ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଘଞ୍ଚ ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ପ୍ୟାକିଂ ରାକେଟ୍ଅବକାରୀ ଚଢ଼ାଉ ବେଳେ ମାଫିଆ ଫେରାର, ୨୧୫ କେଜି ଗଞ୍ଜେଇ ଜବତ

ଘଞ୍ଚ ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ପ୍ୟାକିଂ ରାକେଟ୍ଅବକାରୀ ଚଢ଼ାଉ ବେଳେ ମାଫିଆ ଫେରାର, ୨୧୫ କେଜି ଗଞ୍ଜେଇ ଜବତ – ସମୀକ୍ଷା ଖବର

କୀର୍ତ୍ତି ଚନ୍ଦ୍ର ସାହୁ. ରାଜ୍ୟ ପ୍ରତିନିଧି, ସମୀକ୍ଷା ନିଉଜ:


ମାଲକାନଗିରି: ଘଞ୍ଚ ଜଙ୍ଗଲକୁ ନିରାପଦ ଆଶ୍ରୟ କରି ଚାଲିଥିଲା ଗଞ୍ଜେଇ ପ୍ୟାକିଂ ଓ ଚୋରାଚାଲାଣର ବଡ଼ ଚକ୍ର। ଜଙ୍ଗଲ ଭିତରେ ଗଞ୍ଜେଇକୁ ଯନ୍ତ୍ର ସାହାଯ୍ୟରେ ଚାପ ଦେଇ ପ୍ୟାକେଟ୍‌ ପ୍ରସ୍ତୁତ କରାଯାଉଥିବା ବେଳେ ଅବକାରୀ ବିଭାଗ ଅଚାନକ ଚଢ଼ାଉ କରିଛି। ଅବକାରୀ ଦଳକୁ ଦେଖି ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିବା ବେଳେ ସେଠାରୁ ୨୧୫ କେଜି ଗଞ୍ଜେଇ ଜବତ ହୋଇଛି। ମାଲକାନଗିରି ଜିଲ୍ଲା ଅବକାରୀ ମୋବାଇଲ୍‌ ୟୁନିଟ୍‌ ପକ୍ଷରୁ ଗୁପ୍ତ ସୂଚନା ଆଧାରରେ ଓର୍କେଲ୍‌ ଥାନା ଅନ୍ତର୍ଗତ ଡାଇକ୍‌-୨ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। ଅବକାରୀ ଦଳ ଜଙ୍ଗଲ ଭିତରେ ପହଞ୍ଚିବା ପରେ ସେଠାରେ ଗଞ୍ଜେଇକୁ ଚାପ ଦେଇ ପ୍ୟାକିଂ କରାଯାଉଥିବା ଘଟଣା ସାମ୍ନାକୁ ଆସିଥିଲା।

ଘଞ୍ଚ ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ପ୍ୟାକିଂ ରାକେଟ୍ଅବକାରୀ ଚଢ଼ାଉ ବେଳେ ମାଫିଆ ଫେରାର, ୨୧୫ କେଜି ଗଞ୍ଜେଇ ଜବତ – ସମୀକ୍ଷା


ତେବେ ଅବକାରୀ ଦଳର ଉପସ୍ଥିତି ଜାଣିପାରି ଘଟଣାସ୍ଥଳରେ ଥିବା ଅଭିଯୁକ୍ତମାନେ ସୁଯୋଗ ନେଇ ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିଲେ। ଚଢ଼ାଉ ବେଳେ ଘଟଣାସ୍ଥଳରୁ ଗଞ୍ଜେଇ ପ୍ୟାକିଂ ସହ ଜଡ଼ିତ ବିଭିନ୍ନ ସାମଗ୍ରୀ ମଧ୍ୟ ମିଳିଥିବା ଜଣାପଡ଼ିଛି।
ଅବକାରୀ ବିଭାଗର ସୂଚନା ଅନୁଯାୟୀ, ମୋଟ ୨୧୫ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨୧ ଲକ୍ଷ ୫୦ ହଜାର ଟଙ୍କା ବୋଲି ଆକଳନ କରାଯାଇଛି।
ଏହି ଘଟଣା ପରେ ଜଙ୍ଗଲ ଭିତରେ ଏଭଳି ଗଞ୍ଜେଇ ପ୍ୟାକିଂ କେନ୍ଦ୍ର ଚାଲୁଥିବା ଏବଂ ଏହା ପଛରେ ଏକ ସଂଗଠିତ ଚୋରାଚାଲାଣ ଚକ୍ର ସକ୍ରିୟ ଥିବା ନେଇ ସନ୍ଦେହ ଘନୀଭୂତ ହୋଇଛି। ଫେରାର ଅଭିଯୁକ୍ତମାନଙ୍କୁ ଧରିବା ସହ ଏହି ଚକ୍ରର ମୁଖ୍ୟ କାର୍ପଟଦାରଙ୍କ ନିକଟରେ ପହଞ୍ଚିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଖୋଜାଖୋଜି ଓ ତଦନ୍ତ ଜାରି ରହିଛି।

ଘଞ୍ଚ ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ପ୍ୟାକିଂ ରାକେଟ୍ଅବକାରୀ ଚଢ଼ାଉ ବେଳେ ମାଫିଆ ଫେରାର, ୨୧୫ କେଜି ଗଞ୍ଜେଇ ଜବତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ତିନିଟ କୁକୁଡ଼ା ଗିଳି ଦେଇଥିବା ବିଶାଳ ଅଜଗର ଉଦ୍ଧାର ; ସୁରକ୍ଷିତ ସ୍ଥାନରେ ଛାଡ଼ିଲେ ସାପ ଉଦ୍ଧାରକାରୀ