ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ:
ଟିଟିଲାଗଡ 9/10/2026: ଜିଲ୍ଲା ନାହିଁ ତ ଭୋଟ ନାହିଁ, ସରକାର ତୁମେ ଦାବି ମାନି ନିଅ, ଜିଲ୍ଲା ନାହିଁ ତ ଭୋଟ ନାହିଁ.. ଆଜି ଏମିତି କିଛି ନାରା ପ୍ଲା କାର୍ଡ ସହିତ କଲେଜ ଗେଟ ସମ୍ମୁଖରେ ଚାଲିଛି ବିକ୍ଷୋଭ ପ୍ରଦର୍ଶନ… ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବା ବେଳେ ତାହାକୁ ବର୍ଜନ କରିଛି ଟିଟିଲାଗଡ଼ ସ୍ଟୁଡେଣ୍ଟ ଏକ୍ସନ କମିଟି..
କଲେଜ କ୍ୟାମ୍ପସ ରେ ନାରା ବାଜି, ହାତରେ ବେନର, ପ୍ଲା କାର୍ଡ ଧରୀ ଚାଲିଛି ବିକ୍ଷୋଭ ପ୍ରଦର୍ଶନ.. କେତେବେଳେ କଲେଜ ପରିସର ରେ ତ କେତେବେଳେ ତ ମୁଖ୍ୟ ଗେଟ ସମ୍ମୁଖରେ.. ଆମର ଦାବୀ ମାନି ନିଅ, ଆମକୁ ଆମର ଜିଲ୍ଲା ଦିୟ, ଜିଲ୍ଲା ନାହିଁ ତ ଭୋଟ ନାହିଁ… ଆଜି ରାଜ୍ୟର ସମସ୍ତ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ନେଇ ମାହୋଲ ସରଗରମ ଥିବା ବେଳେ ଟିଟିଲାଗଡ଼ ଡ଼ି ଏ ଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଚିତ୍ର ଭିର୍ନ୍ନ ରହିଛି l ଛାତ୍ର ମାନେ ଜିଲ୍ଲା ଦାବୀ ନେଇ ଛାତ୍ର ସଂସଦ ନିର୍ବାଚନ କୁ ବର୍ଜନ କରିଛନ୍ତି

ଟିଟିଲାଗଡ଼ ଡ଼ି ଏ ଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଯୁକ୍ତ ତିନି ବିଭାଗ ରେ ସମୁଦାୟ ୧୯୮୪ ଜଣ ଛାତ୍ର ଛାତ୍ରୀ ଆଟ୍ସ, କମର୍ଶ ଏବଂ ସାଇନ୍ସ ବିଭାଗ ରେ ରହିଛନ୍ତି l ଏନେଇ ମହାବିଦ୍ୟାଳୟ ରେ ପ୍ରେସିଡେଣ୍ଟ, ଭାଇସ ପ୍ରେସିଡେଣ୍ଟ, ସେକ୍ରେଟାରୀ, ଆସିଷ୍ଟାଣ୍ଟ ସେକ୍ରେଟାରୀ, ଏଥଲେଟିକ, ଡ଼ି ଏସ ଏ ଭଳି ଆଠ ଗୋଟି ବିଭାଗ ପାଇଁ ନାମାଙ୍କନ ପତ୍ର ନେଇ ଆଜି ସକାଳ ୧୦ ଟା ରୁ ୧ ଟା ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ ରହିଛି l ହେଲେ ଛାତ୍ର ମାନଙ୍କ ବିକ୍ଷୋଭ ଯୋଗୁଁ କେହି ନାମାଙ୍କନ ପତ୍ର ନେଇ ନାହାନ୍ତି l କଲେଜ ପରିସର ରେ ନିର୍ବାଚନ ବିଭାଗ ଦପ୍ତର ଖୋଲିଛି l ବ୍ୟାପକ ପୋଲିସ ବାହିନୀ ସହ ଥାନା ଅଧିକାରୀ, ଏସ ଡ଼ି ପି ଓ ଏବଂ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ତହସିଲଦାର ରହି ଛାତ୍ର ମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି l ହେଲେ ବର୍ତମାନ ଯାଏଁ କୌଣସି ନିର୍ବାଚନ ପ୍ରକ୍ରିୟା ଆଗେଇ ପାରିନାହିଁ l ମହାବିଦ୍ୟାଳୟ ରେ ଥିବା ଅନେକ ସମସ୍ୟା ଥିବା ବେଳେ ଏବେ ଛାତ୍ର ସଂସଦ ନିର୍ବାଚନ ବର୍ଜନ ଯୋଗୁଁ ପୁଣି ସବୁ ସମସ୍ୟା ଝୁଲି ରହିବା ଆଶଙ୍କା ବି ରହିଛି l
ରାଜ୍ୟ ର ଅନେକ କଲେଜ କ୍ୟାମ୍ପସ କୁ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ଫେରିଥିବା ବେଳେ ଟିଟିଲାଗଡ଼ ଡ଼ି ଏ ଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ କୁ ଦୀର୍ଘ ୧୭ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ଫେରିଛି, ହେଲେ ଛାତ୍ର ଙ୍କ ଜିଲ୍ଲା ଆନ୍ଦୋଳନ ଯୋଗୁଁ ତାହା ବି ଚଳିତ ବର୍ଷ ମଉଳିଯିବା ସମ୍ଭାବନା ରହିଛି l ଏନେଇ ରାଜ୍ୟ ସରକାର ଛାତ୍ର ମାନଙ୍କ ବିକ୍ଷୋଭ ତଥା ଦାବୀ ଉପରେ କେତେ ଗୁରୁତ୍ୱ ପ୍ରଦାନ କରିବେ ତାହା ସମୟ କହିବ..





