ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ବସ ଜବତ: ୨୪୫ କେଜି ଗଞ୍ଜେଇ ଜବତ ସହ ଅଭିଯୁକ୍ତ ଗିରଫ

ବସ ଜବତ: ୨୪୫ କେଜି ଗଞ୍ଜେଇ ଜବତ ସହ ଅଭିଯୁକ୍ତ ଗିରଫ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
୦୬/୧୦/୨୬
ମାଲକାନଗିରିରୁ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ବସକୁ ଜବତ କଲା ପୋଲିସ। ୨୪୫ କେଜି ଗଞ୍ଜେଇ ସହ ବସ୍ ମାଲିକ ଓ ସହଯୋଗୀ ଗିରଫ କଲା ପୋଲିସ। ଛତିଶଗଡ଼ର ଗୋରେଲା-ପେଣ୍ଡ୍ରା- ମାରବାହି ଜିଲ୍ଲା ପୁଲିସ ଜବତ କରିଛି ଏହି ବିପୁଳ ପରିମାଣର ଗଞ୍ଜେଇ। ଏହାର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୨୨ ଲକ୍ଷ ଟଙ୍କା ବୋଲି ପୁଲିସ ସୂଚନା ଦେଇଛନ୍ତି। ଏଥିସହ ଦାମୀକିଆ ନୂତନ ବସ୍ ଓ ୩ଟି ମୋବାଇଲ ମଧ୍ୟ ଜବତ ହୋଇଛି।

ବସ ଜବତ: ୨୪୫ କେଜି ଗଞ୍ଜେଇ ଜବତ ସହ ଅଭିଯୁକ୍ତ ଗିରଫ – ସମୀକ୍ଷା

ସୂଚନା ଆଧାରରେ ପୁଲିସ କୋଟମୀ ଅଞ୍ଚଳରେ ଜାଗୁଆର ଟ୍ରାଭେଲ୍ସର ନାମକ ଗାଡ଼ି ଓଡି-୩୦-ଡି-୦୬୦୬ ନମ୍ବର ବସ୍‌କୁ ଅଟକାଇ ତଲାସି ଆରମ୍ଭ କରିଥିଲା। ବସ୍‌ର ସ୍ଲିପର ସିଟ୍ ଉପରେ ଥିବା ୩ଟି ବସ୍ତାରୁ ୪୯ ପ୍ୟାକେଟ୍ ଗଞ୍ଜେଇ ମିଳିଥିଲା। ଘଟଣାରେ ମାଲକାନଗିରିର ଅଭିଯୁକ୍ତ ଓ ସହଯୋଗୀ ମାନଙ୍କୁ ପୁଲିସ ଗିରଫ କରିଛି। ଗଞ୍ଜେଇ କୋରବା ଓ ଜିପିଏମ୍ ଅଞ୍ଚଳକୁ ଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନ୍‌ଡିପିଏସ୍ ଆଇନରେ ମାମଲା ରୁଜୁ କରି ପୁଲିସ ଅନ୍ୟ ସପ୍ଲାୟର ଓ ରିସିଭରଙ୍କୁ ଖୋଜୁଥିବା ଜଣାପଡିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଶିକ୍ଷକ ଅଭାବ ଯୋଗୁ ପରମାନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ