ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ନବରଙ୍ଗପୁରରେ ନଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

ନବରଙ୍ଗପୁରରେ ନଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର:

ନଶାମୁକ୍ତ ସମାଜ ଗଠନ ସହ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବରୁ ଦୂରେଇ ରଖିବା ଲକ୍ଷ୍ୟରେ ନବରଙ୍ଗପୁରରେ ନଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଜୟପୁର ଶାଖା ପକ୍ଷରୁ ନବରଙ୍ଗପୁର ସରକାରୀ ପଲିଟେକ୍ନିକ୍ କଲେଜ ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କେନ୍ଦ୍ରୀୟ ସଂଚାର ବ୍ୟୁରୋ ଜୟପୁର ଶାଖାର କ୍ଷେତ୍ର ଅଧିକାରୀ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସାଂସଦ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଦାଶ, ବିଶିଷ୍ଟ ସମାଜ ସେବୀ ତଥା କାଉନ ସିଲର ଶ୍ରୀମତୀ ଶର୍ମିଷ୍ଠା ଦେଓ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଧନ ଞ୍ଜୟ ରାଓ ସମ୍ମାନିତ ରୂପେ ଯୋଗ ଦେଇଥିଲେ। ଅଧିବକ୍ତା କିଶୋରୀ ପଟ୍ଟନାୟକ, ଗବେଷକ ତଥା ଲେଖକ ସବ୍ୟସାଚୀ ବିଷୋୟୀ ରିସର୍ସ ପର୍ସନ ରୂପେ ଯୋଗ ଦେଇଥିଲେ।

ନବରଙ୍ଗପୁରରେ ନଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ – ସମୀକ୍ଷା

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ବିକଶିତ ଭାରତ ଗଠନ ର ସ୍ବପ୍ନ ପୂରଣ ପାଇଁ ନଶାମୁକ୍ତ ଭାରତ ଗଠନ ର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ନିଶାଦ୍ରବ୍ୟ ସେବନର କୁପ୍ରଭାବ, ଏହାଦ୍ୱାରା ବ୍ୟକ୍ତି, ପରିବାର ଓ ସମାଜ ଉପରେ ପଡୁଥିବା ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ବିଶେଷକରି ଯୁବପିଢ଼ି ନିଶାଠାରୁ ଦୂରେଇ ରହିବା ସହ ନିଜ ବନ୍ଧୁ, ପରିବାର ଓ ସମାଜର ଅନ୍ୟମାନଙ୍କୁ ମଧ୍ୟ ନିଶା ବିରୋଧରେ ସଚେତନ କରିବାକୁ ଆହ୍ୱାନ ଦିଆଯାଇଥିଲା। ଏହି ଅବସରରେ ନିଶାମୁକ୍ତ ଭାରତ ଗଠନ ପାଇଁ ସମସ୍ତେ ସାମୂହିକ ଭାବେ ସଂକଳ୍ପ ପାଠ କରାଯାଇଥିଲା। ନିଶା ବିରୋଧରେ ସଚେତନତା ସୃଷ୍ଟି ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ନିଶାମୁକ୍ତ ଭାରତ ଗଠନରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ ପାଇଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ନଶାମୁକ୍ତ ସମାଜ ଗଠନ ପାଇଁ ଏକ. ସଚେତନତା ଧର୍ମୀ ନାଟକ ପରିବେଷିତ ହୋଇଥିଲା। ଦୂରଦର୍ଶନ ଓ. ଆକାଶବାଣୀ ସମ୍ବାଦ ଦାତ୍ରୀ ପ୍ରଭାତୀ ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ରାସ ବିହାରୀ ନାୟକ ଧନ୍ୟବାଦ ଦେଇଥିଲେ।

ନବରଙ୍ଗପୁରରେ ନଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନୂଆପଡ଼ାରେ RAMP ଯୋଜନା ଅଧୀନରେ ଏମ୍‌ଏସ୍‌ଏମ୍‌ଇ ନୀତି ଓ ଡିପିଆର୍ ପ୍ରସ୍ତୁତି ନେଇ ଦକ୍ଷତା ବିକାଶ କର୍ମଶାଳା