିନାରୀ ଅଫିସରଙ୍କ କର୍ଣ୍ଣ ଗୋଚର କରାଇବେ ଏବଂ ଜିଲା ଟ୍ରାଫିକ ଅଧିକାରୀଙ୍କୁ ଅବଗତ କରାଇବେ | ସଂଗଠନ ମାଧ୍ୟମରେ ଏହାର ଏକ ସମାଧାନପାଇ ଜିଲା କର୍ତ୍ତୃପକ୍ଷଙ୍କୁ ଜଣାଇବେ |

ତିର୍ତୋଲ ମୁଖ୍ୟ ରାସ୍ତାରେ ଷଣ୍ଢଙ୍କ ଉପଦ୍ରଵ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୟୂରଭଞ୍ଜ ବନ୍ୟା ପରିସ୍ଥିତି ଗମ୍ଭୀର, ବନ୍ୟାପାଣି ଘେରରେ ନଦୀକଡ଼ ବାସୀ