ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି
ଚିକିଟି :- ଏହି ବ୍ଲକ ଅନ୍ତର୍ଗତ ଓଳପୁର ଗ୍ରାମ ଛକ ନିକଟରେ ଆଜି ମଧ୍ୟାହ୍ନରେ ଏକ ଅଜଣା ବାଇକ ଧକ୍କାରେ ଲାଓବାଡ଼ି ଗ୍ରାମର ଅଲେଖ ବେହେରା (୫୫) ଗୁରୁତର ଆହତ ହୋଇଛନ୍ତି। ସୂଚନା ପ୍ରକାରେ ଅଲେଖ ନିଜ ଗ୍ରାମ କୁ ଯିବା ପାଇଁ ରାସ୍ତା କଡ଼ରେ ଅପେକ୍ଷା କରିଥିବା ବେଳେ ପଛପଟୁ ଏକ ଅଜଣା ବାଇକ ରେ ତିନି ଜଣ ବସି ଦ୍ରୁତ ଗତିରେ ଚିକିଟି ଅଭିମୁଖେ ଯାଉଥିବା ବେଳେ ବୃଦ୍ଧଙ୍କୁ ପଛପଟୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି। ଯାହା ଫଳରେ ଅଲେଖ ଙ୍କ ଦୁଇ ଗୋଡ଼ ଭାଙ୍ଗିଯିବା ସହ ଗୁରୁତର ଆହତ ହୋଇଛନ୍ତି। ବିଜେଡି ର ବରିଷ୍ଠ ସଂଘଠକ ସୁରେନ୍ଦ୍ର ମଣ୍ଡଳ ଏବଂ ସ୍ଥାନୀୟ ଲୋକ ଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥିତ ବଡ଼ ମେଡିକାଲ କୁ ପଠାଇଥିଲେ।ଉକ୍ତ ଘଟଣା ପ୍ରସାରିତ ହେବାପରେ ଘଟଣା ସ୍ଥଳରେ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ପହଞ୍ଚି ଚିକିତ୍ସା ଓ କ୍ଷତି ପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।କୌଣସି ସୂତ୍ରରୁ ଖବର ପାଇଁ ଚିକିଟି ତହସିଲଦାର ବିଶ୍ବରଂଜନ କହଁର ଏବଂ କେ.ନୂଆଗାଁ ଥାନା ଅଧିକାରୀ ବିଶ୍ୱଜିତ ନାୟକ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀ ଲୋକଙ୍କୁ ବୁଝା ସୁଝା କରିଥିବା ବେଳେ ରାସ୍ତା କଢ଼ରେ ଷ୍ଟପ୍ ବୋର୍ଡ଼ ରଖିଥିବା ଦେଖିବାକୁ ମିଳିଛି।






