ଦୁର୍ଗା ପ୍ରସାଦ ଦାଶ/ ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ:
ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ମୟୂରଝାଲିଆ ଅଞ୍ଚଳରେ ଦେଖାଦେଇଛି ଜଳମଗ୍ନ ପରିସ୍ଥିତି। ମୟୂରଝାଲିଆ ଗ୍ରାମ ନିକଟ ଦେଇ ବହିଯାଇଥିବା ମନ୍ଦାକିନି ନଦୀରେ ବଢ଼ିଛି ଜଳସ୍ତର। ଏହାର ଉପନଦୀ ବାଉଁଶନଦୀରେ ମଧ୍ୟ ବନ୍ୟା ଜଳ ପ୍ରବଳ ବେଗରେ ପ୍ରବାହିତ ହେଉଛି।ବାଉଁଶନଦୀ ଖଣ୍ଡିଶି, ଝାରପଡ଼ା, କାଞ୍ଚନପୁର,ନାଟିମି, ବୋକାଖାଇ ଓ ମୟୂରଝାଲିଆ ଅଞ୍ଚଳ ଦେଇ ପ୍ରବାହିତ ହୋଇଛି। ଲଗାଣ ବର୍ଷା ଯୋଗୁଁ ଏହି ଅଞ୍ଚଳଗୁଡ଼ିକରେ ନଦୀ ଓ ନାଳର ଜଳସ୍ତର ବଢ଼ିବା ସହ ପରିସ୍ଥିତି ଗମ୍ଭୀର ହୋଇଛି। ମୟୂରଝାଲିଆଠାରୁ ମନ୍ଦାକିନି ନଦୀ ଟାଙ୍କୋଳ,ସରପାରି ଓ ରାମେଶ୍ୱର ଦେଇ ଆଗକୁ ପ୍ରବାହିତ ହୋଇଛି।
ମୟୁରଝାଲିଆ ବାଉଁଶ ନଦୀର ଡ୍ୟାମରେ ମଧ୍ୟ ପ୍ରବଳ ବେଗରେ ପାଣି ଖସୁଥିବା ଦେଖିବାକୁ ମିଳିଛି।ଡ୍ୟାମ୍ ଉପରେ ଜଳସ୍ରୋତର ଏଭଳି ଭୟଙ୍କର ଦୃଶ୍ୟ ଏବେ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି।ଚାରିଆଡ଼େ ପାଣି ହିଁ ପାଣି, ନଦୀରେ ପ୍ରଖର ସ୍ରୋତ ଓ ପ୍ରକୃତିର ଏଭଳି ଚିତ୍ର ସାମ୍ନାକୁ ଆସିଛି। ନଦୀ, ଡ୍ୟାମ୍ ଓ ପ୍ରବଳ ଜଳସ୍ରୋତ ନିକଟକୁ ନଯାଇ ସମସ୍ତେ ସତର୍କ ରହିବା ଆବଶ୍ୟକ ହୋଇ ପଡିଛି lବନ୍ୟା ସ୍ରୋତ ପ୍ରବଳ ବେଗରେ ବହୁଥିବାରୁ ଡ୍ୟାମ ନିକଟକୁ ଲୋକେ ନଯିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଅନୁରୋଧ କରିଛନ୍ତି l ପ୍ରଶାସନ ନଦୀ ଉପରେ ତୀକ୍ଷ୍ଣ ନଜର ରଖିଛି l






