ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ପିପିଲି ଜାଭିଅର ସ୍କୁଲ ଅଧକ୍ଷା ଙ୍କୁ ସମ୍ମାନ ସୂଚକ ଡ଼କ୍ଟରେଟ ଉପାଧି ପ୍ରଦାନ

ପିପିଲି ଜାଭିଅର ସ୍କୁଲ ଅଧକ୍ଷା ଙ୍କୁ ସମ୍ମାନ ସୂଚକ ଡ଼କ୍ଟରେଟ ଉପାଧି ପ୍ରଦାନ – ସମୀକ୍ଷା ଖବର


ବିଜୟ କୁମାର ମହାପାତ୍ର / ସମୀକ୍ଷା ନ୍ୟୁଜ/ ପିପିଲି :

ପିପିଲି ତା୧୪।୧୦: ରାଜ୍ୟ ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ କାଉନସିଲ ପକ୍ଷରୁ ଭୁବନେଶ୍ୱରସ୍ଥିତ “ମେ ଫେୟାର” ହୋଟେଲର ସଭା ଗୃହରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟର ବିଭିନ୍ନ ଅଂଚଳ ରୁ ଆସିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପିପିଲି ସେଣ୍ଟ ଜାଭିଅର ହାଇସ୍କୁଲ ର ଅଧକ୍ଷା ଶ୍ରୀମତୀ ସିମିତା ତ୍ରିପାଠୀ ଙ୍କୁ ଅତିଥି ମାନଙ୍କ କରକମଳରୁ “ସମ୍ମାନସୂଚକ ଡ଼କ୍ଟରେଟ” ଉପାଧିରେ ସମ୍ମାନିତ କରାଯାଇଛି। ବିଦ୍ୟାଳୟ ର ଅଧକ୍ଷା ଭାବରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ସର୍ବାଙ୍ଗୀନ ଉର୍ନତି ପାଇଁ ସର୍ବଦା ପରାମର୍ଶ ଦେବା , ଭଦ୍ରତା ଏବଂ ସାଧୁତା ଅବଲମ୍ବନ ଦିଗରେ ଅତି ପ୍ରିୟ ପାତ୍ର ଭଳି ଅନେକ ଗୁଣକୁ ଆଧାର କରି ଏହି ସମ୍ମାନରେ ସମ୍ମାନିତ କରାଯାଇଥିବା ନେଇ ଅଧକ୍ଷା ଶ୍ରୀମତୀ ସିମିତା ତ୍ରିପାଠୀ ସୂଚନା ଦେଇଛନ୍ତି। ପିପିଲି ସେଣ୍ଟ ଜାଭିଅର ହାଇସ୍କୁଲ ଅଧକ୍ଷା ଏହି ସମ୍ମାନ ପାଇଥିବା ରୁ ବିଦ୍ୟାଳୟର ସହକର୍ମୀ, ଅଭିଭାବକ ସମେତ ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଚ୍ଛା ମିଳିଛି।

ପିପିଲି ଜାଭିଅର ସ୍କୁଲ ଅଧକ୍ଷା ଙ୍କୁ ସମ୍ମାନ ସୂଚକ ଡ଼କ୍ଟରେଟ ଉପାଧି ପ୍ରଦାନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବରଗଡ ଇ-ବସଷ୍ଟାଣ୍ଡ ଅପରିଷ୍କାର କୁ ନେଇ ଯାତ୍ରୀ ମାନଙ୍କ ତୀବ୍ର ଅସନ୍ତୋଷ: ସ୍ୱଚ୍ଛତା ବଜାୟ ରଖିବାକୁ ଦାବି