ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଆର୍‌ଆଇ କାର୍ଯ୍ୟାଳୟରେ ଟଳିପଡ଼ିଲେ ବ୍ୟକ୍ତି, ଚାଲିଗଲା ଜୀବନ

ଆର୍‌ଆଇ କାର୍ଯ୍ୟାଳୟରେ ଟଳିପଡ଼ିଲେ ବ୍ୟକ୍ତି, ଚାଲିଗଲା ଜୀବନ – ସମୀକ୍ଷା ଖବର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର:

ପାଟଣା, ୧/୯: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଟାଙ୍ଗରପଡ଼ାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭାଙ୍ଗିଯାଇଥିବାରୁ ପଲିଥିନ ପାଇବା ଆଶାରେ ଆର୍‌ଆଇ କାର୍ଯ୍ୟାଳୟକୁ ଆସିଥିବା ଜଣେ ବ୍ୟକ୍ତି ହଠାତ୍‌ ଅସୁସ୍ଥ ହୋଇ ଟଳିପଡ଼ିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଛି।ମୃତକ ହେଲେ ପାଟଣା ଥାନା ଅଞ୍ଚଳର ବାଦୁଡ଼ିଘେରା ଗ୍ରାମର ଟାଓ୍ବା ନାଏକ। ସୂଚନା ଅନୁଯାୟୀ, ଲଗାଣ ବର୍ଷାରେ ତାଙ୍କ ଘର ଭାଙ୍ଗିଯାଇଥିବାରୁ ଆଶ୍ରୟ ପାଇଁ ପଲିଥିନ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ସେ ଟାଙ୍ଗରପଡ଼ାସ୍ଥିତ ଆର୍‌ଆଇ କାର୍ଯ୍ୟାଳୟକୁ ଆସିଥିଲେ। ତେବେ କାର୍ଯ୍ୟାଳୟ ପରିସରରେ ଥିବା ସମୟରେ ହଠାତ୍‌ ସେ ଅସୁସ୍ଥ ହୋଇ ଟଳିପଡ଼ିଥିଲେ। ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ପରେ ଟାଙ୍ଗରପଡ଼ା ଓ ବାଦୁଡ଼ିଘେରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ଟାଓ୍ବା ନାଏକଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ଆର୍‌ଆଇ କାର୍ଯ୍ୟାଳୟରେ ଟଳିପଡ଼ିଲେ ବ୍ୟକ୍ତି, ଚାଲିଗଲା ଜୀବନ – ସମୀକ୍ଷା
ଆର୍‌ଆଇ କାର୍ଯ୍ୟାଳୟରେ ଟଳିପଡ଼ିଲେ ବ୍ୟକ୍ତି, ଚାଲିଗଲା ଜୀବନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଅସାବଧାନତାବଶତଃ ପାଣିରେ ବୁଡ଼ି ପୋଖରୀରେ ବୁଡ଼ି ୧୩ ବର୍ଷୀୟ ନାବାଳକଙ୍କ ମୃତ୍ୟୁ