ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡ଼ା / ସମୀକ୍ଷା ନ୍ୟୁଜ/-03-09-2026:
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନବ ବରଣ ଉତ୍ସବ ତଥା ସ୍ବାଗତଂ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ କୁ ଦ୍ଵିତୀୟ ବର୍ଷ ବିଜ୍ଞାନ ର ଛାତ୍ର ନୀତେଶ ତାଣ୍ଡି ଓ ରାହୁଲ ବାଗ ପରିଚାଳନା କରିଥିଲେ । ପ୍ରଥମ ବର୍ଷର ନବାଗତ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ମାନଙ୍କୁ ଫୁଲ,ଚନ୍ଦନ,କଲମ ଦେଇ କରତାଳି ଧ୍ଵନି ଓ ହୁଳହୁଳୀରେ ସ୍ଵାଗତ କରାଯାଇଥିଲା ।

ଦ୍ଵିତୀୟ ବର୍ଷର କଳା, ବାଣିଜ୍ୟ, ଓ ବିଜ୍ଞାନ ର ଛାତ୍ର ଛାତ୍ରୀ ବିଦ୍ୟାଳୟର ଶୃଙ୍ଖଳା, ଛାତ୍ର ଚରିତ୍ର ତଥା ଅଧ୍ୟାପକ, ଅଧ୍ୟାପିକା ମାନଙ୍କ କର୍ତ୍ତବ୍ୟ ନିଷ୍ଟା ଉପରେ ପ୍ରଥମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ସୂଚନା ଦିଆ ଯାଇଥିଲା। ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ତରଫରୁ ଅଧ୍ୟାପକ ଅଶ୍ରଫ ଅଲ୍ଲୀ ଓ ପ୍ରାଧ୍ୟାପକ ସାମୁଏଲ ଦାନୀ ଆଶିର୍ବଚନ ପ୍ରଦାନ କରିଥିଲେ ।ପୂର୍ବତନ ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡ ଚବିଶ ଘଣ୍ଟା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ତଥା ବିଦ୍ୟାଳୟ ପାଇଁ ସମର୍ପିତ ଥିବା ସଙ୍ଗେ ସଙ୍ଗେ ଶୃଙ୍ଖଳାର ହାର ପିନ୍ଧି ଆସୁଥିବା ଛାତ୍ର ଛାତ୍ରୀ ମାନଙ୍କ ସବୁ ବେଳେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ସୂଚିତ କରିଥିଲେ ।ଅଧ୍ୟାପିକା ସନମତି ମହାନନ୍ଦଙ୍କ ପ୍ରେରଣାରେ ଝରଣା ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।






