ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବିଲରୁ ବାହାରିଲା ଶବ

ବିଲରୁ ବାହାରିଲା ଶବ – ସମୀକ୍ଷା ଖବର

ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନ୍ୟୁଜ:

ବରଗଡ ଜିଲ୍ଲା ସୋହେଲା ବ୍ଲକ୍‌ ଅନ୍ତର୍ଗତ ପଣ୍ଡକିପାଲି ଗାଁରେ ଏକ ସନ୍ଦେହଜନକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ମୃତ୍ୟୁର ପ୍ରାୟ ଏକ ମାସ ପରେ ଜଣେ ବ୍ୟକ୍ତିଙ୍କ କଙ୍କାଳ ମାଟିତଳୁ ଖୋଳି ବାହାର କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପଣ୍ଡକିପାଲି ଗ୍ରାମର ଅମୃତ ବାରିକ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ରୁ ଜଣାପଡିଛି ଯେଘଟଣାଟି ୨୦୨୬ ସେପ୍ଟେମ୍ବର ୮ ତାରିଖର। ସେଦିନ ରଜନୀ ସାହୁ ନାମକ ଜଣେ ସ୍ଥାନୀୟ ମହିଳା ଅମୃତଙ୍କୁ ବିଲରେ କାମ କରିବା ପାଇଁ ଘରୁ ଡାକି ନେଇଥିଲେ। ଏହାର କିଛି ସମୟ ପରେ, ଅମୃତ ବିଲରେ ଅଚେତ ହୋଇ ପଡ଼ିଥିବା ନେଇ ପରିବାର ଲୋକଙ୍କୁ ଖବର ମିଳିଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଏକ ଅଟୋରିକ୍ସା ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେତେବେଳେ ଏହା ଏକ ସ୍ୱାଭାବିକ ମୃତ୍ୟୁ ବୋଲି ଭାବି, ପରିବାର ଲୋକେ ଶବକୁ ଆଣି ନିଜ ଚାଷ ଜମିରେ ପୋତି ଦେଇଥିଲେ।

ବିଲରୁ ବାହାରିଲା ଶବ – ସମୀକ୍ଷା

ମୃତ୍ୟୁର ପ୍ରାୟ ଏକ ମାସ ପରେ ଅର୍ଥାତ୍‌ ୨୦୨୬ ଅକ୍ଟୋବରରେ ଏହି ଘଟଣାରେ ଏକ ନୂଆ ମୋଡ଼ ଆସିଥିଲା। ଅମୃତଙ୍କ ପତ୍ନୀ ସେଦିନର କିଛି ସନ୍ଦେହଜନକ ପରିସ୍ଥିତି ଓ ଗୁପ୍ତ ତଥ୍ୟ ବିଷୟରେ ନିଜ ଝିଅକୁ ଜଣାଇଥିଲେ। ଏହାପରେ, ଅମୃତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ପରିବାର ଲୋକେ ସୋହେଲା ଥାନାରେ ଏକ ସ୍ପଷ୍ଟ ମାମଲା ଦାୟର କରିଥିଲେ। ଅଭିଯୋଗକୁ ଗମ୍ଭୀରତାର ସହ ନେଇ ସୋହେଲା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ମାଜିଷ୍ଟ୍ରେଟ, ସାଇଣ୍ଟିଫିକ୍ ଟିମ୍ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଚାଷ ଜମିରୁ ଅମୃତଙ୍କ କଙ୍କାଳ ଖୋଳି ବାହାର କରାଯାଇଛି।ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଉଦ୍ଧାର ହୋଇଥିବା କଙ୍କାଳକୁ ଫୋରେନ୍ସିକ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏହି ଘଟଣାର ସତ୍ୟତା ପଦା କୁ ଆଣିବା ପାଇଁ ପୋଲିସ ଖୋଲ ତ।ଡ ଆରମ୍ଭ କରିଦେଲାଣି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବଡ଼ସାହି: ନିର୍ବାଚନ -ବଡ଼ସାହି କଲେଜ, ପ୍ରେସିଡେଣ୍ଟ, ଆସିଷ୍ଟାଣ୍ଡ ସେକ୍ରେଟାରୀ ଅପ୍ରତିଦ୍ୱନ୍ଦୀ