ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ:
ନୂଆପଡା:୧୧/୧୦ ଜିଲା କୋମନା ବ୍ଲକ ଅନ୍ତର୍ଗତ ପଲସିପାଣି ଗ୍ରାମପଞ୍ଚାୟତ ବାଞ୍ଜିବାହାଲ ଗାଁରେ କୁଳତା ସମାଜର ଜିଲାସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସରୋଜ କୁମାର ସାହୁଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି, ବିଜେପି ଜିଲ୍ଲା ସମ୍ପାଦକ ଅଭିନନ୍ଦନ ପଣ୍ଡା, କଲାହାଣ୍ଡି ଏମପି ପ୍ରତିନିଧ ପ୍ରେମ ଅଗ୍ରୱାଲ, କୁଳତା ସମାଜ ଜିଲ୍ଲା ଉପ ସଭାପତି ଅଶ୍ୱିନୀ ଭୋଇ, କୋମନା ବ୍ଳକ ସଭାପତି ବୈଷମ୍ପାୟନ ସାହୁ( ବୈରାଜ ), ଓଡିଶା ଓ ଛତିଶଗଡ କୂଳତା ସମାଜ ସମ୍ବିଧାନ ସଦସ୍ୟ ଦୁର୍ଲ୍ଲଭ ବିଶ୍ଵାଳ, ସମ୍ପାଦକ ନିରଞ୍ଜନ ସାହୁ, ବ୍ଲକ ଯୁଗ୍ମ ସମ୍ପାଦକ ରମେଶ ଚନ୍ଦ୍ର ପାତ୍ର, ବ୍ଲକ ଉପ ସଭାପତି ରଂଜିତ ଭୋଇ ଓ ଅର୍ଜୁନ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୂଳତା ସମାଜର ଚାଳି,ଚଳଣି, ପରମ୍ପରା, ସଂସ୍କୃତି, ଐତିହ୍ୟ ପରମ୍ପରା ଉପରେ ଆଲୋକପାତ କରିବା ସହ କୁସଂସ୍କାର, ଅନ୍ଧ ବିଶ୍ଵାସ, ନାରୀ ନିର୍ଯ୍ୟାତନାକୁ ସମାଜରୁ ଦୂରେଇ ଦେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

ଏହା ସହ ଶିକ୍ଷା , ରାଜନୈତିକ, ଅର୍ଥ ନୈ ତି କି କ୍ଷେତ୍ରରେ ଆଗେଇ ଆସିବା ସହ ସମାଜର ଉନ୍ନତି ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସେମାନେ ଆହୁରି କହିଲେ କୂଳତା ଜାତିର ମୁଖ୍ୟ କାର୍ଯ୍ୟ ହେଉଛି ଚାଷ । ଚାଷ କରି ସଂସାରକୁ ଅନ୍ନ ଯୋଗାଉଥିବାରୁ ଅନ୍ନଦାତା ଜାତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । କୂଳତା ସମାଜର ଅନେକ ଲୋକ ସରକାରୀ, ବେସରକାରୀ କିମ୍ବା ରାଜନୈତିକ କ୍ଷେତ୍ରରେ ଆଗେଇ ଚାଳିଛନ୍ତି, ଆଗକୁ ଜାତିର ଉନ୍ନତିର ହେଉ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ, ଅବସରପ୍ରାପ୍ତ, ବିଭିନ୍ନ କ୍ଷେତ୍ରରେ କୃତୀ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ, ମାଟ୍ରିକ ଓ + ୨ରେ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ର ମାନଙ୍କୁ ଅତିଥି ମାନେ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲା ସମେତ ବରଗଡ଼, ବଲାଙ୍ଗିର ଓ ଛତିଶଗଡ ରାଜ୍ୟର କୂଳତା ସମାଜର ଶତାଧିକ ମହିଳା ପୁରୁଷ ମାନେ ଯୋଗଦେଇଥିଲେ । ଏହି ଅବସରରେ ବଲାଙ୍ଗିର ଜିଲା ପାଟଣାଗଡ଼ ଅଞ୍ଚଳର ଶ୍ରୀୟା ମେହେର ଓ କଳାହାଣ୍ଡି ଜିଲ୍ଲାର ସଞ୍ଜୟ ସାହୁ କୀର୍ତ୍ତନଧାରା ବୈଠକି ଆୟୋଜିତ ହୋଇଥିଲା । ସଞ୍ଜୟ ସାହୁ ଓ ଶ୍ରୀୟା ମେହେରଙ୍କ ଭକ୍ତିଭରା କୀର୍ତ୍ତନ ସଙ୍ଗୀତରେ ଦର୍ଶକମାନେ ମନ ମୁଗ୍ଧ ହୋଇ ଝୁମି ଉଠିଥିଲେ । ବରିଷ୍ଠ ସାମାଜିକ କର୍ମୀ ବୀରେନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ କୋମନା ବ୍ଳକ କୁଳତା ସମାଜ କୋଷାଧ୍ଯକ୍ଷ ଗୌରାଙ୍ଗ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |ବାଞ୍ଜିବାହାଳର କୁଳତା ସମାଜର କାର୍ଯ୍ୟକର୍ତ୍ତା ବିଶେଷ ସହଯୋଗ କରିଥିଲେ ।





