ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କଲେଜ ନିର୍ବାଚନ ବିବାଦକୁ ନେଇ ବିଜେଡିର ଧାରଣା

କଲେଜ ନିର୍ବାଚନ ବିବାଦକୁ ନେଇ ବିଜେଡିର ଧାରଣା – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ/ମାଲକାନଗିରି: ୧୨/୧୦/୨୬

ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉପୁଜିଥିବା ବିବାଦ ଏବେ ତୀବ୍ର ରୂପ ନେଇଛି। ନିର୍ବାଚନ ପ୍ରକ୍ରିୟାରେ ପାତରଅନ୍ତର ଓ ଜଣେ ଆଶାୟୀ ପ୍ରାର୍ଥୀଙ୍କ ନାମ କଟାଯିବା ଓ ବିଳମ୍ବରେ ଲିଷ୍ଟ ବାହାରକରିବା ଅଭିଯୋଗକୁ ନେଇ ବିଜେଡି ପକ୍ଷରୁ ଗୋବିନ୍ଦପାଲ୍ଲୀ ରାଜରାସ୍ତାରେ ଧାରଣା ଦିଆଯାଇଛି। ଏହି ଧାରଣାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବିଜେଡି ଜିଲ୍ଲା ଯୁବ ସଭାପତିଙ୍କ ସମେତ ବିଜେଡି ସମର୍ଥିତ ବିଭିନ୍ନ ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ରହି ପ୍ରତିବାଦ କରିଛନ୍ତି । ଧାରଣା ଯୋଗୁ ୩୨୬ ନମ୍ବର ଜାତୀୟ ରାଜପଥ ମଧ୍ୟରେ ଯାତାୟାତ ଠପ୍ ହୋଇପଡିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିବାରୁ ଯାତ୍ରୀମାନେ ଅସୁବିଧାରେ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ଗୋବିନ୍ଦପାଲ୍ଲୀସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଓ ଯାଞ୍ଚ ପ୍ରକ୍ରିୟା ସମୟରେ ଜଣେ ଆଶାୟୀ ପ୍ରାର୍ଥୀଙ୍କ ନାମ କାଟି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଉକ୍ତ ପ୍ରାର୍ଥୀଙ୍କ ଉପସ୍ଥାନ ୭୫ ପ୍ରତିଶତରୁ କମ୍ ଥିବା ଦର୍ଶାଯାଇଥିବା ବେଳେ ଅନଲାଇନ୍ ରେକର୍ଡରେ ଅଧିକ ଉପସ୍ଥାନ ଥିବା ପ୍ରାର୍ଥୀଙ୍କ ପକ୍ଷରୁ ଦାବି କରାଯାଇଛି। ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ବେଳେ ଏବେ ରାଜନୈତିକ ମହଲରେ ମଧ୍ୟ ଉଷ୍ମତା ବୃଦ୍ଧି ପାଇଛି। ଛାତ୍ର ସଂସଦ ନିର୍ବାଚନରେ ଉଠିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଓ ଉପଯୁକ୍ତ ପଦକ୍ଷେପ ଦାବିରେ ବିଜେଡି ପକ୍ଷରୁ ଧାରଣା ଦିଆଯାଇଛି। ତେବେ ଏହି ବିବାଦ ଉପରେ କଲେଜ କର୍ତ୍ତୃପକ୍ଷଙ୍କ ଆଧିକାରିକ ସ୍ପଷ୍ଟୀକରଣ ଏବଂ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପକୁ ନେଇ ସମସ୍ତଙ୍କ ନଜର ରହିଛି ।

କଲେଜ ନିର୍ବାଚନ ବିବାଦକୁ ନେଇ ବିଜେଡିର ଧାରଣା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଆଇନ ସେବା ଓ ସାମାଜିକ ନ୍ୟାୟ ପାଇଁ ନୃସିଂହ ଚରଣ ମହାନ୍ତିଙ୍କୁ ଓଡ଼ିଶା ଗୌରବ ସମ୍ମାନ