ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଧାମନଗରରେ ଡୋର୍-ଟୁ-ଡୋର୍ ସର୍ଭେ ତାଲିମ କାର୍ଯ୍ୟକ୍ରମ

ଧାମନଗରରେ ଡୋର୍-ଟୁ-ଡୋର୍ ସର୍ଭେ ତାଲିମ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଭଦ୍ରକ/ ସମୀକ୍ଷା ନ୍ୟୁଜ:

ଧାମନଗର : ଆଗାମୀ ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତିରାଜ ଅନୁଷ୍ଠାନ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଡୋର୍-ଟୁ-ଡୋର୍ ସର୍ଭେ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀ ଏବଂ ଭଦ୍ରକ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଉପସ୍ଥିତ ଥିଲେ। ଭଣ୍ଡାରିପୋଖରୀ ସହ ଧାମନଗର ଅଞ୍ଚଳରେ ମଧ୍ୟ ଏହି ସର୍ଭେ ଓ ତାଲିମ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଛି । କାର୍ଯ୍ୟକ୍ରମରେ ସୁପରଭାଇଜର, ବୁଥ୍‌ସ୍ତରୀୟ ଅଧିକାରୀ ଏବଂ ସହାୟକ ଟିମ୍‌ ସଦସ୍ୟମାନଙ୍କୁ ଘରକୁ ଘର ଯାଇ ସର୍ଭେ କରିବା, ଭୋଟରଙ୍କ ତଥ୍ୟ ଯାଞ୍ଚ କରିବା ଓ ଭୋଟର ତାଲିକାକୁ ଅଦ୍ୟତନ ରଖିବା ସମ୍ପର୍କରେ ତାଲିମ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା
ଏହି ସର୍ଭେ ମାଧ୍ୟମରେ ଯୋଗ୍ୟ ନୂତନ ଭୋଟରଙ୍କ ନାମ ତାଲିକାରେ ସାମିଲ କରିବା, ଭୋଟରଙ୍କ ବିବରଣୀରେ ଥିବା ତ୍ରୁଟି ସଂଶୋଧନ କରିବା ଏବଂ ନିୟମାନୁସାରେ ଅଯୋଗ୍ୟ ନାମଗୁଡ଼ିକୁ ବାଦ୍ ଦେବା ଉପରେ ଗୁରୁତ୍ୱ ଦିଆଯିବ। ଏକ ନିର୍ଭୁଲ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ଦ୍ୱାରା ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁସଂଗଠିତ ଓ ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି। ଆଗାମୀ ପଞ୍ଚାୟତିରାଜ ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ଶୁଦ୍ଧୀକରଣ ଓ ଅଦ୍ୟତନ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯାଇଛି।

ଧାମନଗରରେ ଡୋର୍-ଟୁ-ଡୋର୍ ସର୍ଭେ ତାଲିମ କାର୍ଯ୍ୟକ୍ରମ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର :ଦୁର୍ଗା ବଜାର ଦ୍ଵିତୀୟା ପୂଜା