Headlines

ସ୍ତ୍ରୀଙ୍କ ମୃତ୍ୟୁପରେ ଅସହାୟ ଉପେନ୍ଦ୍ର, ଚିକିତ୍ସା ଓ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ବାଧା ସାଜିଛି ଆର୍ଥିକ

ମହେଶ୍ୱର ଦିଗାଳ/ ଡିଭିଜନାଲ ସାମ୍ବାଦିକ/ସମୀକ୍ଷା ନିୟୁଜ/ କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ତଳଦଣ୍ଡିକିଆ ଗ୍ରାମ ପଞ୍ଚାୟତ ର ଡାଲିବାଡି ଗ୍ରାମର ଉପେନ୍ଦ୍ର ଦିଗାଳ ଆର୍ଥିକ ଅଭାବ ଓ ଶାରୀରିକ ଅସୁସ୍ଥତା ଯୋଗୁଁ ଅତ୍ୟନ୍ତ ଦୁର୍ଦ୍ଦିନରେ ଜୀବନ କାଟୁଥିବା ଅଭିଯୋଗ ହୋଇଛି, ଉପେନ୍ଦ୍ର ସ୍ତ୍ରୀଙ୍କ ପ୍ରାୟ 2 ବର୍ଷ ମୃତ୍ୟୁ ହୋଇସାରିଛି, ଏପଟେ ସ୍ତ୍ରୀଙ୍କ ମୃତ୍ୟୁ ପରେ ମାନସିକ ଚାପରେ ରହି ଉପେନ୍ଦ୍ର ପାରାଲେସିସ ପୀଡିତ ହୋଇ ଚଲାବୁଲା କରିବାରେ ଅସମର୍ଥ ଅଛନ୍ତି, ରୋଜଗାର କରିବାର ଦୂରକଥା ସେ ଆର୍ଥିକ ସମସ୍ୟା ଯୋଗୁ ସେ ମେଡିକାଲକୁ ଯାଇ ଆବଶ୍ୟକ ଚିକିତ୍ସା କରାଇ ପାରୁ ନାହାନ୍ତି ।
ଏଥିପାଇଁ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ବ୍ଳକକୁ ଯାଇ ଆବେଦନ କରିବା ପାଇଁ ମଧ୍ୟ ତାଙ୍କ ପାଖରେ ଆର୍ଥିକ ଅଭାବ ରହିଅଛି । ଫଳରେ ସରକାରୀ ଯୋଜନା ଓ ସହାୟତା ପାଇବାରେ ସେ ବାଧାର ସମ୍ମୁଖୀନ ହୋଇଛନ୍ତି । ଉପେନ୍ଦ୍ରଙ୍କ ଅବସ୍ଥା ପ୍ରଶାସନିକ ତୁରନ୍ତ ଯାଞ୍ଚ କରି ଘରେ ପହଞ୍ଚି ଆବଶ୍ୟକ ସହାୟତା, ଚିକିତ୍ସା ଓ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରକ୍ରିୟାରେ ସହଯୋଗ କରିବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *