ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବରିଷ୍ଠ ନାଗରିକ ଦିବସ ପାଳନରେ ସୀମିତ ପରିମାଣକୁ ବରିଷ୍ଠ ସଂଘମାନଙ୍କର ନାପସନ୍ଦ

ବରିଷ୍ଠ ନାଗରିକ ଦିବସ ପାଳନରେ ସୀମିତ ପରିମାଣକୁ ବରିଷ୍ଠ ସଂଘମାନଙ୍କର ନାପସନ୍ଦ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି:

୧/୧୦/୨୬ – ପ୍ରାୟ ୧୯୯୧ ମସିହା ପାଖରୁ ପ୍ରତ୍ୟେକ ବର୍ଷ ଅକ୍ଟୋବର ୧ ତାରିଖରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ସରକାରୀ ସ୍ତରରେ ବ୍ୟବସ୍ଥା ଗ୍ରହଣ କରାଯାଇ ପାଳନ ହୋଇଥାଏ । ଏଥିରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ବର୍ଗର ବରିଷ୍ଠ ନାଗରିକଗଣଙ୍କୁ ସମ୍ମାନିତ କର।ଯିବା ସହ ରାସ୍ତା ନିରାପତ୍ତା, ବାର୍ଦ୍ଧକ୍ୟ ଜନିତ ରୋଗ ବ୍ୟାଧି, ସାଇବର ଠକାମୀ, ସ୍ୱାସ୍ଥ୍ୟ ପରୀକ୍ଷା, ଚଷମା ପ୍ରଦାନ ସମ୍ବନ୍ଧୀୟ ଆଲୋଚନା ସହ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଆଦିର ଆୟୋଜନ ହୁଏ । ସୂଚନା ପୂର୍ବକ କିଛି ବର୍ଷ ଧରି ଏଭଳି କାର୍ଯ୍ୟକ୍ରମ ଜିଲ୍ଲାର ହେଡକ୍ୱାଟର୍ସ ଓ ବ୍ଳକ୍ ପରିସରରେ ସାମାଜିକ ସୁରକ୍ଷା ଅଧିକାରୀଗଣଙ୍କ ଦାୟିତ୍ୱରେ କରାଯାଇ ଆସୁଅଛି । ଚଳିତ ବର୍ଷ ରାଜ୍ୟ ସରକାର ବ୍ଳକ୍ ବ୍ୟବସ୍ଥାକୁ ବାଦ୍ ଦେଇ ନୂଆକରି ସବ୍-ଡିଭିଜନ ସ୍ତରକୁ ଏହା ସହ ଯୋଡିଥିଲେ । ପରେ ପୁଣି ଗତ ସେପ୍ଟେମ୍ବର ୨୫ ତାରିଖରେ ଚିଠି ମାଧ୍ୟମରେ ବ୍ଳକ୍ ସ୍ତରରେ ଏହା କରାଯିବାକୁ (ଟ୨୧,୪୨୨ ଙ୍କାର କାର୍ଯ୍ୟକ୍ରମ) ବ୍ୟବସ୍ଥା କଲେ । ମାତ୍ର ଦୁଃଖ ଓ ପରିତାପର ବିଷୟ ଯେ, ପ୍ରାୟତଃ ବ୍ଲକ ଅଧିନରେ ଗ୍ରାମାଞ୍ଚଳରେ ରହୁଥିବା, ଭତ୍ତାପାଉଥିବା, ବୃଦ୍ଧାଶ୍ରମ ଓ
ସ୍ବେଛାସେବୀ ସଂଗଠନ ମାନଙ୍କରେ ରହୁଥିବା ବରିଷ୍ଠଗଣ ସମୂହଙ୍କ ସଂଖ୍ୟା ତୁଳନାରେ ଉକ୍ତ କାର୍ଯ୍ୟକ୍ରମ ବାବଦକୁ ଖର୍ଚ୍ଚ ସେହି ପରିମାଣରେ ମିଳୁନଥିବା ହେତୁ କାର୍ଯ୍ୟକ୍ରମକୁ ସୀମିତ ସଂଖ୍ୟକ ତଥା ନିର୍ଦ୍ଦିଷ୍ଟ ପରିମାଣରେ ବରିଷ୍ଠ ନାଗରିକଙ୍କୁ ଆସିବାକୁ ସୂଚନା ମିଳୁଥିବା ନେଇ ବରିଷ୍ଠଙ୍କ ମହଲରେ କାର୍ଯ୍ୟକ୍ରମକୁ ଅପସନ୍ଦ କରାଯାଇଛି ।

ବରିଷ୍ଠ ନାଗରିକ ଦିବସ ପାଳନରେ ସୀମିତ ପରିମାଣକୁ ବରିଷ୍ଠ ସଂଘମାନଙ୍କର ନାପସନ୍ଦ – ସମୀକ୍ଷା

ଖବର ଅନୁଯାୟୀ ବେତନଟୀ ବ୍ଲକ୍ ମଧ୍ୟରେ ସିଭିଲ ସୋସାଇଟି, ବରିଷ୍ଠ ନାଗରିକ ସଂଘ ଓ ବୈଶିଙ୍ଗାର ବରିଷ୍ଠ ନାଗରିକ ମଞ୍ଚ ଅନ୍ତର୍ଭୁକ୍ତ ବରିଷ୍ଠ ନାଗରିକଙ୍କ ସଂଖ୍ୟା ପ୍ରାୟ ୭୦୦ରୁ ଅଧିକ । ସୀମିତ ସଂଖ୍ୟକ ବରିଷ୍ଠଙ୍କ ଏଭଳି ଚର୍ଚ୍ଚା ପାଇଁ ବ୍ଳକରେ କାର୍ଯ୍ୟକ୍ରମ ଖର୍ଚ୍ଚ ନିମନ୍ତେ ମାତ୍ର ଟ୨୧,୪୨୨ଙ୍କା ମିଳିବା ପଚାଶ ଜଣରୁ ଅଧିକଙ୍କ ପାଇଁ ନିଅଂଟ ପଡିଯିବ । ଏପରି ସ୍ଥଳେ ଉକ୍ତ ମଂଜୁର ଟଙ୍କାର ସଠିକ ଉପଯୋଗ ନେଇ ବେତନଟୀ ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତ ସଙ୍ଗଠନକୁ ଡକାଇ ଆଲୋଚନା ପୂର୍ବକ ବରିଷ୍ଠସମୂହଙ୍କ ମତାମତ ନେଇଥିଲେ, କାର୍ଯ୍ୟକ୍ରମ ସୁପରିଚାଳନା ହୋଇପାରିଥାନ୍ତା ବୋଲି ବରିଷ୍ଠ ଅବସର ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଅଭିଯୋଗ କରିଛନ୍ତି । ପାତର ଅନ୍ତର ନକରି ନ୍ୟାୟତଃ ସମସ୍ତ ବରିଷ୍ଠଙ୍କୁ ସମାନ ଦୃଷ୍ଟିରେ ରଖି ସମ୍ମାନ ରକ୍ଷା ପୂର୍ବକ ଦୂରଦୃଷ୍ଟି ବା ଚିନ୍ତାମୂଳକ ଯୋଜନା କ୍ରମେ କାର୍ଯ୍ୟକ୍ରମ କରାଯିବା ବଦଳରେ ଅନ୍ୟାନ୍ୟ ବରିଷ୍ଠଙ୍କୁ ଏଡାଇଦେଇ ବା ଅଣଦେଖା କରି ଏଭଳି କାର୍ଯ୍ୟକ୍ରମ କରିବା ଅନ୍ୟାୟ ଓ ଅବମାନନା । ଶ୍ରୀ ମହାନ୍ତିଙ୍କ ଅଭିଯୋଗ ଅନୁସାରେ ଯଦିଓ ବେତନଟୀ ବ୍ଳକ୍ ରେ ଛଅ ମାସରୁ ଉର୍ଦ୍ଧ୍ଵ ସମୟ ସ୍ଥାୟୀ ବିଡିଓ ନାହାନ୍ତି, ଏଭଳି ପରିସ୍ଥିତିରେ ସେପଟେମ୍ବର ୩୦ ତାରିଖ ବ୍ଳକରୁ ଉପରୋକ୍ତ ୩ଟି ପଞ୍ଜିକୃତ ସଂଘକୁ ଚିଠି କରି ବରିଷ୍ଠ ନାଗରିକ ଦିବସ ପାଳନର ବାର୍ତ୍ତା ଦେଲେ । ତା ସହ ପର ମୁହୂର୍ତ୍ତରେ ପୁଣି ଟେଲିଫୋନ ଯୋଗେ ପ୍ରତି ସଂଘରୁ ମାତ୍ର ପାଞ୍ଚଜଣ ଲେଖାଏଁ ଅକ୍ଟୋବର ୧ ତାରିଖରେ ବ୍ଳକକୁ ଆସିବାକୁ ଜଣାଇବା ଅପମାନଜନକ ।

ବରିଷ୍ଠ ନାଗରିକ ଦିବସ ପାଳନରେ ସୀମିତ ପରିମାଣକୁ ବରିଷ୍ଠ ସଂଘମାନଙ୍କର ନାପସନ୍ଦ – ସମୀକ୍ଷା

ତେବେ କାହାକୁ ଚୟନ କରାଯିବା ନେଇ ଏହି ଅପ୍ରୀତିକର ସୂଚନାକୁ ଲକ୍ଷ୍ୟ କରି ପ୍ରତି ସଂଘର ସଦସ୍ୟ/ସଦସ୍ୟ।ମାନଙ୍କ ସଂଖ୍ୟାକୁ ଆକଳନ କରି ତଥା ସେମାନଙ୍କ ପ୍ରତି ସରକାରଙ୍କର ଉଦାସୀନତା ଓ ବ୍ଲକ୍ କତ୍ତୃପକ୍ଷଙ୍କ ଅବହେଳାକୁ ପ୍ରତିବାଦ କରି ତିନୋଟି ସଂଘର ସଂପାଦକ ସଚ୍ଚିଦାନନ୍ଦ ମହାନ୍ତି -ସିଭିଲ ସୋସାଇଟି, ଜୟନ୍ତ କୁମାର ପଟ୍ଟନାୟକ- ବରିଷ୍ଠ ନାଗରିକ ସଂଘ ଓ ସୀତାନାଥ ବେହେରା – ବୈଶିଙ୍ଗା ବରିଷ୍ଠ ନାଗରିକ ମଞ୍ଚଙ୍କ ଆହ୍ୱାନ କ୍ରମେ କିଛି ବରିଷ୍ଠ ସଦସ୍ୟମାନଙ୍କ ସହ ସେମାନେ ସଭାସ୍ଥଳ ତ୍ୟାଗ କରିଥିଲେ । ଉକ୍ତ ସଭାରେ ଉପସ୍ଥିତ ବଡ଼ସାହି ବିଧାୟକ ସନାତନ ବିଜୁଳୀ , ଏ.ବି.ଡି.ଓ. ଗଗନ ବେହେରା ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ,ବି. ଏସ ଏସ.ଓ ଙ୍କ ଅନୁରୋଧକୁ ସଂଘ କର୍ମକର୍ତ୍ତା ଓ ସଦସ୍ୟଗଣ ଉପେକ୍ଷା କରି ଆଗାମୀ ବରିଷ୍ଠ ନାଗରିକଙ୍କ ଏଭଳି କାର୍ଯ୍ୟକ୍ରମରେ ବ୍ଳକ୍ ବଜେଟ୍ ବୃଦ୍ଧିର ଦାବି ଜଣାଇଥିଲେ । ମାତ୍ର ବଡ଼ସାହି ବ୍ଲକରେ ଯଥାରୀତି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣା ପଡିଥିବା ବେଳେ ଉଭୟ ବ୍ଲକରେ ସୀମିତ ବରିଷ୍ଠଙ୍କ ନିମନ୍ତ୍ରଣର ସୂଚନା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସମାନ ଦୃଷ୍ଟି ଓ ସମ୍ମାନ ରକ୍ଷା ତଥା ଆକଳନ ପୂର୍ବକ ଆଗାମୀ ଦିନରେ ବରିଷ୍ଠଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏଭଳି କାର୍ଯ୍ୟକ୍ରମରେ ସରକାର ବରିଷ୍ଠଙ୍କ ସଂଖ୍ୟା ତଦନ୍ତ କରି ଓ ଉଦ୍ଦିଷ୍ଟ ସମ୍ମାନଜନକ ବନ୍ଦୋବସ୍ତ ରଖି ଶୃଙ୍ଖଳିତ ବ୍ୟବସ୍ଥା ଗ୍ରହଣ ପୂର୍ବକ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ଅଞ୍ଚଳର ବରିଷ୍ଠ ମହଲରେ ଚର୍ଚ୍ଚା ଜୋର ହୋଇଥିବା ଶୁଣିବାକୁ ମିଳିଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାମନାଗୁଡ଼ା ଠାରୁ ବିଷମକଟକ ଖାଲଖମାରେ ପରିପୂର୍ଣ୍ଣ ୩୨୬ ନମ୍ବର ଜାତୀୟ ରାଜପଥ ; ଦୁର୍ଘଟଣା ପାଇଁ ଦାୟୀ କିଏ