ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ମାଲକାନଗିରି ଜିଲ୍ଲାରେ ମାଲେରିଆ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନର ଶୁଭାରମ୍ଭ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ

ମାଲକାନଗିରି ଜିଲ୍ଲାରେ ମାଲେରିଆ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନର ଶୁଭାରମ୍ଭ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନ୍ୟୁଜ: ୦୫/୧୦/୨୬

ମାଲକାନଗିରି ଜିଲ୍ଲାକୁ ୨୦୩୦ ସୁଦ୍ଧା ମାଲେରିଆ ମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ପିରାମଲ ଫାଉଣ୍ଡେସନର ମିଳିତ ଉଦ୍ୟମରେ ‘ମାଲେରିଆ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ, ସିଡିଏମଓ ଡା. ଏମ୍.ଡି. ହୁସେନ, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ସୌଭାଗ୍ୟ ରଞ୍ଜନ ରଣସିଂହ, ପିରାମଲ ଫାଉଣ୍ଡେସନର କୋର୍ ଟିମ୍ ସଦସ୍ୟ ଶାନ୍ତ କୃଷ୍ଣ ଏବଂ ସିନିୟର ପ୍ରୋଜେକ୍ଟ ଡାଇରେକ୍ଟର ସଞ୍ଜୟ ସିଂହଙ୍କ ସମେତ ଫାଉଣ୍ଡେସନର ଜିଲ୍ଲା ଟିମ୍ ଓ ଗାନ୍ଧୀ ଫେଲୋମାନେ ଉପସ୍ଥିତ ଥିଲେ।ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲାର ୨୫ଟି ଗ୍ରାମ ପଞ୍ଚାୟତରେ ଏହି ଅଭିଯାନ କାର୍ଯ୍ୟକାରୀ ହେବ। ମାଲେରିଆ ପ୍ରତିରୋଧ, ଜ୍ୱର ରୋଗୀଙ୍କ ଶୀଘ୍ର ପରୀକ୍ଷା, ପଜିଟିଭ୍ ରୋଗୀଙ୍କ ସମ୍ପୂର୍ଣ୍ଣ ଚିକିତ୍ସା, ନିରନ୍ତର ନିରୀକ୍ଷଣ ଏବଂ ଜନସଚେତନତା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ରହିଛି।

ମାଲକାନଗିରି ଜିଲ୍ଲାରେ ମାଲେରିଆ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନର ଶୁଭାରମ୍ଭ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ – ସମୀକ୍ଷା

କର୍ମଶାଳାରେ ବକ୍ତାମାନେ କହିଥିଲେ, କେବଳ ସ୍ୱାସ୍ଥ୍ୟ ବିଭାଗର ଉଦ୍ୟମରେ ମାଲେରିଆ ନିରାକରଣ ସମ୍ଭବ ନୁହେଁ। ଏଥିପାଇଁ ସମସ୍ତ ଲାଇନ୍ ବିଭାଗ, ତ୍ରିସ୍ତରୀୟ ପଞ୍ଚାୟତିରାଜ ସଂସ୍ଥା, ଜନପ୍ରତିନିଧି, ଆଶାକର୍ମୀ, ସ୍ୱେଚ୍ଛାସେବୀ ଓ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ସମନ୍ୱିତ ଉଦ୍ୟମ ଆବଶ୍ୟକ। ଅଭିଯାନର ମୁଖ୍ୟ ବାର୍ତ୍ତା ହେଉଛି – “ପ୍ରତ୍ୟେକ ଜ୍ୱର ପରୀକ୍ଷା ହେବ, ପ୍ରତ୍ୟେକ ପଜିଟିଭ୍ ରୋଗୀଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ମିଳିବ ଏବଂ ପ୍ରତ୍ୟେକ ମାମଲାର ଟ୍ରାକିଂ କରାଯିବ।”
ପିରାମଲ ଫାଉଣ୍ଡେସନର ବି.ଏନ୍. ଦୁର୍ଗା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଭିଯାନ ପୂର୍ବରୁ ଫାଉଣ୍ଡେସନର ୫ଟି ରାଜ୍ୟର ୧୫ ଜଣ ବରିଷ୍ଠ ସଦସ୍ୟ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳ ଏବଂ ଖଇରପୁଟ ବ୍ଲକର ବଣ୍ଡା ଘାଟି ଅଞ୍ଚଳ ପରିଦର୍ଶନ କରି ସେଠାକାର ଭୌଗୋଳିକ ଚ୍ୟାଲେଞ୍ଜ ଓ ମାଲେରିଆ ନିରାକରଣ ସ୍ଥିତି ଅନୁଧ୍ୟାନ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଆପଣ ଜାଣିଛନ୍ତି କି ଭୂସ୍ଖଳନ କାହିଁକି ହୁଏ ?