ବିଜୟ କୁମାର ମହାପାତ୍ର / ପିପିଲି/ସମୀକ୍ଷା ନିୟୁଜ:
ପିପିଲି,ତା୪ା୧୦ ପିପିଲି ନିର୍ବାଚନ ମଣ୍ଡଳୀର ୭ଥର ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ୬ଷ୍ଠ ତମ ଶ୍ରାଦ୍ଧବାର୍ଷିକ ପିପିଲିସ୍ଥିତ ମାଣିକ ଗାର୍ଡେନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେଢାଖୋଲ ବିଧାୟକ ତଥା ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ,ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର,ପୁର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ,ପୁର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା,ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଂଟିଆ ,କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତୁଷାରକାନ୍ତୀ ବେହେରା, ପୁର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ,ପୁରୀଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୁର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ,ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ,ସୁବ୍ରତ କୁମାର ଛାଟେଇ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାରଥୀଙ୍କ ସ୍ମୁତୀ ଚାରଣ କରିବା ସହ ତାଙ୍କର ଲୋକପ୍ରୟତା, କାର୍ଯ୍ୟଦକ୍ଷତା, ନିର୍ଭିକ ଓ ସାହସକିତା ଅଂଚଳର ବିକାଶ ଭଳି କାର୍ଯ୍ୟ ପାଇଁ ସାରା ରାଜ୍ୟର କୋଣ ଅନୁକୋଣରେ ଯୁବ ଛାତ୍ର ମହିଳା ମାନଙ୍କ ହୃଦୟରେ ସ୍ଥାନ ପାଇଥିଲେ ।

ତାଙ୍କର ଦୃନୀତି ବିରୋଧରେ ଲଢେଇ ପାଇଁ ସବୁଠି ପରିଚିତ ଓ ଲୋପ୍ରିୟ ଜନନେତା ଭାବେ ନିଜକୁ ପରିଚିତ କରିପାରିଥିଲେ । ମୃତ୍ୟୁ ପରେ ବି ମହାରଥୀଙ୍କ ଡାଇଲଗ ଯୁବ ଛାତ୍ରଙ୍କ ପାଇଁ ପ୍ରେରଣ ସାଜିଛି । ସୋସିଆଲ ମିଡିଆରେ ଏବେ ବି ତାଙ୍କ ଭାଷଣ ଲୋକପ୍ରିୟତା ପାଇଛି । ସେ ଜଣେ କେବଳ ରାଜ୍ୟ ସ୍ତରୀୟ ନେତୃତ୍ୱ ନଥିଲେ ସେ ଥିଲେ ସଂସ୍କୁତୀ ପ୍ରେମୀର ପ୍ରତୀକ ବୋଲି ଅତିଥୀମାନେ କହିଥିଲେ । ।ଏହି ଅବସରରେ ଅଖଣ୍ଡ ପ୍ରଦୀପ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ସ୍ୱର୍ଗତ ମହାରଥୀଙ୍କ ଧର୍ମପତ୍ନୀ ପ୍ରାକ୍ତନ ଅଧ୍ୟାପିକା ଡଃ ପ୍ରତିଭା ମହାରଥୀ ସଭା ପରିଚାଳନା କରିଥିଲେ । ତାଙ୍କର ସୁପୁତ୍ର ପୁର୍ବତନ ବିଧାୟକ ରୁଦ୍ରପ୍ରତାପ ମାହାରଥୀ ଓ ଝିଅ ପଲ୍ଲବୀ ମହାରଥୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ୪ଜଣ ବ୍ୟକ୍ତି ବିଶେଷ ଡେଲାଙ୍ଗ ବ୍ଲକର ପୁର୍ବତନ ବ୍ଲକ ଅଧ୍ୟକ୍ଷ ବୈାରାଗୀ ଜେନା,ପୁର୍ବତନ ସରପଂଚ ପ୍ରସନ୍ନ ମହାରଥୀ,ସଦାଶିବ ଦାଶ,ଜବାର ଖାଁଙ୍କୁ ପ୍ରଦୀପ ସେବା ସମ୍ମାନରେ ଅତିଥୀମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ସେହିପରୀ ପିପିଲି ଡେଲାଙ୍ଗ ଅଂଚଳରୁ ୨୦୨୬ ମସିହାରେ ମାଟ୍ରିକ୍ ପରୀକ୍ଷା ଏ୧ରେ ଉତିର୍ଣ୍ଣ ହୋଇଥିବା ୬ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଛି । ଶେଷରେ ଡଃ ପ୍ରେମ ନାରାୟଣ ଜଗଦେବ ଧନ୍ୟବାଦ ଦେଇଥିଲେ । ଅତିଥିମାନେ ପ୍ରଥମେ ବିଜୁ ଜନତା ଦଳ କାର୍ଯ୍ୟାଳୟ ନିକଟରେ ଥିବା ବିଜୁ ବାବୁ ଓ ପ୍ରଦୀପ ମହାରଥିଙ୍କ ପ୍ରତିମୃର୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ପୁରୁଷ ,ଯୁବ ଛାତ୍ର ମାନେ ଯୋଗ ଦେଇଥିଲେ ।





