ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବଡ଼ସାହି: ନିର୍ବାଚନ -ବଡ଼ସାହି କଲେଜ, ପ୍ରେସିଡେଣ୍ଟ, ଆସିଷ୍ଟାଣ୍ଡ ସେକ୍ରେଟାରୀ ଅପ୍ରତିଦ୍ୱନ୍ଦୀ

ବଡ଼ସାହି: ନିର୍ବାଚନ -ବଡ଼ସାହି କଲେଜ, ପ୍ରେସିଡେଣ୍ଟ, ଆସିଷ୍ଟାଣ୍ଡ ସେକ୍ରେଟାରୀ ଅପ୍ରତିଦ୍ୱନ୍ଦୀ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୦/୧୦/୨୬ – ଦୀର୍ଘ ୮ବର୍ଷ ପରେ କଲେଜ ନିର୍ବାଚନ ନେଇ ଏବେ କଲେଜ ଓ ବିଭିନ୍ନ ରାଜନୈତିକ ଦଳ ସମୂହଙ୍କୁ ନେଇ ଏବେ ବଜାର ସରଗରମ । ସେଇ କ୍ରମରେ ବଡସାହି କଲେଜ ଛାତ୍ର ସଂସଦ ନିର୍ବାଚନ ନେଇ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ ପାଇଁ ବିଭିନ୍ନ ସ୍ଥାନରେ ପିଲାଙ୍କ ଉତ୍ସାହ ଓ ଗହଳି ଦେଖିବାକୁ ମିଳିଥିଲା । ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ପରେ ଶନିବାର ନାମାଙ୍କନ ପତ୍ର ପ୍ରତ୍ୟାହାର କାର୍ଯ୍ୟ ଶେଷ ହୋଇଛି । ଚଳିତ ମାସ ୧୫ ତାରିଖରେ ହେବାକୁ ଥିବା ବଡ଼ସାହି ପଞ୍ଚାୟତ ସମିତି ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଚୂଡାନ୍ତ ତାଲିକା ମଧ୍ୟ ଶନିବାର ଘୋଷଣା ହୋଇଯାଇଛି । ସୂଚନା ଅନୁଯାୟୀ ସଭାପତି ଆସନରେ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ଅଜିତ୍ ମଣ୍ଡଳ ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏଣୁ ଉକ୍ତ ପଦବୀ ପାଇଁ କେବଳ ଜଣେ ମାତ୍ର ପ୍ରାର୍ଥୀ ସ୍ମୃତି ରଞ୍ଜନ ଲେଙ୍କା ରହିଥିବାରୁ ସେ ଅପ୍ରତିଦ୍ୱନ୍ଦୀ ବୋଲି ଜଣାଯାଇଛି । ଠିକ୍ ସେହିପରି ସହ ସମ୍ପାଦକ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିବା ୨ ଜଣ ପ୍ରାର୍ଥୀ ମଧ୍ୟରୁ ବିକାଶ ମହାନ୍ତ ପ୍ରତ୍ୟାହାର କରିନେଇଥିବା ବେଳେ ମଇଦାନରେ ଜଣେ କେବଳ ଅଭିଜିତ୍ ସେନାପତି ହିଁ ରହିଥିବାରୁ ସେ ମଧ୍ୟ ଅପ୍ରତିଦ୍ଵନ୍ଦୀ ବୋଲି ସ୍ପଷ୍ଟ ଜଣାଯାଇଛି। ମାତ୍ର ଉପସଭାପତି ଆସନରେ ସୋନୁ ମହାନ୍ତ ଓ ସୁବ୍ରତ ସିଂ ଏବଂ ସାଧାରଣ ସମ୍ପାଦକ ଆସନରେ ଅଂଶୁମାନ ଦାସ ଓ ଶୁଭଶଙ୍ଖ ମହାନ୍ତ ମଧ୍ୟରେ ପ୍ରତିଦ୍ୱନ୍ଦିତା ତୀବ୍ର ହେବ ବୋଲି ଏବେଠାରୁ ଆକଳନ କରାଗଲାଣି । ତେବେ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ବିଭିନ୍ନ ବିଭାଗରେ ସର୍ବମୋଟ ପ୍ରତିଦ୍ବନ୍ଦିଙ୍କ ସଂଖ୍ୟା ୧୬ ଜଣ ରହିଥିବା ଜଣାପଡିଛି । ଏଥିନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଛାତ୍ରଛାତ୍ରୀଙ୍କ ନିକଟକୁ ଯାଇ ସମର୍ଥନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି ।

ବଡ଼ସାହି: ନିର୍ବାଚନ -ବଡ଼ସାହି କଲେଜ, ପ୍ରେସିଡେଣ୍ଟ, ଆସିଷ୍ଟାଣ୍ଡ ସେକ୍ରେଟାରୀ ଅପ୍ରତିଦ୍ୱନ୍ଦୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାଙ୍ଗିରିପୋଷି: ପୁଣି ରାଜରାସ୍ତାରେ ଛାତ୍ରଛାତ୍ରୀ