ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଅସାବଧାନତାବଶତଃ ପାଣିରେ ବୁଡ଼ି ପୋଖରୀରେ ବୁଡ଼ି ୧୩ ବର୍ଷୀୟ ନାବାଳକଙ୍କ ମୃତ୍ୟୁ

ଅସାବଧାନତାବଶତଃ ପାଣିରେ ବୁଡ଼ି ପୋଖରୀରେ ବୁଡ଼ି ୧୩ ବର୍ଷୀୟ ନାବାଳକଙ୍କ ମୃତ୍ୟୁ – ସମୀକ୍ଷା ଖବର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର:

ପାଟଣା:୧/୯,କେନ୍ଦୁଝର
ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଝାଲିଆପଡ଼ା ଗାଁର ଟୁଣିଆ ସାହିରେ ପୋଖରୀରେ ବୁଡ଼ି ଜଣେ ୧୩ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ନରେଶ ମହାନ୍ତ।ସୂଚନା ଅନୁଯାୟୀ, ନରେଶ ତାଙ୍କ ମା’ଙ୍କ ସହ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ଅସାବଧାନତାବଶତଃ ପାଣିରେ ବୁଡ଼ି ଯାଇଥିଲେ। ପରେ ମା’ ଓ ସ୍ଥାନୀୟ ଲୋକେ ତାଙ୍କୁ ପାଣିରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ।ତେବେ ଲଗାଣ ବର୍ଷା ଯୋଗୁଁ ଗାଁକୁ ଯିବା ରାସ୍ତାରେ ଥିବା ପୋଲ ଭାଙ୍ଗିଯାଇଥିବାରୁ ଆମ୍ବୁଲାନ୍ସ ଗାଁ ନିକଟକୁ ପହଞ୍ଚିପାରିନଥିଲା। ଫଳରେ ନରେଶଙ୍କ ମା’ ତାଙ୍କୁ ଗୁରୁତର ଅବସ୍ଥାରେ କାନ୍ଧରେ ବୋହି କିଛି ଦୂର ନେଇଥିଲେ। ପରେ ବଡ଼ମା ଙ୍କ ସହାୟତାରେ ଖଟିଆରେ ପ୍ରାୟ ୧ କିଲୋମିଟର ଦୂର ନେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ।ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ନରେଶଙ୍କୁ ପାଟଣା ଗୋଷ୍ଠୀ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ପରୀକ୍ଷା କରି ନରେଶଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଟୁଣିଆ ସାହି ସମେତ ଝାଲିଆପଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି।

ଅସାବଧାନତାବଶତଃ ପାଣିରେ ବୁଡ଼ି ପୋଖରୀରେ ବୁଡ଼ି ୧୩ ବର୍ଷୀୟ ନାବାଳକଙ୍କ ମୃତ୍ୟୁ – ସମୀକ୍ଷା
ଅସାବଧାନତାବଶତଃ ପାଣିରେ ବୁଡ଼ି ପୋଖରୀରେ ବୁଡ଼ି ୧୩ ବର୍ଷୀୟ ନାବାଳକଙ୍କ ମୃତ୍ୟୁ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜନତାଙ୍କ ଡାକରେ ପହଞ୍ଚିଲେ ପଦ୍ମପୁର ଉପଜିଲ୍ଲାପାଳ, ସମସ୍ୟା ସ୍ଥଳରେ ତୁରନ୍ତ ପଦକ୍ଷେପ ।