ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପିପିଲି କଲେଜ ନିର୍ବାଚନ ପାଇଁ ୨୧ ପ୍ରାର୍ଥୀପତ୍ର ଦାଖଲ

ପିପିଲି କଲେଜ ନିର୍ବାଚନ ପାଇଁ ୨୧ ପ୍ରାର୍ଥୀପତ୍ର ଦାଖଲ – ସମୀକ୍ଷା ଖବର

ବିଜୟ କୁମାର ମହାପାତ୍ର / ପିପିଲି/ସମୀକ୍ଷା ନ୍ୟୁଜ:

ପିପିଲି,ତା-୯ା୧୦ ରାଜ୍ୟରେ ଦିର୍ଘ ୮ବର୍ଷ ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଅକ୍ଟୋବର୯ ତାରିଖ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିବାର ସମୟ ରହିଥିଲା ବେଳେ ଦିନ ୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଯାଂଚ ପ୍ରକ୍ରିୟା ଚାଲିଥିଲା । ଅପରାହ୍ନ ୫ଟାରେ ଚୁଡାନ୍ତ ପ୍ରାର୍ଥୀ ପତ୍ର ତାଲିକା ପ୍ରକାଶ ପାଇଛି । ପିପିଲି କଲେଜରେ ବିଭିନ୍ନ ବିଭାଗରୁ ସମୁଦାୟ ୨୧ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ସଭାପତି ପଦ ପାଇଁ ୩ଜଣ ପ୍ରାର୍ଥୀ ରହିଥିବା ବେଳେ ସେମାନେ ହେଲେ ପ୍ରିୟଙ୍କା ପ୍ରିୟଦର୍ଶନୀ ପ୍ରଧାନ, ସୁଶ୍ରୀ ସୁପ୍ରିୟା ସ୍ୱାଇଁ,ରୁଦ୍ରପ୍ରସାଦ ନାୟକ ରହିଛନ୍ତି । ଉପସଭାପତି ପାଇଁ ୩ଜଣ ଚିଙ୍କୁନ ଖଟେଇ, ସୁଭଲକ୍ଷ୍ମୀ ମହାରଣା ଏବଂ ଶୁଭମ ପତି । ସାଧାରଣ ସମ୍ପାଦକ ପାଇଁ ୩ଜଣ ସୁଧାଂଶୁବାଳା ଭୁଜବଳ,ମେଘନା ମଲ୍ଲିକ,ରାଜଲକ୍ଷ୍ମୀ ପରିଡା ଅଟନ୍ତି । ସମ୍ପାଦକ ପାଇଁ ୪ଜଣ ପ୍ରଜ୍ଞା ପ୍ରିୟଦର୍ଶନୀ ଘୋଷ,ସନ୍ତୋଷ ବାରିକ, ଆୟୁଷ୍ମାନ ବେହେରା ଓ ରଶ୍ମିରଞ୍ଜନ ସାହୁ । ସହ ସମ୍ପାଦକ ପାଇଁ ତନୟ ଦାଶ ଓ ସସ୍ମିତା ସାରଥୀ ସ୍ୱାଇଁ । ଆଥଲେଟିକ ସେକ୍ରେଟାରୀ ପାଇଁ ୩ଜଣ ରାହୁଲ ମାଝୀ,ପ୍ରିୟତୋଷ ସ୍ୱାଇଁ ଏବଂ ସୈାମ୍ୟରଞ୍ଜନ ଖଟେଇ । କ୍ଲାସ ରେପ୍ରେଜଂଟିଭ ପାଇଁ ୩ଜଣ ଆଶିଷ କୁମାର ପୃଷ୍ଟି, ସୈାମ୍ୟରଞ୍ଜନ ପ୍ରଧାନ ଏବଂ ସ୍ନେହିଲ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ପିପିଲି କଲେଜ କର୍ତୁପକ୍ଷଙ୍କ ପକ୍ଷରୁ ସୁଚନା ମିଳିଛି ।

ପିପିଲି କଲେଜ ନିର୍ବାଚନ ପାଇଁ ୨୧ ପ୍ରାର୍ଥୀପତ୍ର ଦାଖଲ – ସମୀକ୍ଷା

ଏହି କଲେଜ ନିର୍ବାଚନକୁ ନେଇ ଏବିଭିପି,ବିଜୁ ଛାତ୍ର ଜନତା ଦଳ ଓ ଏନଏସୟୁଆଇ ଭଳି ରାଜନୈତିକ ଦଳ ମାନଙ୍କର ପ୍ରାର୍ଥୀ ମାନଙ୍କୁ ସମର୍ଥନ ରହିଥିବାରୁ କଲେଜ କାମ୍ପସ ନିର୍ବାଚନ ପାଇଁ ଏକ ପ୍ରକାର ସରଗରମ ହୋଇ ପଡିଛି । ପିପିଲି କଲେଜରେ ଶାନ୍ତି ଶୃଙ୍ଖଳାର ସହ ଆଜି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ପିପିଲି ପୋଲିସର କଡା ନଜର ରହିଥିଲା । ନିର୍ବାଚନ ପକ୍ରିୟା ଶେଷ ପର୍ଯ୍ୟନ୍ତ କଲେଜ କାମ୍ପସ ରେ ପୋଲିସ ଫୋର୍ସ ମୃତୟନ ରହିବା ସହିତ ପେଟ୍ରୋଲିଙ୍ଗ୍ ପୁରା କଡାକଡି କରାଯିବ ବୋଲି ଥାନା ଅଧିକାରୀ ସୈାମ୍ୟନ୍ଦୁ ଶେଖର ତ୍ରିପାଠୀ ଙ୍କ ଠାରୁ ସୁଚନା ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଅଜଣା ବାଇକ ଧକ୍କା ରେ ବୃଦ୍ଧ ଗୁରୁତର :ଚିକିତ୍ସା ଓ କ୍ଷତି ପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ